39.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗକିପରି ବିଶ୍ୱକର୍ମାଙ୍କ ସୃଷ୍ଟି

କିପରି ବିଶ୍ୱକର୍ମାଙ୍କ ସୃଷ୍ଟି

ଭୁବନେଶ୍ୱର : ବିଶ୍ୱକର୍ମା ପୂଜା ହେଉଛି ଏକ ଅନନ୍ୟ ପର୍ବ । ଓଡ଼ିଶାରେ ଏହାକୁ ଅତ୍ୟନ୍ତ ମାତ୍ରାରେ ପାଳନ କରାଯାଏ । ବିଶେଷ ଭାବରେ ଏହିଦିନ ଅନେକ ଶିଳ୍ପାନୁଷ୍ଠାନରେ ନିର୍ମାଣକାରୀ ବିଶ୍ୱକର୍ମାଙ୍କ ପୂଜା କରାଯାଏ । ପୌରାଣିକ ବର୍ଣ୍ଣନାରୁ ଜଣାଯାଏ ଯେ, ଦେବଶ୍ରୀ ଶ୍ରୀ ବିଶ୍ୱକର୍ମା କନ୍ୟା ସଂକ୍ରାନ୍ତି ତିଥିରେ ମର୍ତ୍ତ୍ୟଲୋକରେ ଆବିର୍ଭୁତ ହୋଇଥିଲେ । ତେଣି ଏହି ତିଥିରେ ଶିଳ୍ପୀ ବଂଶଧରମାନେ ବିଶ୍ୱକର୍ମାଙ୍କର ପୂଜାର୍ଚ୍ଚନା କରନ୍ତି । ବିଶ୍ୱ କର୍ମା ସମସଲ୍‌ତ ଶିଳ୍ପର ସୃଷ୍ଟି କର୍ତ୍ତା ହୋଇଥିବାରୁ ଏହି ଦିନ ଶିଳ୍ପାନୁଷ୍ଠାନମାନଙ୍କରେ ବିଶ୍ୱକର୍ମାଙ୍କର ପୂଜା ଉତ୍ସବ ମହା ଜାକଜକମରେ ପାଳନ କରାଯାଏ । ଓଂକାର ସ୍ୱରୂପ ପରବ୍ରହ୍ମଙ୍କଠାରୁ ଜୀବଜଗତ ସୃଷ୍ଟି । ସୃଷ୍ଟିର ତ୍ରିଶକ୍ତି ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱର । ବ୍ରହ୍ମା ସୃଷ୍ଟିକର୍ତ୍ତା । ବିଷ୍ଣୁ ପାଳନ କର୍ତ୍ତା ଓ ମହେଶ୍ୱର ସଂଘାର କର୍ତ୍ତା ରୂପେ ବିବେଚିତ ହୁଅନ୍ତି । ପ୍ରଜାପତି ବ୍ରହ୍ମାଙ୍କ ନାଭି କମଳରୁ ଦେବ ଶିଳ୍ପୀ ବିଶ୍ୱକର୍ମାଙ୍କ ଜନ୍ମ । ବ୍ରହ୍ମାଙ୍କ ନିର୍ଦ୍ଦେଶରେ ବିଶ୍ୱକର୍ମା ସୃଷ୍ଟି ସର୍ଚ୍ଚନା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking