35.1 C
Bhubaneswar
Friday, May 10, 2024
Homeଦେଶ ବିଦେଶଷ୍ଟେସନରେ ଭୁଶୁଡ଼ିଲା ପାଣିଟାଙ୍କି : ୩ ମୃତ

ଷ୍ଟେସନରେ ଭୁଶୁଡ଼ିଲା ପାଣିଟାଙ୍କି : ୩ ମୃତ

ପଶ୍ଚିମବଙ୍ଗ: ଷ୍ଟେସନରେ ଭୁଶୁଡ଼ିଲା ପାଣିଟାଙ୍କି, ଚାଲିଗଲା ୩ ଜଣଙ୍କ ଜୀବନ । ପଶ୍ଚିମବଙ୍ଗ ବର୍ଦ୍ଧମାନ ରେଳ ଷ୍ଟେସନରେ ଭୁଶୁଡ଼ି ପଡ଼ିଲା ପାଣି ଟାଙ୍କି । ପ୍ଲାଟ ଫର୍ମ ନଂ-୨ ଉପରେ ଥିବା ପାଣି ଟାଙ୍କି ଭୁଶୁଡ଼ି ପଡ଼ିଲା । ପାଣି ଟାଙ୍କି ଭୁଶୁଡ଼ି ପଡ଼ିବାରୁ ପ୍ଲାଟଫର୍ମ-୨ରେ ଟ୍ରେନ୍‌କୁ ଅପେକ୍ଷାରତ ଲୋକଙ୍କ ଉପରେ ପଡ଼ିଯାଇଥିଲା ।

ଏହି ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଅଧିକ ଆହତ ହୋଇଛନ୍ତି ବୋଲି ସୂଚନା ମିଳିଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ପୋଲିସ ପହଞ୍ଚି ମୃତ ଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଆହତମାନଙ୍କୁ ସ୍ଥାନୀୟ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking