33.1 C
Bhubaneswar
Friday, April 26, 2024
Homeଓଡିଶାପାଣି ପାଇଁ ଗୌଡ଼କେଲା ଗାଁ’ରେ ସଂଘର୍ଷ

ପାଣି ପାଇଁ ଗୌଡ଼କେଲା ଗାଁ’ରେ ସଂଘର୍ଷ

ସୁବର୍ଣ୍ଣପୁର : ଘର ଘରକୁ ପାଇପ ଯୋଗେ ପାନୀୟ ଜଳର ସୁବିଧା କରିବା ପାଇଁ ସରକାର ଡିଣ୍ଡିିମ ପିଟୁଛନ୍ତି । ହେଲେ ବାସ୍ତବ ଚିତ୍ର ଭିନ୍ନ କଥା ବୟାନ କରୁଛି । ସକାଳ ହେଲେ ପାଣି ପାଇଁ ସଂଘର୍ଷ କରୁଛନ୍ତି ଗ୍ରାମବାସୀ । ପାଣି ଗରେ ପାଇଁ ଲାଗିବାକୁ ପଡୁଛି ଲମ୍ବା ଲାଇନ । ତା\’ସହ ମାଡ଼ଗୋଳ ହୋଇ ପାଣି ଗରେ ନେବାକୁ ପଡୁଛି । ଏ ସମସ୍ୟା ଦିନେ କି ଦୁଇ ଦିନର ନୁହେଁ ଖରା, ବର୍ଷା, ଶୀତ ସବୁଦିନ ପାଣି ପାଇଁ ସଂଗ୍ରାମ କରିବାକୁ ପଡୁଛି । ଗାଁରେ ନା ଅଛି ପାନୀୟ ଜଳ ପ୍ରକଳ୍ପ ନା ଅଛି ଆବଶ୍ୟକତା ଅନୁଯାୟୀ ନଳକୂପ । ଗୋଟିଏ ନଳକୂପରୁ ପାଣି ନେଇ ବ୍ୟବହାର କରୁଛନ୍ତି ଗ୍ରାମବାସୀ । ଏଭଳି ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡର ଗୌଡ଼କେଲା ଗାଁରେ । ଏଠି ପାଣି ଗରେ ନେବାପାଇଁ ଲାଗିଥାଏ ସଂଘର୍ଷ । ନଳକୂପ ଚାରିପଟେ ଘେରି ରହି ଟଣା ଓଟରା ହୁଅନ୍ତି ମହିଳାମାନେ । କିଏ କହେ ମୁଁ ଆଗେ ଆସିଛି ଆଗେ ନେବି ତ ଆଉ କିଏ କହେ ମୋର କାମ ଅଛି ମୁଁ ଆଗ ନେବି । ଏଭଳି ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡର ଗୌଡ଼କେଲା ଗାଁରେ । ଗାଁରେ ପ୍ରାୟ ୮୦ ଘର ବସବାସ କରୁଥିବାବେଳେ ଗାଁରେ ଏପର୍ଯ୍ୟନ୍ତ ହୋଇପାରିନାହିଁ ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା । ଖରାଦିନରେ ବନ୍ଧ କଟା ସବୁ ଶୁଖି ଯାଇଥିବାବେଳେ ଏହି ନଳକୂପ ଉପରେ ସମ୍ପୂର୍ଣ୍ଣଭାବେ ନିର୍ଭର କରୁଛନ୍ତି ଗ୍ରାମବାସୀ । ଗାଧୋଇବା ଠୁ ଆରମ୍ଭ କରି ଖାଇବା ପାଣି ମଧ୍ୟ ଯୋଗାଉଛି ଗୋଟିଏ ନଳକୂପ । କାମ ଧନ୍ଦା ଛାଡ଼ି ପାଣି ଗରେ ପାଇଁ ଖରାରେ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡୁଥିବା ମହିଳାମାନେ ଅଭିଯୋଗ କରଛନ୍ତି । ଗ୍ରାମାଞ୍ଚଳର ଲୋକଙ୍କ ପାଇଁ ବସୁଧା ଯୋଜନାରେ ଜଳ ଯୋଗାଣ ବ୍ୟବସ୍ଥା କରାଯାଉଛି । କିନ୍ତୁ ଗ୍ରାମବାସୀ ବଞ୍ଚିତ ହୋଇଛନ୍ତି ଏହି ଯୋଜନାରୁ । ଗାଁରେ କେବଳ ଗୋଟିଏ ନଳକୂପ ଉପରେ ଭରସା କରି ଚଳୁଛନ୍ତି ଗ୍ରାମବାସୀ । ସେପଟେ ଗାଁ ନିକଟରେ ଥିବା କମଳପୁର ଗାଁରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଅଛି । ଏହି ଗାଁକୁ ସରକାର ଚାହିଁଲେ ସଂଯୋଗ କରିପାରନ୍ତେ । କିନ୍ତୁ ତାହା ବି କରୁନାହାନ୍ତି । ଏ ସମସ୍ୟା ନେଇ ଗ୍ରାମବାସୀ ବାରମ୍ବାର ସ୍ଥାନୀୟ ସରପଞ୍ଚଙ୍କ ସହ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟିକୁ ଆଣିସାରିଛନ୍ତି । ତା\’ସହ ପାଇପଯୋଗେ ଜଳ ଯୋଗାଣ ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି । ହେଲେ କେହି ଶୁଣୁନଥିବା ଅଭିଯୋଗ ହୋଇଛି । ଅପରପକ୍ଷରେ ଆସନ୍ତାବର୍ଷ ସେହି ଗ୍ରାମକୁ ପାନୀୟ ଜଳର ବ୍ୟବସ୍ଥା କରାଯିବ ବୋଲି ସ୍ଥାନୀୟ ବିଡିଓ କହିଛନ୍ତି । ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ପିଇବା ପାଣି ଟୋପେ ପାଇଁ ସଂଘର୍ଷ କରୁଛନ୍ତି ଗ୍ରାମବାସୀ । ଏଥିପ୍ରତି ସରକାର ଦୃଷ୍ଟି ଦେବାସହ ତୁରନ୍ତ ଏହି ଗ୍ରାମର ପାନୀୟ ଜଳ ସଙ୍କଟକୁ ଦୂର କରିବା ଜରୁରି ହୋଇପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking