35.1 C
Bhubaneswar
Saturday, May 4, 2024
Homeଓଡିଶାଯୁବପୀଢୀଙ୍କ ପାଇଁ ବିବେକାନନ୍ଦଙ୍କ ବାର୍ତ୍ତା

ଯୁବପୀଢୀଙ୍କ ପାଇଁ ବିବେକାନନ୍ଦଙ୍କ ବାର୍ତ୍ତା

ଭୁବନେଶ୍ୱର : ୧୮୯୩ରେ ଆମେରିକର ଚିକାଗୋର ଯେବେ ପ୍ରଥମ ଥର ପାଇଁ ବିଶ୍ୱ ଧର୍ମ ସଂସଦର ଆୟୋଜନ ହୋଇଥିଲା । ସେଥିରେ ଯୋଗ ଦେଇ ସ୍ୱାମୀ ବିବକୋନନ୍ଦ ଏପରି ଏକ ଓଜସ୍ୱୀ ଉଦବୋଧନ ଦେଇଥିଲେ ଯାହା ସମ୍ପୁର୍ଣ୍ଣ ବିଶ୍ୱବାସୀଙ୍କୁ ଚକିତ କରିଦେଇଥିଲା । ଉଦବୋଧନର ଆରମ୍ଭରେ ସେ କହିଥିଲେ ‘ ମୋ ଆମେରିକାର ଭାଇ ଓ ଭଉଣୀ ମାନେ’ ଏହା ଶୁଣି ବହୁତ ଗର୍ବ ଅନୂଭବ ହୁଏ , ତାଙ୍କର ଏହି ଭାଷଣରେ ସଂସଦର ୭ ହଜାର ଲୋକ ପ୍ରାୟ ୨ ମିନିଟ ଯାଏଁ ସ୍ୱାମୀ ବିବେକାନନ୍ଦଙ୍କ ପାଇଁ ଛିଡା ହୋଇ ତାଳି ବଜାଇଥିଲେ ଓ ତାଙ୍କର ଅଭିବାଦନ କରିଥିଲେ । ୧୮୯୩ରେ ବହୁତ ବର୍ଷ ପରେ ସାରା ବିଶ୍ୱ ଭାରତର ବିଶ୍ୱ ରୁପ ଦେଖିଥିଲା । ଏହି ଐତିହାସିକ ଭାଷଣ ପରେ ଆମେରିକାର ଖବର କାଗଜ ‘ଦ ନ୍ୟୁୟର୍କ କିଟ୍ରିକ’ ବିବେକାନନ୍ଦଙ୍କ ବିଷୟରେ ଏକ ବିବୃତି ଲେଖିଥିଲା । ସେ ଲେଖିଥିଲ ।, ବହୁତ ଲୋକ ବହୁ ଭଲ ଉଦବୋଧନ ଦେଇଥିଲେ । ମାତ୍ର ସେହି ହିନ୍ଦୁ ସାଧୁ ଜଣକ ବିଶ୍ୱ ଧର୍ମ ସଂସଦର ବିଷୟକୁ ଯେଉଁପରି ଭାବେ ଲୋକଙ୍କ ଆଗରେ ରଖିଥିଲେ ତାହା ଅଦ୍ୱିତୀୟ । ସେ ଜଣେ ମହାନ ବ୍ୟକ୍ତା । ତାଙ୍କର ତେଜସ୍ୱୀ ମୁଖ , ବୁଦ୍ଧିମତ୍ତା ଏବଂ ତାଙ୍କ ବେଶଭୁଷାର ପ୍ରଭାବ ବର୍ଣ୍ଣନା କରିବା ପାଇଁ ଶବ୍ଦ କମ ପଡୁଛି ।

ସେ ସାରା ବିଶ୍ୱ ରେ ଭାରତର ବେଦ ଓ ଉପନିଶେଦର ଶକ୍ତିକୁ ପ୍ରଚାର କରିଥିଲେ ଓ ହିନ୍ଦୁତ୍ୱର ଶକ୍ତି ବିଷୟରେଳ ବିଶ୍ୱକୁ ଅବଗତ କରାଇଥିଲେ । ବହୁ କମ ବୟସରୁ ସେ ବହୁ ଜ୍ଞାନର ଅଧିକାରୀ ହୋଇପାରିଥିଲେ । ବିବେକାନନ୍ଦଙ୍କ ଏହି ବିଶ୍ୱ ବିଜୟୀ ବ୍ୟକ୍ତିତ୍ୱ ଆମ ସମସ୍ତଙ୍କ ପାଇଁ ଏକ ପେରଣାର ଉତ୍ସ । ତାଙ୍କର ଏହି ବ୍ୟକ୍ତିତ୍ୱ ଓ ପ୍ରତିଭା ସମଗ୍ର ବିଶ୍ୱ ତଥା ଭାରତର ଯୁବ ପିଢୀଙ୍କୁ ଚିରକାଳ ପାଇଁ ଆଦର୍ଶ ହୋଇ ରହିଥିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking