22.1 C
Bhubaneswar
Saturday, March 22, 2025
Homeଦେଶ ବିଦେଶଦିଲ୍ଲୀ ମୁଖ୍ୟାଳୟରେ ବିଜୟ ଉତ୍ସବ

ଦିଲ୍ଲୀ ମୁଖ୍ୟାଳୟରେ ବିଜୟ ଉତ୍ସବ

ନୂଆଦିଲ୍ଲୀ: ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରୋନ୍ଦ୍ର ମୋଦୀ । ମୋଦୀଙ୍କ ସହ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ଅଛନ୍ତି । ଗୃହମନ୍ତ୍ରୀ  ଅମିତ୍‌ ଶାହ ମଧ୍ୟ ପହଞ୍ଚିସାରିଛନ୍ତି । ଦିଲ୍ଲୀ କାର୍ଯ୍ୟାଳରେ କର୍ମକର୍ତ୍ତାଙ୍କ ପ୍ରବଳ ଭିଡ। ବାଣ ଫୁଟାଇ ବିଜୟ ଉତ୍ସବ ପାଳିଲେ । ମିଠା ଖାଇଲେ ନେତା ଓ କର୍ମି ନାଚିଲେ । ଏକାଠି ହେଲେ ବରିଷ୍ଠ ନେତା ଓ କର୍ମୀ । କିଛି ସମୟ ପରେ ଜନତାଙ୍କୁ ସମ୍ବୋଧିତ କରିବେ ମୋଦୀ । ଦିଲ୍ଲୀରେ ବିଜେପିର ବଡ଼ ବିଜୟ । ୨୭ ବର୍ଷ ପରେ ଦିଲ୍ଲୀ ଦଖଲ କଲା ଭାରତୀୟ ଜନତା ପାର୍ଟି । ତୃତୀୟ ଥର କ୍ଷମତାକୁ ଆସିବାର ଆପ୍‌ ଯେଉଁ ସ୍ବପ୍ନ ଦେଖୁଥିଲା ତାହା କେବଳ ସ୍ବପ୍ନରେ ହିଁ ରହିଗଲା । ୭୦ ବିଧାନସଭା ଆସନରେ ଭୋଟ୍‌ ହେବା ପରେ ସାମ୍ନାକୁ ଆସିଥିଲା ଏକଜିଟ୍‌ ପୋଲ । ଏକଜିଟ୍‌ ପୋଲରେ ଚିତ୍ର ସ୍ପଷ୍ଟ ଦିଶୁଥିଲା କି, ଏଥର ବିଜେପି ବାଜି ମାରିବ । ଆଉ ପ୍ରାରମ୍ଭିକ ଟ୍ରେଣ୍ଡରେ ବି ବିଜେପି ବାଜି ମାରୁଥିବା ଚିତ୍ର ସ୍ପଷ୍ଟ ହୋଇଥିଲା । ସେପଟେ ପରାଜୟକୁ ସ୍ବୀକାର କରି କେଜ୍ରିୱାଲ କହିଛନ୍ତି ଦିଲ୍ଲୀବାସୀଙ୍କ ନିଷ୍ପତ୍ତିକୁ ଆମେ ଗ୍ରହଣ କରିଛୁ, ବିରୋଧୀ ଦଳରେ ରହି ଲୋକଙ୍କ ଲାଗି କାମ କରିବୁ । ତେବେ ବିଜେପିର ବିଜୟ ପରେ ମୋଦୀ ଟ୍ବିଟ କରି କହିଛନ୍ତି, ଦିଲ୍ଲୀବାସୀ ଆମକୁ ବିଶ୍ବାସ କରିଛନ୍ତି । ଆଗାମୀ ଦିନରେ ବିକାଶ ଆହୁରି ଅଧିକ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking