28.1 C
Bhubaneswar
Friday, April 26, 2024
Homeଦେଶ ବିଦେଶମହିଳା ଦିବସରେ ଝିଅ ଓ ପତ୍ନୀ ଅନୁଷ୍କାଙ୍କୁ ଶୁଭକାମନା ଜଣାଇଲେ ବିରାଟ

ମହିଳା ଦିବସରେ ଝିଅ ଓ ପତ୍ନୀ ଅନୁଷ୍କାଙ୍କୁ ଶୁଭକାମନା ଜଣାଇଲେ ବିରାଟ

ନୂଆଦିଲ୍ଲୀ : ମହିଳା ଦିବସ 2021 ରେ ବିରାଟ କୋହଲିଙ୍କର ଏକ ଶକ୍ତିଶାଳୀ ବାର୍ତ୍ତା ରହିଛି । ସେ ଇନଷ୍ଟାଗ୍ରାମରେ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ତାଙ୍କ ଝିଅ ଭାମିକାଙ୍କ ଫଟୋ ସେୟାର କରିଥିଲେ । ମହିଳା ଦିବସ ଅବସରରେ ଭାରତୀୟ କ୍ରିକେଟ କ୍ୟାପଟେନ ବିରାଟ କୋହଲି ନିଜ ଝିଅ ଭାମିକା ଓ ପତ୍ନୀ ଅନୁଷ୍କା ଶର୍ମାଙ୍କ ଫଟୋ ପୋଷ୍ଟ କରି ଶୁଭକାମନା ଜଣାଇଛନ୍ତି । କୋହଲି ସୋସିଆଲ ମିଡ଼ିଆରେ ଭାମିକା ଓ ଅନୁଷ୍କାଙ୍କ ଏକ ସୁନ୍ଦର ଫଟୋ ପୋଷ୍ଟ କରିଛନ୍ତି। କୋହଲି ଲେଖିଛନ୍ତି, ଅନୁଷ୍କା ତାଙ୍କ ଜୀବନର ସବୁଠାରୁ ମଜବୁତ ମହିଳା ଓ ତାଙ୍କ ଝିଅ ବି ଅନୁଷ୍କାଙ୍କ ଭଳି ହେଉ ବୋଲି ସେ ଚାହୁଁଛନ୍ତି । ଫୋଟୋ ପୋଷ୍ଟ କରି କୋହଲି ଲେଖିଛନ୍ତି, ‘ଶିଶୁ ଜନ୍ମ କଲାବେଳେ ଦେଖିବା ସହଜ କଥା ନୁହେଁ । ଏହା ଅବିଶ୍ୱାସନୀୟ ଏବଂ ଆଶ୍ଚର୍ଯ୍ୟଜନକ ଅନୁଭବ। ଏହି ଦୃଶ୍ୟ ଦେଖିଲେ ଆପଣ ମହିଳାଙ୍କ ଅସଲ ତାକତ ଓ ଦିବ୍ୟତାକୁ ବୁଝି ପାରିବେ ଏବଂ ଭଗବାନ ମହିଳାଙ୍କ ଭିତରେ ଜୀବନ କାହିଁକି ସୃଷ୍ଟି କରିଛନ୍ତି ତାହା ବି ବୁଝି ପାରିବେ । ମହିଳାମାନେ ପୁରୁଷଙ୍କ ତୁଳନାରେ ବହୁତ ମଜବୁତ।’ ଚଳିତ ବର୍ଷ ବିରାଟ ଅନୁଷ୍କାଙ୍କ ପାଇଁ ବହୁତ ଖାସ। ଜାନୁଆରୀ ୧୧ ତାରିଖରେ ବିରୁସ୍କାଙ୍କ ଜୀବନରେ ତାଙ୍କ ଝିଅର ଆଗମନ ହୋଇଛି । ଏହି ମୁହୂର୍ତ୍ତ ଉଭୟଙ୍କ ପାଇଁ ବହୁତ ଖାସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking