36.1 C
Bhubaneswar
Sunday, May 19, 2024
Homeଓଡିଶା୪ରୁ ମିଳିବ ମାଟ୍ରିକ୍ ପ୍ରମାଣପତ୍ର : ୩୦ ଜିଲ୍ଲାରେ ଖୋଲିବ କେନ୍ଦ୍ର

୪ରୁ ମିଳିବ ମାଟ୍ରିକ୍ ପ୍ରମାଣପତ୍ର : ୩୦ ଜିଲ୍ଲାରେ ଖୋଲିବ କେନ୍ଦ୍ର

କଟକ: ଚଳିତବର୍ଷ ମାଟ୍ରିକ ପାସ୍ କରିଥିବା ଛାତ୍ରଛାତ୍ରୀଙ୍କ ପ୍ରମାଣପତ୍ର ୪ ତାରିଖରୁ ପ୍ରଦାନ କରାଯିବ । ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ପ୍ରମାଣପତ୍ର ଦିଆଯିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏନେଇ ପ୍ରତି ଜିଲ୍ଲାରେ ବୋର୍ଡ ପକ୍ଷରୁ ୩୦ ସ୍ଥାନ ନିର୍ଦ୍ଧାରଣ କରାଯାଇଛି । ସମସ୍ତ ସ୍କୁଲର ମୁଖ୍ୟମାନେ ଆବଶ୍ୟକ ପ୍ରମାଣପତ୍ର ଦାଖଲ କରି ଛାତ୍ରଛାତ୍ରୀଙ୍କ ମାଟ୍ରିକ୍ ପ୍ରମାଣପତ୍ର ନେଇପାରିବେ । ୫ ତାରିଖ ପର୍ଯ୍ୟନ୍ତ ଅଫ୍‌ଲାଇନ୍ ଏବଂ ବିକଳ୍ପ ମୂଲ୍ୟାୟନ ପଦ୍ଧତି ଦ୍ୱାରା ପାସ୍ ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ଦିଆଯିବ । ଏହାର ସୁପରିଚାଳନା ନିମନ୍ତେ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ)ଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଯଦି କୌଣସି ଅସୁବିଧା ସୃଷ୍ଟି ହୁଏ, ତେବେ ଡିଇଓମାନେ ନିଜ ନିଜସ୍ତରରେ ଏହାର ସମାଧାନ କରିବାକୁ ବୋର୍ଡ ପକ୍ଷରୁ କୁହାଯାଇଛି ।

ଅନ୍ୟପକ୍ଷରେ ମାଟ୍ରିକ୍ ପ୍ରମାଣପତ୍ରରେ ଯଦି କୌଣସି ତ୍ରୁଟିଥାଏ, ତାହା ହେଲେ ବୋର୍ଡ ପକ୍ଷରୁ ସଂଶୋଧନ କରାଯିବ । ସମ୍ପୃକ୍ତ ସ୍କୁଲର ପ୍ରଧାନଶିକ୍ଷକ ବୋର୍ଡର କଟକସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ନିର୍ଦ୍ଧାରିତ ଫି’ ଦାଖଲ କରି ସଂଶୋଧନ କରିପାରିବେ । ଅକ୍ଟୋବର ୩୦ତାରିଖ ପର୍ଯ୍ୟନ୍ତ ସଂଶୋଧନ ଲାଗି ଆବେଦନ କରିପାରିବେ । ଏନେଇ ବୋର୍ଡ ପକ୍ଷରୁ ସମସ୍ତ ଡିଇଓଙ୍କୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି । ରାଜ୍ୟର ସମସ୍ତ ଜିଲ୍ଲାରେ କେନ୍ଦ୍ରର ବ୍ୟବସ୍ଥା କରାଯାଇଛି ବୋଲି ବୋର୍ଡ ସମ୍ପାଦକ ଶ୍ରୀକାନ୍ତ ତରାଇ କହିଛନ୍ତି । ପ୍ରମାଣପତ୍ର ପ୍ରଦାନ ନିମନ୍ତେ ଖୋଲିଥିବା କେନ୍ଦ୍ରଗଡ଼ିକ ମଧ୍ୟରେ ଜଗତସିଂହପୁରରେ ଏସ୍‌କେ ଏକାଡେମୀ, କେନ୍ଦ୍ରାପଡ଼ାରେ ଦୁହୁରିଆ ରତ୍ନାକର ହାଇସ୍କୁଲ, ଯାଜପୁରରେ ଜିଲ୍ଲା ସ୍କୁଲ, ଅନୁଗୁଳରେ ଡିଇଓ କାର୍ଯ୍ୟାଳୟ, ଢେଙ୍କାନାଳରେ ବିବି ହାଇସ୍କୁଲ, ପୁରୀରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଖୋର୍ଦ୍ଧାରେ ଭୁବନେଶ୍ୱର ଜୋନାଲ୍ କାର୍ଯ୍ୟାଳୟ, ନୟାଗଡ଼ରେ ବ୍ରଜେନ୍ଦ୍ର ହାଇସ୍କୁଲ,

ବାଲେଶ୍ୱରରେ ବୋର୍ଡର ଜୋନାଲ୍ ଅଫିସ, ଭଦ୍ରକରେ ଜିଲ୍ଲା ସ୍କୁଲ, କେନ୍ଦୁଝରରେ ଏନ୍‌ଏସ୍ ପୁଲିସ ହାଇସ୍କୁଲ, ମୟୂରଭଞ୍ଜରେ ଏମ୍‌କେସି ହାଇସ୍କୁଲ, ଗଜପତିରେ ଡିଇଓଙ୍କ କାର୍ଯ୍ୟାଳୟ, ଗଞ୍ଜାମରେ ବୋର୍ଡର ଜୋନ୍ ଅଫିସ, ବୌଦ୍ଧରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ, କନ୍ଧମାଳରେ ଡିଇଓ ଅଫିସ, ନୂଆପଡ଼ାରେ ଜାତୀୟ ଉଚ୍ଚ ବିଦ୍ୟାଳୟ, ବରଗଡ଼ରେ ଜର୍ଜ ହାଇସ୍କୁଲ, ସମ୍ବଲପୁରରେ ବୋର୍ଡର ଜୋନ୍ କାର୍ଯ୍ୟାଳୟ, ଦେବଗଡ଼ରେ ଆର୍‌ବିଡି ହାଇସ୍କୁଲ, ଝାରସୁଗୁଡ଼ାରେ ଡିଇଓଙ୍କ କାର୍ଯ୍ୟାଳୟ, ସୁବର୍ଣ୍ଣପୁରରେ ସରକାରୀ ବାଳିକା ହାଇସ୍କୁଲ, ବଲାଙ୍ଗୀରରେ ପିଆର୍ ହାଇସ୍କୁଲ, ସୁନ୍ଦରଗଡ଼ରେ ବିଏସ୍ ହାଇସ୍କୁଲ, କୋରାପୁଟରେ ବୋର୍ଡର ଜୟପୁରସ୍ଥିତ ଜୋନାଲ୍ ଅଫିସ, ମାଲକାନଗିରି, ନବରଙ୍ଗପୁର ଏବଂ ରାୟଗଡ଼ାରେ ଡିଇଓଙ୍କ କାର୍ଯ୍ୟାଳୟରେ ମାଟ୍ରିକ୍ ପ୍ରମାଣପତ୍ର ପ୍ରଦାନ କରାଯିବ ।

ଏହି ସମସ୍ତ କେନ୍ଦ୍ରଗୁଡ଼ିକରେ ବୋର୍ଡର ଜୋନାଲ୍ ଅଫିସର ସଦସ୍ୟଙ୍କୁ ନିୟୋଜିତ କରାଯିବାର ବ୍ୟବସ୍ଥା କରାଯାଇଛି । ଏଥିଲାଗି ବୋର୍ଡ ସମ୍ପାଦକ ଶ୍ରୀ ତରାଇ ସମସ୍ତ ଜୋନାଲ୍ କାର୍ଯ୍ୟାଳୟର ଉପସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ କଟକ ଜିଲ୍ଲାରେ ସମସ୍ତ ସ୍କୁଲଗୁଡ଼ିକ ଲାଗି ବୋର୍ଡ ମୁଖ୍ୟ କାର୍ଯ୍ୟାଳୟରେ ପ୍ରମାଣପତ୍ର ଦିଆଯିବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking