29.1 C
Bhubaneswar
Thursday, May 2, 2024
Homeଓଡିଶାରାଜ୍ୟରେ ୫୭ ହଜାର ୪୧୪ ଗର୍ଭବତୀଙ୍କ ହୋଇଛି ଟୀକାକରଣ

ରାଜ୍ୟରେ ୫୭ ହଜାର ୪୧୪ ଗର୍ଭବତୀଙ୍କ ହୋଇଛି ଟୀକାକରଣ

ଭୁବନେଶ୍ୱର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧ କୋଟି ୭୮ ଲକ୍ଷରୁ ଅଧିକ ଲୋକଙ୍କୁ ଦିଆଗଲାଣି କୋଭିଡ ଟିକା । ୫୭ ହଜାର ୪୧୪ ଗର୍ଭବତୀଙ୍କୁ ଦିଆଯାଇଛି ଟିକା। ଗ୍ରାମାଞ୍ଚଳରେ ଟିକାକରଣକୁ ଜୋରଦାର କରିବାକୁ ସ୍ୱାସ୍ଥ୍ୟ ବିଭାଗ ଲକ୍ଷ୍ୟ ରଖିଛି। ଦୈନିକ ୩ଲକ୍ଷ ଟିକାରରଣ କରିବାକୁ ଟାର୍ଗେଟ୍ ରଖିଛନ୍ତି ରାଜ୍ୟ ସରକାର । ଏବେ ମୋଟ୍ ୧୩୫୩ କେନ୍ଦ୍ରରେ ଟିକାକରଣ ଚାଲିଛି।

ରାଜ୍ୟରେ କୋଭିସିଲ୍ଡ ଟିକା ୧୨ ଲକ୍ଷ ୬୩ ହଜାର ୩୦ ଥିବା ବେଳେ, ୭୭ ହଜାର ୧୮୦ କୋଭାକ୍ସିନ ଟିକା ମହଜୁଦ ଅଛି। ୧୮ରୁ ୪୪ ବର୍ଷ ବୟସର ୫୮ଲକ୍ଷ ୨୪ ହଜାର ୮୭୫ ଜଣ ପ୍ରଥମ ଡୋଜ୍ ନେଇଥିବା ବେଳେ, ଦ୍ବିତୀୟ ଡୋଜ୍ ନେଇଛନ୍ତି ୪ ଲକ୍ଷ ୮୫ ହଜାର ୨୭୬ ଜଣ। ସେହିପରି ୪୫ ବର୍ଷରୁ ଅଧିକ ବୟସ୍କ ୭୧ଲକ୍ଷ ୯୫ହଜାର ୧୩୫ ଜଣ ନେଇଛନ୍ତି ପ୍ରଥମ ଡୋଜ୍ ଟିକା। ୩୧ଲକ୍ଷ ୪୫ହଜାର ୧୮୮ ଜଣ ନେଇଛନ୍ତି ଦ୍ୱିତୀୟ ଡୋଜ୍।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking