41.1 C
Bhubaneswar
Sunday, April 28, 2024
Homeଜୀବନଶୈଳୀତ୍ୱଚାର ସୌନ୍ଦର୍ଯ୍ୟ ପାଇଁ ବ୍ୟବହାର କରନ୍ତୁ ଜଡ଼ାତେଲ, ରହିଛି ଅନେକ ଲାଭ

ତ୍ୱଚାର ସୌନ୍ଦର୍ଯ୍ୟ ପାଇଁ ବ୍ୟବହାର କରନ୍ତୁ ଜଡ଼ାତେଲ, ରହିଛି ଅନେକ ଲାଭ

ଭୁବନେଶ୍ୱର : ଝିଅ ହେଉ ବା ମହିଳା ସୁନ୍ଦର ଦେଖା ଯିବା ପାଇଁ କିଏ ବା ନ ଚାହେଁ କିନ୍ତୁ ବହୁତ କମ ଲୋକଙ୍କ ଏହି ସ୍ୱପ୍ନ ପୂରା ହୋଇଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ତେଲ ବିଷୟରେ କହିବାକୁ ଯାଉଛୁ ଯାହା ଲଗାଇବା ଦ୍ୱାରା ଆପଣଙ୍କ ତ୍ୱଚା ଖୁବ ସୁନ୍ଦର ହୋଇଯିବ । ତେବେ ଏହା ହେଉଛି ଜଡ଼ା ତେଲ । ଯଦି ଆପଣ ନିୟମିତ ଭାବରେ ଏହି ତେଲ ବ୍ୟବହାର କରନ୍ତି ତେବେ ତ୍ଵଚା ସୁନ୍ଦର ଏବଂ ଚମକଦାର ହେବା ସହ ଉଜ୍ଜଳ ମଧ୍ୟ ଦେଖାଯାଇଥାଏ । ଜଡ଼ା ତେଲରେ ରୀସିନୋଲେଇକ ଏସିଡ ରହିଛି ଯାହା ତ୍ଵଚାକୁ ସନ୍ତୁଳିତ ରଖିବାରେ ସାହାଯ୍ୟ କରିଥାଏ । ତେବେ ଆସନ୍ତୁ ଜାଣିବା ଏହି ତେଲକୁ କିପରି ବ୍ୟବହାର କରିବେ… ତ୍ଵଚାର ସୌନ୍ଦର୍ଯ୍ୟ ବଢ଼ାଇବାରେ ସବୁଠୁ ଅଧିକ ଜଡ଼ା ତେଲର ବ୍ୟବହାର କରାଯାଇଥାଏ । ଏହା ତ୍ୱଚାକୁ ନରମ ରଖିଥାଏ ଏବଂ ଏହାର ପୁଷ୍ଟିକର ଗୁଣ ଯୋଗୁଁ ଏହାକୁ ପ୍ରତିଦିନ ଚର୍ମରେ ବ୍ୟବହାର କରିବା ଉଚିତ୍ । ଶୁଷ୍କ କିମ୍ବା ସୁକ୍ଷ୍ମ ଚର୍ମ ପାଇଁ ଏହା ଏକ ଭଲ ବିକଳ୍ପ । କାରଣ ଏଥରେ ଫ୍ୟାଟି ଏସିଡ୍ ଭରପୂର ମାତ୍ରାରେ ରହିଛି, ଯାହା ଚର୍ମକୁ ମଶ୍ଚରାଇଜ୍ ଏବଂ କୋମଳ କରେ । ଜଡ଼ା ତେଲରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଗୁଡିକ ବାର୍ଦ୍ଧକ୍ୟର ପ୍ରଭାବକୁ ମଧ୍ୟ ହ୍ରାସ କରିଥାଏ ।ତ୍ଵଚାର କୁଞ୍ଚନ ଦୂର କରିବା ପାଇଁ ଜଡ଼ା ତେଲ ଏକ ପ୍ରାକୃତିକ ମାଧ୍ୟମ । ଏହା ଚର୍ମକୁ ତେଲିଆ ରଖିଥାଏ ଯାହାଫଳରେ ଆମ ତ୍ୱଚା ଶୁଷ୍କ ହୋଇନଥାଏ । ନିୟମିତ ପ୍ରୟୋଗ ଫଳରେ ଜଡ଼ାତେଲ ତ୍ୱଚାର ରିଙ୍କଲ୍ସ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଏହି ତେଲ ଚର୍ମକୁ ଅଧିକ ଶକ୍ତିଶାଳୀ ବନାଇବା ସହ ଏହା ଦ୍ୱାରା ବୟସ ବି କମ୍ ଜଣାପଡ଼େ । ଜଡ଼ା ତେଲର କ୍ଷମତା ସୁକ୍ଷ୍ମ ଚର୍ମ ପାଇଁ ଖୁବ୍ ଭଲ । ଏହା ବ୍ୟତୀତ ଏହି ତେଲ ଚର୍ମକୁ କୋମଳ କରିବାରେ ସାହାଯ୍ୟ କରେ । ନିୟମିତ ଏହି ତେଲ ମାଲିସ କଲେ ବାର୍ଦ୍ଧକ୍ୟ ଦୂର ହୋଇଥାଏ । ଏହି ତେଲ ହାଇପରପିଗମେଣ୍ଟେସନର ଲକ୍ଷଣକୁ ହ୍ରାସ କରିଥାଏ । ଜଡ଼ା ତେଲରେ ଥିବା ଆଣ୍ଟିଅକ୍ସିଡାଣ୍ଟ ତ୍ୱଚାର ରିଙ୍କଲ୍ସ ଏବଂ ସୂକ୍ଷ୍ମ ରେଖାକୁ ଦୂରେଇ ଦେବାରେ କାମ କରେ । ଜଡ଼ାତେଲ ତ୍ଵଚାର ଆର୍ଦ୍ରତା ବଜାୟ ରଖେ । ଏହି ତେଲକୁ ପ୍ରତିଦିନ ଗାଧେଇ ସାରିବା ପରେ ମାଲିସ କଲେ ଖୁବ୍ ଭଲ । ଆପଣ ରାତିରେ ଶୋଇବା ବେଳେ ବି ଏହି ତେଲକୁ ତ୍ଵଚାରେ ଲଗାଇ ଶୋଇପାରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking