32.1 C
Bhubaneswar
Sunday, April 28, 2024
Homeଓଡିଶାସକ୍ରିୟ ହେଉଛି ଲଘୁଚାପ : ଉପକୂଳରେ ପ୍ରବଳ ବର୍ଷିବ

ସକ୍ରିୟ ହେଉଛି ଲଘୁଚାପ : ଉପକୂଳରେ ପ୍ରବଳ ବର୍ଷିବ

ଭୁବନେଶ୍ୱର: ଆଜି ଉତ୍ତରପଶ୍ଚିମ ସଂଲଗ୍ନ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ।ଏହା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ । ଏହି ବର୍ଷା ଦ୍ୱାରା ଶୁଖିଲା ପଡ଼ିଥିବା ଚାଷ ଜମିରେ ଚାଷ କାର୍ଯ୍ୟ ଆଗେଇବାର ସମ୍ଭାବନା ସୃଷ୍ଟି ହୋଇଛି । ଭାରତୀୟ ପାଣିପାଗ କେନ୍ଦ୍ର ପକ୍ଷରୁ ଘୂର୍ଣ୍ଣିବଳୟ ସମ୍ପର୍କରେ ସୂଚନା ଦିଆଯାଇଥିବା ବେଳେ ବର୍ଷାର ତୀବ୍ରତା ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନାହିଁ । ଅନ୍ୟପଟେ ବିଭିନ୍ନ କାରଣ ପାଇଁ ସାରା ରାଜ୍ୟରେ ଅଗଷ୍ଟ ୩୧ ପର୍ଯ୍ୟନ୍ତ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି । ସୂଚନା ଅନୁଯାୟୀ ମୌସୁମୀ ଟ୍ରଫର ପୂର୍ବଭାଗ ଦକ୍ଷିଣ ଆଡ଼କୁ ଆସି ସ୍ୱାଭାବିକ ସ୍ଥାନରେ ରହିବା ସହିତ ବଙ୍ଗୋପସାଗରରେ ପବନ ଉତ୍ତର/ଉତ୍ତରପୂର୍ବକୁ ଗତି କରୁଛି । ଫଳରେ ରାଜ୍ୟରେ ମୌସୁମୀ କିଛି ମାତ୍ରାରେ ସକ୍ରିୟ ହୋଇଛି । ଏହାସହିତ  ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ଯୋଗୁଁ ମୌସୁମୀ ପୁଣି ସକ୍ରିୟ ହେବେ ।

ଫଳରେ ରାଜ୍ୟରେ ବର୍ଷା ହେବ । ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀରେ କେତେକ ସ୍ଥାନରେ ଭାରୀ ବର୍ଷା (୬୦ ମିମିରୁ ଅଧିକ) ହେବାର ସମ୍ଭାବନା ଥିବା ବେଳେ ଅଗଷ୍ଟ ୩୦ରେ ପ୍ରାୟତଃ ଭାରି (୩୫-୬୦ମିମି) ବର୍ଷା ହୋଇପାରେ । ପୂର୍ବ ଆକଳନ ମୁତାବକ ଅଗଷ୍ଟ ୩୧ ସୁଦ୍ଧା ରାଜ୍ୟର ହାରାହାରି ବର୍ଷା ସମ୍ଭବତଃ ୯୦ ମିମି ବର୍ଷା ହେବ ବା କିଛି ସ୍ଥାନରେ ଅଧିକ ହୋଇପାରେ ବୋଲି ପୂର୍ବ ଆକଳନ ପ୍ରକାଶ ପାଇଛି । ଅନ୍ୟପଟେ ଶନିବାର ବିଭିନ୍ନ ସ୍ଥାନରେ ବର୍ଷା ହେବ ବୋଲି ଆଞ୍ଚଳିକ ପାଣପାଗ କେନ୍ଦ୍ର ପକ୍ଷରୁ ମଧ୍ୟ ସୂଚନା ଦିଆଯାଇଛି। କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼଼, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ, କଳାହାଣ୍ଡି, ରାୟଗଡ଼଼ା, କୋରାପୁଟ, ମଲାକାନଗିରି ଓ ଢେଙ୍କାନାଳ ଆଦିରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି କନ୍ଧମାଳ, ଗଞ୍ଜାମ, ପୁରୀ, ନୟାଗଡ଼଼, ଖୋର୍ଦ୍ଧା, ବୌଦ୍ଧ, ଅନୁଗୁଳ, ବଲାଙ୍ଗୀର ଓ କଟକର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking