30.1 C
Bhubaneswar
Monday, May 6, 2024
Homeଓଡିଶା୪ ଲୁଟେରା ଗ୍ୟାଙ୍ଗକୁ ଧରିଲା ଉଦଳା ପୋଲିସ

୪ ଲୁଟେରା ଗ୍ୟାଙ୍ଗକୁ ଧରିଲା ଉଦଳା ପୋଲିସ

ଉଦଳା: ଜଙ୍ଗଲ ଛାଡି ଲୁଟ ପାଇଁ ରାସ୍ତା କଡରେ ଜଙ୍ଗଲୀ ଜୀଵ। ମୁଖ୍ୟରାସ୍ତାକୁ ଆସି ଲୋକଙ୍କୁ ଲୁଟୁଛି ଭାଲୁ,ମାଙ୍କଡ଼। ପୋଲିସ ଆଖିରେ ଧୂଳିଦେଇ ଲୁଟପାଟ ପାଇଁ ଲୁଟେରା ନିଜକୁ ସଜାଉଛି ଜଙ୍ଗଲୀ ଭାଲୁ,ମାଙ୍କଡ଼ ବେଶରେ। ଏଭଳି ଏକ ଘଟଣା ଉପରୁ ପରଦା ହଟାଇବାରେ ସଫଳ ହୋଇଛି ପୋଲିସ।ଧରାପଡିଛି ଲୁଟେରା ଭାଲୁ।ତେବେ ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡରେ ବିଭିନ୍ନ ସମୟରେ ଚୋରି ଛିନତାଇ, ଲୁଟ କରି ଅଭିଯୁକ୍ତମାନେ ପୋଲିସକୁ ଖୋଲା ଖୋଲି ଚେଲେଞ୍ଜ କରି ଖସି ପଳାଉ ଥିବା ବେଳେ କେତେକ କ୍ଷେତ୍ରରେ ପୋଲିସ ସେମାନଙ୍କୁ ଧରିବାରେ ସଫଳ ହେଇଛି l

ଏଥିପାଇଁ ମୟୁରଭଞ୍ଜ S. P ଙ୍କ ନିର୍ଦେଶ କ୍ରମେ ଅଞ୍ଚଳରେ ବିଭିନ୍ନ ସମୟରେ ଘଟୁଥିବା ଚୋରି, ଛିନତାଇ, ଲୁଟ ଇତ୍ୟାଦି ଘଟଣାରେ ରୋକ ଲଗାଇବା ଉପରେ କଡା କଡ଼ି ନଜର ରଖିଵା ପାଇଁ ନିର୍ଦେଶ ଦେଇଥିବା ଥିବା ବେଳେ, କପ୍ତିପଦା ଉପଖଣ୍ଡର ଆରୋକ୍ଷୀ ଅଧିକ୍ଷକ ସାର୍ଥକ ରାୟଙ୍କ ନିର୍ଦେଶ କ୍ରମେ ଉଦଳା ଥାନାର ଭାରପ୍ରାପ୍ତ I. I. C ନିରୋଜ କୁମାର ସାମଲଙ୍କ ତତ୍ୱାବଧାନରେ ଏକ S. I ସରୋଜ ଜେନାଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ଚଢାଉକୁ ଜୋରଦlର କରାଯାଇଛି l

ଗତ ଗୁରୁବାର ବିଳମ୍ବିତ ରାତ୍ର ପେଟ୍ରୋଲିଙ୍ଗ ସମୟରେ ବିଶେଷ ସୂତ୍ରରୁ ଖବରପାଇ S.I ସରୋଜ ଜେନା ନିଜ ଟିମକୁ ଧରି ଉଦଳା ଥାନା ଅଧୀନସ୍ଥ ରାଢୋ ଗ୍ରାମ ପଞ୍ଚାୟତର ବରବାଡି କେନାଲ ନିକଟରେ ଛକି ରହିଥିଲେ। ଖବର ଅନୁଯାୟୀ ଏକ ବଡ଼ ଧରଣର ଡକାୟତି କରିବାକୁ ଯୋଜନା କରୁଥିବା ବେଳେ ଉକ୍ତ ଘଟଣାସ୍ଥଳରୁ ଅପରାଧୀକ କାର୍ଯ୍ୟରେ ଲିପ୍ତ ଥିବା ଚାରିଜଣଙ୍କୁ ଗିରଫ କରି ଥାନାକୁ ଆଣିଥିଲେ l ମାତ୍ର ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ, ଘଟଣାସ୍ଥଳରେ ଧରା ପଡିଥିବା ଅଭିଯୁକ୍ତର ଅନ୍ୟଜଣେ ସହଯୋଗୀ ଖସି ପଳାଇବାରେ ସକ୍ଷମ ହୋଇଛି l

ତଦନ୍ତରୁ ସମସ୍ତ ଅଭଯୁକ୍ତ ଭଦ୍ରକ ଅଞ୍ଚଳର ବୋଲି ଜଣା ପଡିଛି, ସେମାନଙ୍କ ମଧ୍ୟରୁ 1- ବୁଟୁ ଓରଫ ଚଣା ମୁଣ୍ଡା ବୟସ 20, ପିତା ନାରାୟଣ ମୁଣ୍ଡା, ଭଦ୍ରକ, ରେଣ୍ଡି, 2-ଭଦ୍ରକ, ଗବସାହି ଅଞ୍ଚଳର 21 ବର୍ଷ ବାପୁନ ସିଂ, ପିତା. ଲେମ୍ବୁ ସିଂ, 3 – ଭଦ୍ରକ ରୁରାଲ, ସlପୁର ଅଞ୍ଚଳର 19 ବର୍ଷୀୟ ରାଜୁ ମୁଣ୍ଡା, ପିତା. କୁନି ମୁଣ୍ଡା, 4 – ଭଦ୍ରକ, ଭଣ୍ଡାରୀ ପୋଖରୀ,ଖାତୁପୁର ଅଞ୍ଚଳର 19 ବର୍ଷୀୟ ଛାଗୁଲୁ ମୁଣ୍ଡା ପିତା ରଥ ମୁଣ୍ଡା ବୋଲି ଜଣାପଡିଛି l

ସେମାନଙ୍କ ନିକଟରୁ 5 ଗୋଟି ମୋବାଇଲ କାନ୍ଥ ତାଡିବାରେ ବ୍ୟବହୃତ ଶାବଳ, ଛୁରୀ, କଟର, ପ୍ଲାସ, ଚୋରି ରେ ବ୍ୟବହାର କରୁଥିବା ହତିଆର ସମେତ 3 ଗୋଟି ବାଇକକୁ ଜବତ କରିଛି ଉଦଳା ଥାନା ପୋଲିସ l ଘଟଣାର ତଦନ୍ତ କରି ଉଦଳା ଥାନାରେ ଅଭିଯୁକ୍ତଙ୍କ ବିରୁଦ୍ଧରେ କେସ ନମ୍ବର 72 – 17/3/2023 ରେ u/s 399/402 lPC ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି ଉଦଳା ଥାନା ପୋଲିସ l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking