33.1 C
Bhubaneswar
Friday, April 26, 2024
Homeଦେଶ ବିଦେଶଉତ୍ତର କୋରିଆରେ ବିସ୍ଫୋରକ ସ୍ଥିତିରେ କୋଭିଡ ସଂକ୍ରମଣ

ଉତ୍ତର କୋରିଆରେ ବିସ୍ଫୋରକ ସ୍ଥିତିରେ କୋଭିଡ ସଂକ୍ରମଣ

ସିଓଲ : ବିଭିନ୍ନ ଦେଶରେ କୋଭିଡ ସଂକ୍ରମଣ ହ୍ରାସ ପାଇଥିବା ବେଳେ ଉତ୍ତର କୋରିଆରେ କୋଭିଡ ବିସ୍ଫୋରକ ସ୍ଥିତିରେ ପହଞ୍ଚିଛି । ଉତ୍ତର କୋରିଆରେ ୨୨ ଲକ୍ଷ ଟପିଲା କୋଭିଡ଼ ମାମଲା । ୨୪ ଘଣ୍ଟାରେ ୨ଲକ୍ଷ ୬୩ ହଜାରରୁ ଅଧିକ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦେଶରେ ଏବେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୨ ଲକ୍ଷ ୪୧ ହଜାର ୬୧୦ ରେ ପହଞ୍ଚିଛି । ଏପର୍ଯ୍ୟନ୍ତ ୬୩ ଜଣଙ୍କ ମୃତ୍ୟୁ ହୋଇଛି । ସବୁଠୁ ବଡ଼ କଥା ହେଉଛି କରୋନା ମୁକାବିଲା ପାଇଁ ଦେଶରେ ଟିକା ନାହିଁ । ଏପରିକି କୋଭିଡ଼ ଟେଷ୍ଟ ପାଇଁ ମଧ୍ୟ ଆବଶ୍ୟକ ଟେଷ୍ଟିଂ କିଟ୍ ଓ ଅନ୍ୟ ଚିକିତ୍ସା ସାମଗ୍ରୀ ଉପଲବ୍ଧ ନାହିଁ । ପାରମ୍ପରିକ ଔଷଧରେ ଚାଲିଛି ଚିକିତ୍ସା । ବାହାରୁ ଔଷଧ ଆଣିବାକୁ ମନା କରିଦେଇଛନ୍ତି ସରକାର । ପ୍ରାୟ ସପ୍ତାହ ପୂର୍ବରୁ ଦେଶରେ କରୋନା ମାମଲା ଚିହ୍ନଟ ହୋଇଥିବା ଘୋଷଣା କରିଥିଲା ଉତ୍ତର କୋରିଆ । ଏହାପରେ ଦେଶରେ ଏମରଜେନ୍ସି ଜାରି କରିଥିଲେ ଏକଛତ୍ରବାଦୀ ଶାସକ କିମ୍ ଜଙ୍ଗ । କୋଭିଡ ସଂକ୍ରମଣ କିଭଳି ନ ବ୍ୟାପିବ ସେଥିପାଇଁ ବାୟୁ, ଜଳ ପଥ ବନ୍ଦ କରିଥିଲେ କିମ ଜଙ୍ଗ । ଦେଶର କୌଣସି ବ୍ୟକ୍ତିଙ୍କୁ ଭ୍ୟାକ୍‌ସିନ୍ ଦିଆଯାଇନି । ପୂର୍ବରୁ ଡବ୍ଲୁଏଚଓ, ଚୀନ୍ ଓ ରୁଷ ଟିକାକରଣ ପାଇଁ ଅଫର ଦେଇଥିଲେ ମଧ୍ୟ ଉତ୍ତର କୋରିଆ ଏହାକୁ ଅଗ୍ରାହ୍ୟ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking