43.9 C
Bhubaneswar
Friday, April 19, 2024
HomeUncategorizedଓଲଟି ପଡିଲା ଚୋରା ବାଲି ଭର୍ତି ହାୱା; ଚୋରା ବାଲି ବନ୍ଦ ଦାବୀ...

ଓଲଟି ପଡିଲା ଚୋରା ବାଲି ଭର୍ତି ହାୱା; ଚୋରା ବାଲି ବନ୍ଦ ଦାବୀ କରି ଗ୍ରାମବାସିଙ୍କ ରାସ୍ତା ଅବରୋଧ

ଯାଜପୁର: ଯାଜପୁର ଜିଲ୍ଲାର ରସଲପୁରତହସିଲ ଅନ୍ତଗର୍ତ ବ୍ରହ୍ମ ବରଦା ବ୍ରାହ୍ମଣି ନଦୀ ପୋଲ ନିକଟରୁ ବେନିୟମ ଭାବ ରେ ବାଲି ଉତ୍ତୋଳନ କରାଯାଇ ବାଲି ଚାଲାଣ କରାଯାଉଛି । ଫଳ ରେ ପୋଲ ଓ ନଦୀ ବନ୍ଧ ପ୍ରତି ବିପଦ ଦେଖା ଯାଉଛି। ଗ୍ରାମ ବାସି ମାନେ ଜିଲ୍ଲା ପ୍ରଶାସନ ଓ ତହସିଲଦାର ଙ୍କ ନିକଟରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ ସୁଫଳ ମିଳୁ ନାହିଁ । ଗତ କାଲି ଓଭରବ୍ରିଜ ତଳୁ ବାଲି ଉଠା ଯାଇ ଏକ ହାୱାରେ ବାଲି ଲୋଡ଼ କରି ଚାନ୍ଦପୁର ରାସ୍ତାଦେଇ ଯାଉଥିବା ବେଳେ ଭାର ସାମ୍ୟ ହରାଇ ବନ୍ଧ ତଳୁ ଖସି ପଡିଥିଲା । ଯାହା ଫଳରେ ଏକ ପରିବାର ଲୋକ ଅଳ୍ପକେ ବଞ୍ଚିଯାଇଥିଲା । କିନ୍ତୁ ଡ୍ରାଇଭର ଆହତ ହୋଇଥିବା ଜଣାଯାଇଛି । ସୂଚନାଯୋଗ୍ୟ, ଗତକାଲି ବେଆଇନ ବାଲି ଉଠାଣକୁ ନେଇ ରାସ୍ତା ଅବରୋଧ ସ୍ଥାନୀୟ ଝାଲ ପଡ଼ା ଛକ ଠାରେ ଗ୍ରାମବାସୀ କରିଥିଲେ । ଘଟଣାସ୍ଥଳରେ ବ୍ରହ୍ମ ବରଦା ପୋଲିସ ପହଂଚି ଥିଲେ । ଅବସ୍ଥାକୁ ନିୟଂତ୍ରଣ କରି ରାସ୍ତାରୋକ ଉଠାଇ ଥିଲେ । ପୂର୍ବରୁ ମଧ୍ୟ ଏହି ଘାଟରେ ଚୋରା ବାଲି ଚାଲାଣକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ଉଭୟ ଗୋଷ୍ଟିର ୪ ଜଣ ଆହତ ହୋଇଥିଲେଜିଲ୍ଲା ପ୍ରଶାସନ ଓ ତହସିଲ କର୍ତ୍ତୃ ପକ୍ଷ ନିରବ ଦ୍ରଷ୍ଟା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking