28.1 C
Bhubaneswar
Thursday, May 2, 2024
Homeକରୋନାନଭେମ୍ବରରେ ଅକ୍ସଫୋର୍ଡ ଟିକା

ନଭେମ୍ବରରେ ଅକ୍ସଫୋର୍ଡ ଟିକା

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ହ୍ରାସ ପାଇଥିଲେ ବି ଏଥିରୁ ବର୍ତ୍ତିବା ପାଇଁ ଲୋକେ ତ୍ରାହି ତ୍ରାହି ହେଉଛନ୍ତି । ଏହି ପରିପ୍ରେକ୍ଷୀରେ ଏକ ଆଶ୍ୱସ୍ତିର ଖବର ଆସିଛି । କରୋନାକୁ ମାତ୍ ଦେବାକୁ ଆଶା ବଢାଇଛି ଅକ୍ସଫୋର୍ଡ ଟିକା । ନଭେମ୍ବର ମାସରେ ଅକ୍ସଫୋର୍ଡ କରୋନା ଟୀକା ଉପଲବ୍ଧ ହୋଇପାରେ ବୋଲି କୁହାଯାଉଛି । ଅକ୍ସଫୋର୍ଡ ୟୁନିଭରସିଟି ଓ ଅଷ୍ଟ୍ରାଜେନିକା ପକ୍ଷରୁ ପ୍ରସ୍ତୁତ ଟିକା କୋଭିସିଲଡ । ଯୁବ ବର୍ଗ ସହ ବୟସ୍କଙ୍କ କ୍ଷେତ୍ରରେ ବି ଟିକା ଭଲ କାମ କରୁଥିବା ସୂଚନା ମିଳିଛି । ବୟସ୍କଙ୍କ ଠାରେ ଏହାର ପାଶ୍ୱର୍ ପ୍ରତିକ୍ରିୟା ଅତ୍ୟନ୍ତ ନଗଣ୍ୟ ରହିଥିବା ପରୀକ୍ଷାରୁ ସ୍ପଷ୍ଟ ହୋଇଛି ବୋଲି କହିଛି ପ୍ରସ୍ତୁତକାରୀ ଆଷ୍ଟ୍ରାଜେନିକା । ପରୀକ୍ଷା ଉତ୍ସାହଜନକ ପରେ ଟିକାକୁ ସ୍ୱୀକୃତି ମିଳିବା ଆଶା ବଢିଛି । ପ୍ରଥମ ଫଳପ୍ରଦ ଟିକା ଭାବରେ ଅକ୍ସଫୋର୍ଡକୁ ନୀତିଗତ ସ୍ୱୀକୃତି ମିଳିବା ଆଶା ରହିଛି । ନଭେମ୍ବର ପ୍ରଥମ ସପ୍ତାହରେ ପ୍ରଥମ ବ୍ୟାଚ୍ ଟିକା ପାଇଁ ପ୍ରସ୍ତୁତ ରହିବାକୁ ସୂଚନା ଦିଆଯାଇଛି । ତେବେ ଟିକା ପାଇଁ ପ୍ରସ୍ତୁତ ରହିବାକୁ ଲଣ୍ଡନର ଏକ ପ୍ରମୁଖ ହସ୍ପିଟାଲ ସୂଚନା ପ୍ରଦାନ କରିଛି । ପରୀକ୍ଷା ଉତ୍ସାହଜନକ ଥିବାରୁ ଟିକା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking