27.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗପ୍ରେମ କରୁଥିବା ବ୍ୟକ୍ତିଙ୍କୁ ଦଣ୍ଡ ଦେବା ହେଉଛି ଅପରାଧ: ସୁପ୍ରିମକୋର୍ଟ

ପ୍ରେମ କରୁଥିବା ବ୍ୟକ୍ତିଙ୍କୁ ଦଣ୍ଡ ଦେବା ହେଉଛି ଅପରାଧ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ପ୍ରେମରେ ପଡିବା ଏବଂ ନିଜ ଇଚ୍ଛାରେ ଜୀବନ ବିତାଇବାକୁ ଚାହୁଁଥିବା ବ୍ୟକ୍ତିଙ୍କୁ ଦଣ୍ଡ ଦେବା ଅପରାଧ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ପ୍ରେମରେ ପଡିଥିବାରୁ ଆପଣ କାହାକୁ ଦଣ୍ଡ ଦେଇପାରିବେ ନାହିଁ ବୋଲି ଭାରତର ପ୍ରଧାନ ବିଚାରପତି ଶରଦ ଏ ବୋବଡେ ମଙ୍ଗଳବାର ଏକ ଶୁଣାଣି ସମୟରେ ମୌଖିକ ଭାବରେ କହିଛନ୍ତି । ଏହା ସବୁଠୁ ଖରାପ ଅପରାଧ ବୋଲି ସେ କହିଛନ୍ତି । ତିନି ଜଣିଆ ଖଣ୍ଡପୀଠର ନେତୃତ୍ୱ ନେଉଥିବା ପ୍ରଧାନ ବିଚାରପଚି ଜଣେ ପୂର୍ବତନ ଖାପ ପଂଚାୟତ ସଦସ୍ୟଙ୍କୁ ଜାମିନ ପ୍ରଦାନ ମାମଲାରେ ଶୁଣାଣି କରିଥିଲେ । ଯେଉଁଥିରେ ଜଣେ ଦଳିତ ବାଳକ, ତାର ସଂପର୍କୀୟ ଓ ଝିଅକୁ ହତ୍ୟା କରିବା ଅଭିଯୋଗ ରହିଥିଲା । ସେହି ପୁଅଟି ସେହି ଝିଅ ସହ ପଳାଇ ଗୋପନରେ ବିବାହ କରିଥିଲା । ଆଉ ତାର ସଂପର୍କୀୟ ଯିଏ ଥିଲେ, ସେ ସେମାନଙ୍କୁ ସାହାଯ୍ୟ କରୁଥିଲେ । ପରେ କିଛିଦିନ ପରେ ସେମାନେ ଗାଁକୁ ଫେରିଥିଲେ । ଭାବିଥିଲେ କି ସେମାନଙ୍କ ରାଗ ଶାନ୍ତ ହୋଇଯାଇଥିବ । ହେଲେ ସେମାନେ ଉକ୍ତ ଯୁବକ, ଯୁବତୀ ଓ ତା ସଂପର୍କୀୟଙ୍କୁ ଧରି ଗଛରେ ଟାଙ୍ଗି ଦେଇଥିଲେ ଏବଂ ଝୁଲିବା ପୂର୍ବରୁ ଉକ୍ତ ଯୁବକର ଜନନାଙ୍ଗ ପୋଡି ଦିଆଯାଇଥିଲା । ଏଭଳି ଭୟାନକ ଘଟଣା ୧୯୯୧ ମସିହା ଉତ୍ତରପ୍ରଦେଶର ମଥୁରା ଜିଲ୍ଲା ମେହରାନ ଗାଁରେ ଘଟିଥିଲା । ୮ ଜଣଙ୍କୁ ମୃତ୍ୟୁ ଦଣ୍ଡ ଏଥିପାଇଁ ହୋଇଥିଲା । ଅନ୍ୟମାନଙ୍କୁ ଆଜୀବନ କାରାଦଣ୍ଡ ଦଣ୍ଡାଦେଶ ହୋଇଥିଲା । ୨୦୧୬ ମସିହାରେ ଆହ୍ଲାବାଦ ହାଇକୋର୍ଟ ସେମାନଙ୍କୁ ଏହି ଦଣ୍ଡାଦେଶ ଶୁଣାଇଥିଲେ । ମେହେରାନା ଅନର କିଲିଂ ଖାପ ପଂଚାୟତ ଦ୍ୱାରା ଅପରାଧକୁ ସମର୍ଥନ କରିବା ବିରୋଧରେ ଅସନ୍ତୋଷ ସୃଷ୍ଟି କରିଥିଲା । ସ୍ୱାସ୍ଥ୍ୟ ଆଧାରରେ ଜାମିନ ଆବେଦନକୁ ଉତ୍ତରପ୍ରଦେଶ ସରକାର ବିରୋଧ କରିଥିଲେ । ନ୍ୟାୟକୁ ଦୃଷ୍ଟିରେ ରଖି ଆଗ୍ରା ଓ ମଥୁରା କେନ୍ଦ୍ରୀୟ ଜେଲର ପ୍ରୋବେସନ ଅଧିକାରୀ ଦୋଷୀକୁ ସାକ୍ଷାତକାଲ ଦେବା, ସେମାନଙ୍କ ରେକର୍ଡ ଯାଂଚ କରିବା ଓ ଦୁଇ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି ରିପୋର୍ଟରେ କାରାଗାରର ଅବଧି ମଧ୍ୟ ଉଲ୍ଲେଖ କରାଯିବ । ଶାରୀରିକ ଓ ମାନସିକ ସ୍ତରରେ ସେମାନଙ୍କ ବର୍ତମାନର ସ୍ୱାସ୍ଥ୍ୟ ଅବସ୍ଥା ସୂଚିତ କରିବ ଏହି ରିପୋର୍ଟ । ଏହି ରିପୋର୍ଟରେ ଆହୁରି ମଧ୍ୟ ଦର୍ଶାଯିବ, ଅଦାଲତ ଦ୍ୱାରା ସେମାନଙ୍କୁ ମୁକ୍ତ କରିବାକୁ ଉପଯୁକ୍ତ ମନେହୁଏ, ଯେଉଁଠାରେ ଏହି ଘଟଣା ଘଟିଛି ସେହି ଜିଲ୍ଲା ବ୍ୟତୀତ ଯେଉଁଠାରେ ସେମାନେ ନିଜ ନିଜ ସୁରକ୍ଷା ଏବଂ ଅନ୍ୟମାନଙ୍କ ସୁରକ୍ଷା ପାଇଁ ରହିବାକୁ କୁହାଯାଇପାରେ । ତେବେ ଦୁଇ ସପ୍ତାହ ପରେ ଏହି ମାମଲା ନିଆଯିବ ବୋଲି ସୂଚନା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking