29.4 C
Bhubaneswar
Thursday, April 18, 2024
Homeଓଡିଶାଦୁର୍ନିତି ଅଭିଯୋଗରେ ୩ ସରକାରୀ କର୍ମଚାରୀଙ୍କୁ ନିଲମ୍ବିତ କଲେ ଜିଲ୍ଲାପାଳ

ଦୁର୍ନିତି ଅଭିଯୋଗରେ ୩ ସରକାରୀ କର୍ମଚାରୀଙ୍କୁ ନିଲମ୍ବିତ କଲେ ଜିଲ୍ଲାପାଳ

ଯାଜପୁର : ଦୁର୍ନିତି ଅଭିଯୋଗରେ ୩ ସରକାରୀ କର୍ମଚାରୀଙ୍କୁ ନିଲମ୍ବିତ କଲେ ଜିଲ୍ଲାପାଳ । ଯାଜପୁର ବିଂଝାରପୁର ବ୍ଲକ ଜରି ପଂଚାୟତରେ ବିଭିନ୍ନ ସରକାରୀ ଯୋଜନାରେ ଅବହେଳା କରିବା ଅଭିଯୋଗରେ ଜିଲାପାଳ ଚକ୍ରବର୍ତି ସିଂ ରାଠୋର ପଂଚାୟତର ପିଇଓ ପ୍ରକାଶ ଯେନା,ଜିଆରଏସ ପାର୍ଥ ଥାଟୋଇ ଏବଂ କନିଷ୍ଠ ଯନ୍ତ୍ରୀ ତୁଷାର ପାତ୍ରଙ୍କୁ ନିଲମ୍ବିତ କରିଛନ୍ତି । ଏହି ପଂଚାୟତରେ କାର୍ଯ୍ୟକାରୀ ହେଉଥିବା ଯୋଜନାକୁ ବାଟମାରଣା କରାଯାଉଥିବା ଅଭିଯୋଗ ନେଇ ସମିତି ସଭ୍ୟ ଭୁବନାନନ୍ଦ ସାମଲ ଧାରଣା ଦେବା ସହିତ ଜିଲାପାଳଙ୍କୁ ଦାବୀ ପତ୍ର ପ୍ରଦାନ କରିଥିଲେ । ଜିଲ୍ଲାପ୍ରଶାସନ ପକ୍ଷରୁ ଏହାର ତଦନ୍ତ କରିବା ପରେ ଜିଲ୍ଲାପାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଜିଲ୍ଲାପାଳଙ୍କ ଏପରି ପଦକ୍ଷେପକୁ ସ୍ୱାଗତ କରିଛନ୍ତି ପଂଚାୟତର ସମିତି ସଭ୍ୟ ଭୁବନାନନ୍ଦ ସାମଲ। ଏଭଳି ପଦକ୍ଷେପ ଫଳରେ ଦୁର୍ନୀତି ଗ୍ରସ୍ତ ବ୍ୟକ୍ତିଙ୍କ ମଧ୍ୟରେ ଭୟ ସୃଷ୍ଟି ହେବ ବୋଲି କହିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking