28.1 C
Bhubaneswar
Friday, April 26, 2024
Homeଅପରାଧଜମି ବାଡି ବିବାଦକୁ କେନ୍ଦ୍ର କରି ଭାଇକୁ ହତ୍ୟା କଲା ଭାଇ

ଜମି ବାଡି ବିବାଦକୁ କେନ୍ଦ୍ର କରି ଭାଇକୁ ହତ୍ୟା କଲା ଭାଇ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ଗାଜିୟାବାଦରେ ସଂପତି ବିବାଦ ପୁଣି ଥରେ ସଂପର୍କରେ ରକ୍ତର କାରଣ ବନିଛି । ଯେଉଁଠି ଦୁଇ ଭାଇ ମିଶି ନିଜର ସାନ ଭାଇକୁ ଅତି ନିର୍ମମ ଭାବରେ ହତ୍ୟା କରିଛନ୍ତି । ଦୁଇ ଅଭିଯୁକ୍ତ ଭାଇ ନିଜ ଭାଇକୁ ଛୁରୀରେ ଆକ୍ରମଣ କରି ମାରିଛନ୍ତି । ମାମଲା ଜଣାପଡିବା ପରେ ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଯେତେବେଳେ କି ଆଉ ଜଣେ ଫେରାର ଅଛି । ପୁଲିସ ଏବେ ତାହାର ସନ୍ଧାନ ଜାରି ରଖିଛି । ଗାଜିୟାବାଦର ବିଜୟନଗର ଥାନା ଅଂଚଳରେ ଏହି ହତ୍ୟାକାଣ୍ଡ ଘଟିଛି । ଯେଉଁଠି ସୁଦାମାପୁରୀ ଅଂଚଳରେ ତିନି ଭାଇ ଗୋଟିଏ ଘରେ ରହୁଥିଲେ । ସେହି ତିନି ଜଣଙ୍କ ମଧ୍ୟରେ ଲାଲ କ୍ୱାର୍ଟର ଅଂଚଳରେ ଥିବା କୌଣସି ସଂପତିକୁ ନେଇ ବିବାଦ ଚାଲିଥିଲା । ଏହି ବିବାଦ ମଧ୍ୟରେ ଦୁଇ ବଡ ଭାଇ ମିଶି ସାନ ଭାଇକୁ ରାସ୍ତାରୁ ହଟାଇବା ପାଇଁ ଏମିତି ଜଘନ୍ୟ ଷଡଯନ୍ତ୍ର ରଚିଥିଲେ । ଏହି ଷଡଯନ୍ତ୍ରକୁ ସଫଳ କରିବା ପାଇଁ ଦୁଇ ଭାଇ ଅହସାନ ଓ ଜାନେ ଆଲମ ସାନ ଭାଇ ଅଉରଙ୍ଗଜେବକୁ ଛୁରୀରେ ଆକ୍ରମଣ କରି ହତ୍ୟା କରିଥିଲେ । ମୃତକର ବୟସ ୩୨ ବର୍ଷ ଥିଲା । ଘଟଣାର ସୂଚନା ମିଳିବା ପରେ ପୁଲିସ ପହଂଚି ଅଉରଙ୍ଗଜେବକୁ ହସ୍ପିଟାଲରେ ଭର୍ତି କରାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ପରିବାର ଲୋକେ ଏହି ଘଟଣାରେ ପୁଲିସକୁ ଦାୟୀ କରିଛନ୍ତି  ଓ କହିଛନ୍ତି, ପୁଲିସ ପୂର୍ବରୁ ଏହି ବିବାଦ ସଂପର୍କରେ ଅବଗତ ଥିଲା । ହେଲେ ଦାୟିତ୍ୱହୀନତା ଦର୍ଶାଇ ପୋଲିସ ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା । ଜଣେ ହତ୍ୟା ଆରୋପୀକୁ ପୁଲିସ ଗିରଫ କରିଛି । ପୁଲିସ ଉପାଧ୍ୟକ୍ଷ ମହିପାଲ୍ ସିଂ ଏହାର ସୂଚନା ଦେଇ କରିଥିଲେ ଯେ, ମୃତକର ଶବ ଜବତ କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ମୃତକଙ୍କ ପରିବାରର ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରିଛି । ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ ଅଧିକ୍ଷକ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking