28.1 C
Bhubaneswar
Friday, April 26, 2024
Homeଓଡିଶାଫ୍ୟାମିଲି କୋର୍ଟରେ ବର୍ଷା-ଅନୁଭବ

ଫ୍ୟାମିଲି କୋର୍ଟରେ ବର୍ଷା-ଅନୁଭବ

ଭୁବନେଶ୍ୱର: କଟକ ଫ୍ୟାମିଲି କୋର୍ଟରେ ହାଜର ହୋଇଛନ୍ତି ସାସଂଦ ଅନୁଭବ ମହାନ୍ତି । ପତ୍ନୀ ବର୍ଷା ପ୍ରିୟଦର୍ଶନୀ ମଧ୍ୟ ଫ୍ୟାମିଲି କୋର୍ଟରେ ହାଜର ହୋଇଥିବା ସୂଚନା ମିଳିଛି । ମଧ୍ୟସ୍ଥତା କେନ୍ଦ୍ରରେ ଉଭୟ ବର୍ଷା ଓ ଅନୁଭବ ହାଜର ହୋଇଛନ୍ତି । ଆସନ୍ତା ୧୪ରେ ପୁଣି ମଧ୍ୟସ୍ଥତା କେନ୍ଦ୍ରକୁ ଆସିବାକୁ ଦିନ  ଧାର୍ଯ୍ୟ ହୋଇଛି ।

ସୂଚନାଯୋଗ୍ୟ , ଜାଣିଶୁଣି  ବିବାହ ବିଚ୍ଛେଦ ମାମଲାରେ ବର୍ଷା ପ୍ରିୟଦର୍ଶିନୀ ସହଯୋଗ ନକରି ଅଯଥାରେ ଏହାକୁ ବିଳମ୍ବ କରାଇବାକୁ ଚାହୁଁଛନ୍ତି ବୋଲି ଅଭିନେତା ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି  ନିକଟରେ ଅଭିଯୋଗ କରିଥିଲା ବେଳେ ଗୁରୁବାର ତାଙ୍କ ନାମରେ ପୁରୀଘାଟ ଥାନାରେ ପୁଣି ଫେରାଦ ହୋଇଛନ୍ତି । ଚୌଧୁରୀବଜାର ସ୍ଥିତ ତାଙ୍କ ପୈତୃକ ଘରେ ସନ୍ଦେହଜନକ ଭାବେ କେତେକ ଅଜଣା ଲୋକ ପଶୁଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ଅନୁଭବ । ଅନେକ ଅଚିହ୍ନା  ପୁରୁଷ ଓ ମହିଳା ପ୍ରତ୍ୟେକ ଦିନ  ଘର ଭିତରେ ପଶି ତାଙ୍କ ବାପା କିମ୍ବା ତାଙ୍କଠାରୁ ବିନା ଅନୁମତିରେ ଭଙ୍ଗାରୁଜା କରୁଛନ୍ତି । ସିସିଟିଭି  ଫୁଟେଜ୍ ଯାଞ୍ଚ କରିବାରୁ ସେଥିରେ  କିଛି ଅଜ୍ଞାତ ବ୍ୟକ୍ତି ହେଲ୍‌ମେଟ ପିନ୍ଧି  ସନ୍ଦେହଜନକ ଭାବେ ତାଙ୍କ ଘର ଭିତରେ ପ୍ରାୟ ନିୟମିତ ଯିବା ଆସିବା କରୁଛନ୍ତି ।

ନକଲି ଚାବିରେ ସବୁ ଘର ଖୋଲି ଅଜ୍ଞାତମାନେ ଚଳପ୍ରଚଳ କରୁଛନ୍ତି , ଯେଉଁସବୁ ଘରେ ନିଜର ବହୁ ମୂଲ୍ୟବାନ ଜିନିଷ ରହିଛି ବୋଲି ଅନୁଭବ ଏତଲାରେ ଦର୍ଶାଇଛନ୍ତି । ବର୍ଷାଙ୍କ ଉପସ୍ଥିତିରେ ଏସବୁ ଚାଲିଥିଲା ବେଳେ  ସରକାରୀ ମହିଳା ସୁରକ୍ଷା ଅଧିକାରୀ ମଧ୍ୟ ଉପସ୍ଥିତ ରହିଛନ୍ତି ବୋଲି ଅନୁଭବ ଅଭିଯୋଗ କରିବା ସହ ପୈତୃକ ଘର ଛାଡ଼ି  ଏକ ଭଡା ଘରେ ରହୁଛନ୍ତି ବୋଲି ଅଭିଯୋଗରେ ଲେଖିଛନ୍ତି । ଏଥିପାଇଁ ତାଙ୍କୁ ମାନସିକ ଚାପ, ଶାରୀରିକ ଅସୁସ୍ଥତା ଭିତରେ ରହିବାକୁ ପଡ଼ୁଛି । ସେ ଏତଲାରେ ଆହୁରି ଲେଖିଛନ୍ତି ଯେ -ମୁଁ ଜଣେ ଜନପ୍ରତିନିଧି ତଥା ସାସଂଦ । ଏହି ସବୁ ଘଟଣା ପଛରେ ଏକ  ରାଜନୈତିକ ଷଡଯନ୍ତ୍ର ରହିଥିବାର ମୁଁ ଆଶଙ୍କା କରୁଛି ।

ଏତେ ସଂଖ୍ୟକ ଅଜ୍ଞାତ ବ୍ୟକ୍ତି ଘର ଭିତରକୁ ଆସୁଥିଲେ ମଧ୍ୟ ସ୍ଥାନୀୟ ପୋଲିସ ତାଙ୍କୁ ସୁରକ୍ଷା ଦେଇସାରିଛି । ଜୁଲାଇ ପହିଲାରେ ମୋର ସାମାଜିକ, ରାଜନୈତିକ ଭାବମୂର୍ତ୍ତି,  ମୁଁ ମୋ ପରିବାର ସଦସ୍ୟ ଜୀବନ ପ୍ରତି ବିପଦ ଅନୁଭବ କରି ମୁଁ ଅଧିକ ସିସିଟିଭି ଘରେ ଲଗାଇଛି । ସେଥିରେ କିଛି ଅଜ୍ଞାତ ଦୁର୍ବୃତ ବର୍ଷାଙ୍କ ନିର୍ଦ୍ଦେଶରେ ଘର ବିଭିନ୍ନ ଜିନିଷ ଭାଙ୍ଗିବା କାର୍ଯ୍ୟ କରୁଛନ୍ତି । ଏବାବଦରେ ତୁରନ୍ତ କାର୍ଯ୍ୟନୁଷ୍ଠାନ ପାଇଁ ପୋଲିସର ପୁଣି ସହାୟତା ଲୋଡିଛନ୍ତି ଅନୁଭବ । ସୂଚନାଯୋଗ୍ୟ କଟକ ଫାମିଲି କୋର୍ଟରେ ବର୍ଷା ଓ ଅନୁଭବଙ୍କ ବିବାହ ବିଚ୍ଛେଦ ମାମଲା ବିଚାରାଧୀନ ରହିଛି । ବର୍ଷା ସବୁ ପିଟିସନ୍ ଉପରେ ବାରମ୍ୱାର ଅନୁଭବ ଆସୁଥିଲା ବେଳେ  ବର୍ଷା କିନ୍ତୁ  ମଧ୍ୟସ୍ଥତା କେନ୍ଦ୍ରକୁ ନ ଆସି ସମୟ ଗଡାଇ ଚାଲିଛନ୍ତି ବୋଲି ଅନୁଭବ ଗତ ୨୪ ତାରିଖରେ ଅଭିଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking