38.1 C
Bhubaneswar
Friday, April 26, 2024
Homeଓଡିଶାଭିଜିଲା ଉପକୂଳ, ଆଭ୍ୟନ୍ତରୀଣ ପାଇଁ ସତର୍କତା

ଭିଜିଲା ଉପକୂଳ, ଆଭ୍ୟନ୍ତରୀଣ ପାଇଁ ସତର୍କତା

ଭୁବନେଶ୍ୱର: ଅପସାରିତ ହେବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଉତ୍ତର-ପଶ୍ଚିମ ଦିଗ ପଟୁ ଏହି ପ୍ରକ୍ରିୟା ଆରମ୍ଭ ହେବ । ରାଜସ୍ଥାନ ଦେଇ ମୌସୁମୀ ବାୟୁ ଭୁ ଭାଗରୁ ବିଦାୟ ନେବ । ସମୟାନୁକ୍ରମେ ଏହି ପ୍ରକ୍ରିୟା ପାଇଁ ପାଗ ଅନୁକୂଳ ହେଉଥିବାବେଳେ ଉତ୍ତରପଟୁ ଏବେ ପବନ ବହିବା ଆରମ୍ଭ ହୋଇଛି । ଆଗାମୀ ଦିନରେ ବର୍ଷା ପରିମାଣ ହ୍ରାସ ପାଇବାକୁ ଥିବାବେଳେ ବାୟୁମଣ୍ଡଳରେ ସମୁଦ୍ର ପତନରୁ ୪.୫ କିମି ଯାଏ ଏକ ନିମ୍ନଚାପ ରେଖା ଲମ୍ବିଛି । ଏହାବାଦ ସବ୍‌-ହିମାଲିଆନ୍‌, ପଶ୍ଚିମବଙ୍ଗ ତଥା ତାର ଆଖପାଖ ଅଞ୍ଚଳରେ ଏକ ସାଇକେ୍‌ଲାନିକ୍ ସର୍କ୍ୟୁଲେସନ ମଧ୍ୟ ସୃଷ୍ଟି ହୋଇଛି । ଯାହାଫଳରେ ରାଜ୍ୟର ଏକାଧିକ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ରେକର୍ଡ ହେଉଛି । ଗତ ୨୪ ଘଣ୍ଟାରେ ସମସ୍ତ ଉପକୂଳବର୍ତ୍ତୀ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇଥିବାବେଳେ ଆସନ୍ତା ୨୪ ଘଣ୍ଟାରେ ଆଭ୍ୟନ୍ତରୀଣ ଜିଲ୍ଲାକୁ ପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ି ମାରିବା ନେଇ ସତର୍କତା ଜାରି ହୋଇଛି ।

କୋରାପୁଟ, ମାଲକାନାଗିରି, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ଅନୁଗୁଳ, ଢ଼େଙ୍କାନାଳ, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଆଉ ୨ ଦିନ ଯାଏଁ ରାଜ୍ୟରେ ବର୍ଷା ସହ ବିଜୁଳି ଘଡ଼ଘଡ଼ି ଜାରି ରହିବ । ବୁଧବାର ମଧ୍ୟ ରାଜ୍ୟର ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗୀର, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୁରଭଞ୍ଜ ଓ ସମ୍ବଲପୁରରେ ପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ି ମାରିବ । ଏନେଇ ଉପରୋକ୍ତ ଜିଲ୍ଲାଗୁଡ଼ିକ ପାଇଁ ମଧ୍ୟ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଗୁରୁବାରଠାରୁ ପୁଣି ବର୍ଷା ପରିମାଣ କମିବ । ପରେ ଆସନ୍ତା ୧୦ ତାରିଖ ବେଳକୁ ପୁଣି ବର୍ଷା ପରିମାଣ ସାମାନ୍ୟ ବୃଦ୍ଧିପାଇବା ଆଶଙ୍କା ରହିଛି । ଆସନ୍ତାକାଲି ବାୟୁମଣ୍ଡଳର ଉପରସ୍ତରରେ ଏକ ଗୁରୁଚାପ ବଳୟ ସକ୍ରିୟ ହେବାର ଅଛି ।

ଗୁରୁଚାପ ବଳୟ ସକ୍ରିୟ ହେବା ପରେ ମୌସୁମୀ ଅପସାରଣ ପାଇଁ ବାଟ ଫିଟିବ ବୋଲି ପାଣିପାଗର ଏକ ସାଂଖିକ ମଡେଲ୍‌ରୁ ପ୍ରକାଶ ପାଇଛି । ନିକଟରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଏବେ ଦୁର୍ବଳ ହେବା ସହ ଗଭୀର ଅବପାତର ରୂପ ନେଇଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ ପାଇଛି । ଏହି ମଧ୍ୟରେ ଅକ୍ଟୋବର ମାସର ୪ ଦିନ ମଧ୍ୟରେ ରାଜ୍ୟରେ ମୋଟ ୧୮.୯ ମିମି ବର୍ଷା ରେକର୍ଡ ହୋଇଛି । ଏହି ସମୟରେ ସ୍ୱାଭାବିକ ବର୍ଷା ୨୧.୫ ମିମି ହେବାର ଥିଲା । ରେକର୍ଡ ହୋଇଥିବା ବର୍ଷା ସ୍ୱାଭାବିକଠାରୁ ୧୩% ନିଅଣ୍ଟ ଥିବାବେଳେ ଏହା ସ୍ୱାଭାବିକ ବର୍ଷାରେ ଗଣତି ହେଉଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking