25.1 C
Bhubaneswar
Monday, January 13, 2025
Homeଓଡିଶାକେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରଣାଳୟ ପ୍ରକାଶ ପାଇଛି ତାଲିକା; ହିଞ୍ଜିଳିକାଟୁ ଦେଶର ଶ୍ରେଷ୍ଠ ବ୍ଲକ୍‌

କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରଣାଳୟ ପ୍ରକାଶ ପାଇଛି ତାଲିକା; ହିଞ୍ଜିଳିକାଟୁ ଦେଶର ଶ୍ରେଷ୍ଠ ବ୍ଲକ୍‌

– ସାମାଜିକସୁରକ୍ଷା ଦୃଷ୍ଟିରୁ ଭଞ୍ଜନଗର ବ୍ଲକ୍‌ର କୁଲାଡ଼ ଦ୍ୱିତୀୟ
– ଊର୍ଜା ସ୍ୱରାଜ ବିକାଶ ପାଇଁ ପାତ୍ରପୁର ବ୍ଲକ୍‌ର ଆଙ୍କୁଲି ଜିପି ଦ୍ୱିତୀୟ
ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ଦେଶର ଶ୍ରେଷ୍ଠ ବ୍ଲକ୍ ମାନ୍ୟତା ପାଇଛି । ବହୁ ବଡ଼ ବଡ଼ ରାଜ୍ୟ ପଛରେ ପଡ଼ିଯାଇଛନ୍ତି । ସେହିପରି ସାମାଜିକସୁରକ୍ଷା ଦୃଷ୍ଟିରୁ ଭଞ୍ଜନଗର ବ୍ଲକ୍‌ର କୁଲାଡ଼ ଦେଶର ଦ୍ୱିତୀୟ ଶ୍ରେଷ୍ଠ ପଞ୍ଚାୟତ ଭାବେ ପୁରସ୍କାର ପାଇବା ସହ ପାତ୍ରପୁର ବ୍ଲକ୍‌ର ଆଙ୍କୁଲି ଗ୍ରାମପଞ୍ଚାୟତ ଦେଶର ଦ୍ୱିତୀୟ ଶ୍ରେଷ୍ଠ ଊର୍ଜା ସ୍ୱରାଜ ବିକାଶ ପଞ୍ଚାୟତ ବିବେଚିତ ହୋଇଛି । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି । କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ତାଲିକା ପ୍ରକାଶ ପାଇଛି । ଦୀନ୍‌ଦୟାଲ ଉପାଧ୍ୟାୟ ପଞ୍ଚାୟତ ବିକାଶ ପୁରସ୍କାରର ୯ଟି ବିଭାଗରେ ବିଜେତା ଘୋଷଣା କରାଯାଇଛି । ହିଞ୍ଜିଳି ବ୍ଲକ୍ ତାଲିକାରେ ସର୍ବାଗ୍ରେ ରହିଛି । ଉକ୍ତ ବ୍ଲକ୍ ଅନ୍ତର୍ଗତ ଶାସନ ଆମ୍ବଗାଁ ଦ୍ୱିତୀୟ ଶ୍ରେଷ୍ଠ ସ୍ୱଚ୍ଛ ଓ ସବୁଜ ପଞ୍ଚାୟତର ମାନ୍ୟତା ପାଇଥିଲାବେଳେ କଞ୍ଚୁରୁ ପଞ୍ଚାୟତ ଦେଶର ଦ୍ୱିତୀୟ ଶ୍ରେଷ୍ଠ ସୁସ୍ଥ ପଞ୍ଚାୟତ ହୋଇଛି । ତୃଣମୂଳ ସ୍ତରରେ ନିରନ୍ତର ବିକାଶ ନିମନ୍ତେ ଓଡ଼ିଶାକୁ ମିଳିଚାଲିଛି ଜାତୀୟ ସମ୍ମାନ । ଏପ୍ରିଲ ୧୭ରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଓଡ଼ିଶାକୁ ପୁରସ୍କୃତ କରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking