33.1 C
Bhubaneswar
Monday, May 6, 2024
Homeଦେଶ ବିଦେଶଆଫଗାନିସ୍ତାନ ଉପରେ ଡ୍ରୋନ୍ ଆକ୍ରମଣ କରିବ ଆମେରିକା !

ଆଫଗାନିସ୍ତାନ ଉପରେ ଡ୍ରୋନ୍ ଆକ୍ରମଣ କରିବ ଆମେରିକା !

ୱାଶିଂଟନ: ଆଫାଗାନି୍‌ତାନରେ ତାଲିବାନର ଆତଙ୍କ ବିରୋଧରେ ଆମେରିକା ପୁଣିଥରେ ଯୁଦ୍ଧ ପ୍ରସ୍ତୁତି ଚଳାଇଛି । ଆମେରିକାର ପ୍ରତିରକ୍ଷା ବିଭାଗର ମୁଖ୍ୟାଳୟ ପେଣ୍ଟାଗନ୍ ପକ୍ଷରୁ ଏହି ସଂକେତ ମିଳିଛି । ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁସାରେ, ନିଜ ହକ୍ ପାଇଁ ଆମେରିକା ଆଫଗାନିସ୍ତାନରେ ଡ୍ରେନ୍ ଆକ୍ରମଣ ଜାରି ରଖିବ ବୋଲି ପେଣ୍ଟାଗନ୍ ସଚିବ ଜନ୍ କିର୍ବି କହିଛନ୍ତି । ସେ ଆହୁରି କହିଛନ୍ତି, ଆତଙ୍କବାଦୀ ବିରୋଧରେ ଲଢ଼େଇ କରି ନିଜ ଦେଶକୁ ସୁରକ୍ଷିତ ରଖିବା ଆମର ଅଧିକାର । ତାଲିବାନ ପକ୍ଷରୁ ଆମେରିକାକୁ ଚେତାବନୀ ଦିଆଯାଇଥିବା ବେଳେ ପେଣ୍ଟାଗନ୍ ପକ୍ଷରୁ ଏହି ବୟାନ ଜାରି କରାଯାଇଛି । ସୂଚନାଯୋଗ୍ୟ, ଆଫଗାନିସ୍ତାନ ଆକାଶରେ କେତେକ ଆମେରିକୀୟ ଡ୍ରୋନ୍ ଉଡ଼ୁଥିବା ଦେଖିବାକୁ ମିଳିଥିଲା ।

ଏହା ପରେ ଦୋହା ବୁଝାମଣାକୁ ଆମେରିକାର ଉଲ୍ଲଂଘନ କରୁଥିବା ଦାବି କରି ତାଲିବାନ ଆମେରିକାକୁ ଚେତାବନୀ ଦେଇଥିଲା । ଜନ୍ କିର୍ବି କହିଛନ୍ତି, ସାରା ବିଶ୍ୱରେ ଆମେରିକୀୟ ନାଗରିକଙ୍କ ରକ୍ଷା କରିବା ଆମର ଅଧିକାର ଏବଂ ଏଥି ପାଇଁ ଆମେ କିଛି ବି କରିପାରୁ । ସେ ଆହୁରି କହିଛନ୍ତି ଯେ ଆମେ ଏହି ଡ୍ରୋନ୍ ଆକ୍ରମଣ ଜାରି ରଖିବୁ । ଆମେରିକାର ପ୍ରତିରକ୍ଷା ବିଭାଗ ମୁଖ୍ୟାଳୟ ପାକିସ୍ତାନକୁ ନେଇ ମଧ୍ୟ ଚିନ୍ତାବ୍ୟକ୍ତ କରିଛି । ପେଣ୍ଟାଗନ ପକ୍ଷରୁ କୁହାଯାଇଛି, ପାକିସ୍ତାନକୁ ଲାଗି ରହିଥିବା ଆଫଗାନିସ୍ତାନ ସୀମା ଆତଙ୍କବାଦୀଙ୍କ ଆଶ୍ରୟସ୍ଥଳୀ ହୋଇଛି ଏବଂ ଏହାକୁ ନେଇ ଆମେରିକା ଚିନ୍ତିତ । ଇତିମଧ୍ୟରେ ତାଲିବାନ ଆତଙ୍କବାଦୀଙ୍କୁ ଶରଣ ଦେବାକୁ ନେଇ ଆମେରିକାର ପାକିସ୍ତାନର ସମାଲୋଚନା କରିଛି । ପାକିସ୍ତାନରେ ତାଲିବାନ ଆତଙ୍କୀଙ୍କୁ ସୁରକ୍ଷିତ ଶରଣ ଦିଆଯିବା ସହ ସେମାନଙ୍କ ଚିକିତ୍ସା କରାଯାଉଥିବା ପେଣ୍ଟାଗନ ପକ୍ଷରୁ ଦାବି କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking