34.1 C
Bhubaneswar
Saturday, April 27, 2024
Homeଓଡିଶାବର୍ଷା ପରେ ଉପରମୁହାଁ ପାରଦ; ମାର୍ଚ୍ଚ ଶେଷକୁ ୪୦ଡିଗ୍ରୀ ଛୁଇଁବ

ବର୍ଷା ପରେ ଉପରମୁହାଁ ପାରଦ; ମାର୍ଚ୍ଚ ଶେଷକୁ ୪୦ଡିଗ୍ରୀ ଛୁଇଁବ

ଭୁବନେଶ୍ୱର: ମାର୍ଚ୍ଚ ଶେଷବେଳକୁ ତାପମାତ୍ରା ୪୦ ଡିଗ୍ରୀ ଛୁଇଁବ । ତାତି ବଢ଼ିବା ନେଇ ପାଣିପାଗ ବିଭାଗ ପକ୍ଷରୁ ‘ଏକ୍ସ’ରେ ସୂଚନା ଦିଆଯାଇଛି । ଆଗାମୀ ୩ ଦିନ ମଧ୍ୟରେ ତାପମାତ୍ରା ୮ରୁ ୧୦ ଡିଗ୍ରୀ ବୃଦ୍ଧି ସମ୍ଭାବନା ଥିବା କୁହାଯାଇଛି । ମାର୍ଚ୍ଚ ଶେଷ ବେଳକୁ ଆଭ୍ୟନ୍ତର ଓ ପଶ୍ଚିମ ଓଡ଼ିଶାରେ ତାପମାତ୍ରା ୪୦ ଛୁଇଁପାରେ । ଅନ୍ୟପକ୍ଷରେ ବର୍ଷା କମିଯିବା ପରେ ରାଜଧାନୀରେ ଘନ କୁହୁଡ଼ିର ଆସ୍ତରଣ ଦେଖାଦେଇଛି । ଗୁରୁବାର ବଡ଼ିଭୋରରୁ ଭୁବନେଶ୍ୱରର ସବୁ ସ୍ଥାନରେ ଘନକୁହୁଡ଼ି ଦୃଶ୍ୟମାନ ହେଉଛି । ଏତେ କୁହୁଡ଼ି ଯେ ୧୦ ମିଟର ଦୂରତାରୁ ମଧ୍ୟ ମୁହଁ ଦିଶିଲାନି । ଫଳରେ ଗାଡିମୋଟର ଚଳାଚଳ ବାଧାପ୍ରାପ୍ତ ହୋଇଛି । ସାଧାରଣ ଜନଜୀବନ ମଧ୍ୟ ବ୍ୟାଘାତ ହୋଇଛି । ବୁଧବାରର ଲଗାଣ ବର୍ଷା ପରେ ପୁଣି ଉପରମୁହାଁ ଧରିଛି ପାରଦ । ବଢ଼ିଛି ତାତି । ୨୪ ତାରିଖ ଭିତରେ ରାଜ୍ୟର ଦିନ ତାପମାତ୍ରା ୮ରୁ ୧୦ ଡିଗ୍ରୀ ଯାଏଁ ବଢ଼ିବ । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନାନୁଯାୟୀ, କାଳବୈଶାଖୀ ଯୋଗୁ ଖସିଥିବା ତାପମାତ୍ରା ପୁଣି ଉପରକୁ ଉଠିବ । ଫଳରେ ରାଜ୍ୟକୁ ପୁଣି ଫେରିବ ଗ୍ରୀଷ୍ମ ପ୍ରବାହ । ରାଜ୍ୟର ୯ଟି ସହରରେ ୨୭ ଡିଗ୍ରୀ ତଳେ ପାରଦ ଥିବା ବେଳେ ୨୮ ସହରରେ ୩୦ ଡିଗ୍ରୀ ତଳେ ତାପମାତ୍ରା ରେକର୍ଡ ହୋଇଥିଲା । ଏହି ସବୁ ସ୍ଥାନରେ ସ୍ୱାଭାବିକଠାରୁ ୧୦ରୁ ୧୨ ଡିଗ୍ରୀ ତାପମାତ୍ରା କମ୍ ଥିବା ବେଳେ ଏହା ବଢ଼ିବ ବୋଲି ପୂର୍ବାନୁମାନ କରିଛି ବିଭାଗ । ଅନ୍ୟପକ୍ଷରେ ଲଗାଣ ବର୍ଷାରେ ଗଜପତି ଜିଲ୍ଲା ରାୟଗଡ ବ୍ଲକ୍ ଗଙ୍ଗାବାଡ ପଞ୍ଚାୟତରେ ଅତଡ଼ା ଖସିଛି । ଏହି ପଞ୍ଚାୟତର କଇଁପୁର ଠାରୁ ବଡ଼ ପାଚେଡିଆ ମଧ୍ୟରେ ରାସ୍ତା କଡ଼ରେ ପାହାଡରୁ ଅତଡ଼ା ଖସିଛି । ରାସ୍ତାରେ ବଡ଼ ବଡ଼ ପଥର ପଡ଼ିଥିବାରୁ ପ୍ରାୟ ୨୦ ରୁ ଅଧିକ ଗାଁ ପ୍ରଭାବିତ ହୋଇଛନ୍ତି । ଯାତାୟାତ ବାଧାପ୍ରାପ୍ତ ହୋଇଛି । ପୂର୍ବରୁ ଅନେକ ଥର ଏହି ଅଞ୍ଚଳରେ ଭୂସ୍ଖଳନ ହୋଇଥିବାର ମଧ୍ୟ ନଜିର ରହିଛି । ଅନେକସ୍ଥାନରେ ଅଦିନିଆ ବର୍ଷା ଦାଉସାଜିଛି । ମୁଗ ଆଉ ବିରି ଫସଲରେ ଆଗରୁ ପୋକ ଲାଗି ନଷ୍ଟ ହୋଇଥିଲା । ଏବେ ଅଦିନିଆ ବର୍ଷା ପବନ ହେବା ପରେ ଆହୁରି ଅଧିକ କ୍ଷତି ହୋଇଛି । ବିଲରେ ଫସଲ ଝଡ଼ି ଯିବା ସହ ବ୍ୟାପକ ଫସଲ କ୍ଷତି ହୋଇଛି । କୀଟନାଶକ ପକେଇଲେ ବି କାମ ଦେଉନି । ଶହ ଶହ ଏକର ଚାଷ ଜମିରେ ଏଭଳି ପୋକ ମାଡ଼ିଯିବାରୁ ଗଛ ସହ ଫସଲ ମଧ୍ୟ ଶୁଖିଯାଉଥିôବା ଦେଖାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking