24.1 C
Bhubaneswar
Friday, May 1, 2026
Homeଦେଶ ବିଦେଶଦେଶଦ୍ରୋହ ଅଭିଯୋଗ: ଦକ୍ଷିଣ କୋରିଆ ରାଷ୍ଟ୍ରପତି ୟୁନ୍ ସୁକ୍ ୟୋଲ ଗିରଫ

ଦେଶଦ୍ରୋହ ଅଭିଯୋଗ: ଦକ୍ଷିଣ କୋରିଆ ରାଷ୍ଟ୍ରପତି ୟୁନ୍ ସୁକ୍ ୟୋଲ ଗିରଫ

ସିଓଲ: ଦେଶଦ୍ରୋହ ଅଭିଯୋଗରେ ଦକ୍ଷିଣ କୋରିଆ ରାଷ୍ଟ୍ରପତି ୟୁନ୍ ସୁକ୍ ୟୋଲଙ୍କୁ ରବିବାର ସକାଳେ ଆନୁଷ୍ଠାନିକ ଭାବେ ଗିରଫ କରାଯାଇଛି। ସେ ଡିସେମ୍ବର ୩ରେ ଦେଶରେ ସାମରିକ ଆଇନ ଘୋଷଣା କରିଥିଲେ। ସେ ଜାତୀୟ ସଭା ଏବଂ ନିର୍ବାଚନ କାର୍ଯ୍ୟାଳୟରେ ସୈନ୍ୟ ନିୟୋଜିତ କରିଥିଲେ। ଅବଶ୍ୟ ମାତ୍ର କିଛି ଘଣ୍ଟା ମଧ୍ୟରେ ସଂସଦରେ ସାମରିକ ଆଇନ ପ୍ରସ୍ତାବ ଖାରଜ ହୋଇଥିଲା। ଏହା ପରେ ୧୪ ଡିସେମ୍ବରରେ ୟୋନ୍‌ଙ୍କ ବିରୋଧରେ କ୍ଷମତା ଦଖଲ ମହାଭିଯୋଗ ଅଣାଯାଇଥିଲା। ଏହା ପରେ ୟୁନ୍‌ଙ୍କ ସମର୍ଥକ ଏବଂ ପୁଲିସ ମଧ୍ୟରେ ସଂଘର୍ଷ ହୋଇଥିଲା। ୟୁନ୍‌ଙ୍କ ମାମଲାରେ ଶୁଣାଣି କରିବା ଅବସରରେ କୋର୍ଟ ଆଶଙ୍କା ବ୍ୟକ୍ତ କରି କହିଛନ୍ତି ଯେ, ୟୋନ୍ ନିଜ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗର ପ୍ରମାଣ ସବୁ ନଷ୍ଟ କରିପାରନ୍ତି। ତେଣୁ ତାଙ୍କୁ ଗିରଫ କରାଯିବାର ଆବଶ୍ୟକତା ରହିଛି। ପ୍ରକାଶ, ଗତ ବର୍ଷ ଡିସେମ୍ବର ୩ରେ ଦେଶରେ ସାମରିକ ଆଇନ ଲାଗୁ କରିବା ମାମଲାରେ ୟୋଲଙ୍କୁ ଦେଶଦ୍ରୋହୀ ଭାବେ ଉପସ୍ଥାପନ କରାଯାଇଥଲା। ଏପରିକି ତାଙ୍କ ବିରୋଧରେ ଆଗତ ସମସ୍ତ ଅଭିଯୋଗ ମଧ୍ୟ ପ୍ରମାଣିତ ହୋଇଛି।

ଦୀର୍ଘ ଦିନର ବିତର୍କ ପରେ ୟୁନ୍‌ଙ୍କ ବିରୋଧରେ ଗିରଫ ୱାରେଣ୍ଟକୁ ସିଓଲ୍ ୱେଷ୍ଟର୍ଣ୍ଣ ଜିଲ୍ଲା କୋର୍ଟ ଅନୁମୋଦନ କରିଛନ୍ତି। କୋର୍ଟ କହିଛନ୍ତି ଯେ, ୟୁନ୍ ପ୍ରମାଣ ନଷ୍ଟ କରିବାର ଧମକ ଦେଇଛନ୍ତି। ଦୁର୍ନୀତି ନିବାରଣ କାର୍ଯ୍ୟାଳୟ (ସିଇଓ) ବର୍ତ୍ତମାନ ଉଚ୍ଚ ପଦାଧିକାରୀଙ୍କ ପାଇଁ ପୁଲିସ୍ ଏବଂ ସୈନ୍ୟଙ୍କ ସହ ଅନୁସନ୍ଧାନର ନେତୃତ୍ୱ ନେଇଥିବା ଅଭିଯୋଗକୁ ୨୦ଦିନ ପର୍ଯ୍ୟନ୍ତ ବଢ଼ାଇପାରିବେ। ତେବେ ରବିବାର ଦୀର୍ଘ ୫ଘଣ୍ଟା ଧରି ଏହି ମାମଲାର ଶୁଣାଣି ହୋଇଥିବା ବେଳେ ଅର୍ଥାତ୍ ୟୁନ୍ ସିଓଲ୍ ୱେଷ୍ଟର୍ଣ୍ଣ ଜିଲ୍ଲା କୋର୍ଟରେ ହାଜର ହେବା ସମୟରେ କୋର୍ଟ ବାହାରେ ଉତ୍ତେଜନା ଦେଖାଦେଇଥିଲା। ହଜାର ହଜାର ସମର୍ଥକ କୋର୍ଟ ନିକଟରେ ଏକତ୍ରିତ ହୋଇ ପୁଲିସ ସହ ସଂଘର୍ଷ କରିଥିଲେ। ଏହି ସମୟ ମଧ୍ୟରେ ୪୦ ଜଣ ବିକ୍ଷୋଭକାରୀଙ୍କୁ ଅଟକ ରଖାଯାଇଥିଲା। ଦୁଇଟି ପୁଲିସ ଗାଡି ମଧ୍ୟ କ୍ଷତିଗ୍ରସ୍ତ ହୋଇଛି।

ଦକ୍ଷିଣ କୋରିଆ ଇତିହାସରେ ଏହା ପ୍ରଥମ ଘଟଣା। ଯେଉଁଥିଲେ ଜଣେ ରାଷ୍ଟ୍ରପତିଙ୍କୁ ଗିରଫ କରାଯାଇଛି। ଏହି ଘଟଣା ଦେଶର ରାଜନୈତିକ ସ୍ଥିରତା ପାଇଁ ଏକ ବଡ଼ ଆହ୍ୱାନ ସୃଷ୍ଟି କରିଛି। ୟୁନ୍‌ଙ୍କୁ ଦଣ୍ଡ ଦିଆଯାଉଛି କି ନାହିଁ ତାହା ଉପରେ ସମସ୍ତଙ୍କର ନଜର ରହିଛି। ଏହି ଘଟଣା ଦେଶକୁ ଦୁଇ ଭାଗରେ ବିଭକ୍ତ କରିଛି। ଗୋଟିଏ ପଟେ ୟୁନ୍‌ଙ୍କର ସମର୍ଥକ ଏବଂ ଅନ୍ୟ ପଟେ ତାଙ୍କର ପ୍ରତିଦ୍ୱନ୍ଦ୍ୱୀ ଅଛନ୍ତି। ଦକ୍ଷିଣ କୋରିଆରେ ଦେଶଦ୍ରୋହ ଅଭିଯୋଗ ଆଜୀବନ କାରାଦଣ୍ଡ କିମ୍ବା ମୃତ୍ୟୁଦଣ୍ଡ ମଧ୍ୟ ହୋଇପାରେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking