32.1 C
Bhubaneswar
Sunday, October 11, 2026
Homeଦେଶ ବିଦେଶଲାଠିମାଡ଼ ନୁହେଁ; ଜବାବ ଦିଅନ୍ତୁ ସରକାର : ଶଶୀ ଥରୁର

ଲାଠିମାଡ଼ ନୁହେଁ; ଜବାବ ଦିଅନ୍ତୁ ସରକାର : ଶଶୀ ଥରୁର

ନୂଆଦିଲ୍ଲୀ: କକ୍ରୋଚ୍‌ ଜନତା ପାର୍ଟି (ସିଜେପି)ର ଯନ୍ତରମନ୍ତର ଆନ୍ଦୋଳନକୁ ନେଇ କଡ଼ା ସୁରକ୍ଷା ବ୍ୟବସ୍ଥା ଓ କଟକଣାକୁ ନେଇ ପୁଲିସ ଓ ପ୍ରଶାସନକୁ ସମାଲୋଚନା କରିଛନ୍ତି କଂଗ୍ରେସ ସାଂସଦ ଶଶୀ ଥରୁର। ନିର୍ବାଚନର ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଉଥିବା ଲୋକଙ୍କୁ ଉତ୍ତର ଦେବା ପରିବର୍ତ୍ତେ ସରକାର ଦିଲ୍ଲୀକୁ ଏକ ଦୁର୍ଗରେ ପରିଣତ କରିଥିବା ସେ ଅଭିଯୋଗ କରିଛନ୍ତି। ଲାଠିମାଡ଼ ନୁହେଁ, ଜନସାଧାରଣଙ୍କ ପ୍ରଶ୍ନର ଉତ୍ତର ଦେବାକୁ ସରକାରଙ୍କୁ ଆହ୍ୱାନ ଦେଇଛନ୍ତି ଥରୁର। ସାମାଜିକ ଗଣମାଧ୍ୟମରେ ଥରୁର ବାର୍ତ୍ତା ଦେଇ ଦର୍ଶାଇଛନ୍ତି ଯେଉଁ ସରକାର ନିଜ ନିର୍ବାଚନର ସ୍ୱଚ୍ଛତା ଉପରେ ବିଶ୍ୱାସ ରଖନ୍ତି, ସେମାନେ ପ୍ରଶ୍ନକୁ ସ୍ୱାଗତ କରିବା ଉଚିତ। ଦମନ ନୁହେଁ, ଲୋକଙ୍କୁ ମତପ୍ରକାଶର ସ୍ୱାଧୀନତା ଦିଆଯିବା ଆବଶ୍ୟକ। ବ୍ୟାରିକେଡ୍ ଲଗାଇ କିମ୍ବା ଆନ୍ଦୋଳନକାରୀଙ୍କୁ ଅଟକ ରଖି ନିର୍ବାଚନ କମିସନଙ୍କ ଉପରେ ଜନସାଧାରଣଙ୍କ ବିଶ୍ୱାସ ଫେରାଇ ଅଣାଯାଇପାରିବ ନାହିଁ। ଇଣ୍ଟରନେଟ୍ ସେବା ବନ୍ଦ ଏବଂ ଯାତାୟାତ କଟକଣାକୁ ଦମନକାରୀ ପଦକ୍ଷେପ ବୋଲି ଥରୁର କହିଛନ୍ତି। ମହିଳାଙ୍କ ସୁରକ୍ଷା ପାଇଁ କାହିଁକି ଏଭଳି ତତ୍ପରତା ଦେଖାଯାଉନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking