31.1 C
Bhubaneswar
Friday, March 29, 2024
Homeଓଡିଶାସାମାଜିକ ନ୍ୟାୟ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆନ୍ତରିକତା ନାହିଁ : କଂଗ୍ରେସ

ସାମାଜିକ ନ୍ୟାୟ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆନ୍ତରିକତା ନାହିଁ : କଂଗ୍ରେସ

ଭୁବନେଶ୍ୱର:  ରାଜ୍ୟରେ ଜଣେ ବି ଦଳିତ ଓ ଆଦିବାସୀ ବର୍ଗର ରାଜ୍ୟସଭା ସାଂସଦ ନାହାନ୍ତି । ତତ୍‌ସହିତ ରାଜ୍ୟରେ ପଛୁଆବର୍ଗର ବ୍ୟକ୍ତି ବିଶେଷଙ୍କୁ ରାଜ୍ୟ ସଭା ନିର୍ବାଚନରେ ଉପଯୁକ୍ତ ପ୍ରତିନିଧିତ୍ୱ ମିଳିନାହିଁ । କେବଳ ପଛୁଆବର୍ଗଙ୍କୁ ସରଂକ୍ଷଣ ନେଇ କେବଳ ମୁଖ୍ୟମନ୍ତ୍ରୀ ରାଜନୀତି କରନ୍ତି ବୋଲି ଶାସକ ବିଜୁ ଜନତା ଦଳ ଓ ମୁଖ୍ୟମନ୍ତ୍ରୀଙ୍କୁ କଡ଼ା ଟାର୍ଗେଟ କରିଛି କଂଗ୍ରେସ ।
ଆଜି କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ ମୁଖପାତ୍ର ଶ୍ରୀ ମନୋଜ ମହାପାତ୍ର କହିଲେ ଯେ, ରାଜ୍ୟର ଦଶଜଣ ରାଜ୍ୟସଭା ସାଂସଦଙ୍କ ମଧ୍ୟରୁ ଜଣେ ବି ଦଳିତ ନାହାନ୍ତି, କି ଜଣେ ବି ଆଦିବାସୀ ବର୍ଗର ନାହାନ୍ତି । ପଛୁଆବର୍ଗଙ୍କୁ ଉଚିତ୍ ପ୍ରତିନିଧିତ୍ୱ ମିଳିନାହିଁ, ଓଡ଼ିଆ ଲୋକଙ୍କ ବଳ ବୋଲି ନିଜକୁ ଦାବୀ କରୁଥିବା ବିଜୁ ଜନତା ଦଳ ଦୁଇଜଣ ଅଣ ଓଡ଼ିଆଙ୍କୁ ରାଜ୍ୟ ସଭା ପଠାଇଛି । ତା’ହେଲେ ଏହି ୯୨ ଭାଗ ଜନସଂଖ୍ୟା ଭିତରୁ କ’ଣ କେହି ଯୋଗ୍ୟ ପ୍ରାର୍ଥୀ ନାହାନ୍ତି କି ବୋଲି ପ୍ରଶ୍ନ କରିଥିଲେ ଶ୍ରୀ ମହାପାତ୍ର । ମହିଳାମାନଙ୍କୁ ୩୩ ଭାଗ ସଂରକ୍ଷଣ ଦେବାର ଶ୍ରେୟ ନେଉଥିବା ମୁଖ୍ୟମନ୍ତ୍ରୀ ରାଜ୍ୟସଭାରେ ମାତ୍ର ଜଣେ ମହିଳାଙ୍କୁ ପ୍ରତିନିଧିତ୍ୱ ପାଇଁ ପଠାଇଛନ୍ତି । ଓ.ବି.ସି କମିଶନ ଗଠନ କରିଛନ୍ତି କିନ୍ତୁ କାର୍ଯ୍ୟକାରୀ ହେଉନାହିଁ । ଓ.ବି.ସି ଜାତିଭିତିକ ଜନଗଣନା କରିବାକୁ କେନ୍ଦ୍ର ସରକାର ମନା କରିଦେଲା ପରେ ମୁଖ୍ୟମନ୍ତ୍ରୀ ଗତ ସେପ୍ଟେମ୍ବର ମାସରେ ଘୋଷଣା କରିଥିଲେ ରାଜ୍ୟ ନିଜସ୍ୱ ଜନଗଣନା କରିବ କିନ୍ତୁ ଏବେ ବି ଓ.ବି.ସି ଜନଗଣନା ନେଇ ସରକାର ଚୁପ୍ ହୋଇ ବସିଛନ୍ତି । ସୁପ୍ରିମ୍‌କୋର୍ଟରେ ଏସ୍‌.ଏଲ୍‌.ପି କରି ଦୀର୍ଘଦିନରୁ ବସିଯାଇଛନ୍ତି ରାଜ୍ୟ ସରକାର, କେବଳ ଭୋଟ୍ ବେଳେ ବିଭିନ୍ନ ଫନ୍ଦି ଫିକର କରି ଭୋଟ ହାତେଇବା ପାଇଁ ବିଭିନ୍ନ କୌଶଳ ତିଆରି ହେଉଛି, କିନ୍ତୁ ସାମାଜିକ ନ୍ୟାୟ ପ୍ରତିଷ୍ଠା ସହ ପଛୁଆବର୍ଗଙ୍କୁ ସେମାନେ ସାମ୍ବିଧାନିକ ଅଧିକାର ଦେବାପାଇଁ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ ଆନ୍ତରିକତା ନାହିଁ । ଆନ୍ତରିକତା ଥିଲେ ମଧ୍ୟପ୍ରଦେଶ ସରକାର ଭଳି ପଦକ୍ଷେପ ନେଇ ଓ.ବି.ସିଙ୍କୁ ୨୭ ପ୍ରତିଶତ ସଂରକ୍ଷଣ ଦେବାର ପ୍ରୟାସ କରିଥାନ୍ତେ । ମଧ୍ୟପ୍ରଦେଶ ସରକାର ଓ.ବି.ସି. ସଂରକ୍ଷଣ ପରିପ୍ରେକ୍ଷୀରେ ମାନ୍ୟବର ସୁପ୍ରିମ୍‌କୋର୍ଟଙ୍କ ରାୟକୁ ସ୍ୱାଗତ କରିଛି କଂଗ୍ରେସ ।

ଏହି ପରିପ୍ରେକ୍ଷୀରେ ଚଳିତ ରାଜ୍ୟସଭା ନିର୍ବାଚନରେ ଦଳିତ, ଆଦିବାସୀ ଓ ପଛୁଆବର୍ଗରୁ ଉପଯୁକ୍ତ ପ୍ରତିନିଧିତ୍ୱ ଦେବାକୁ ଦାବୀ କରାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଚିନ୍ମୟ ସୁନ୍ଦର ଦାଶ, ମଧୁମିତା ସେଠୀ ଓ ଜିନେଶ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking