28.1 C
Bhubaneswar
Friday, April 26, 2024
Homeଅପରାଧଯୌତୁକ ପାଇଁ ନର୍ସଙ୍କୁ ହତ୍ୟା ଅଭିଯୋଗ

ଯୌତୁକ ପାଇଁ ନର୍ସଙ୍କୁ ହତ୍ୟା ଅଭିଯୋଗ

ଭଦ୍ରକ : ଯୌତୁକ ପାଇଁ ନର୍ସଙ୍କୁ ହତ୍ୟା। ଏମିତି କି ଅନ୍ୟ ଜାତିରେ ପ୍ରେମ ବିବାହ ହୋଇଥିବାରୁ ନିର୍ଯାତନା ଦିଆଯାଉଥିବା ମଧ୍ୟ ଅଭିଯୋଗ ହୋଇଛି। ଭଦ୍ରକ ଟାଉନ ଥାନା ଅଧିନ କୁଆଁସ ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତକଙ୍କ ପରିବାର ନ୍ୟାୟ ପାଇଁ ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସୂଚନାଯୋଗ୍ୟ, ଭଦ୍ରକ ଟାଉନ ଥାନା ଅଧିନ କୁଆଁସ ଅଞ୍ଚଳର ଅନୁସୟା ମୁଖ୍ୟ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଅଧିନରେ ନର୍ସ ଭାବେ କାର୍ଯ୍ୟରତ ଥିଲେ। ସେ ପିରାହାଟ ଥାନା ଅଧିନ ପିରତିପୁର ଗାଁର ମନୋଜ ଦାସଙ୍କୁ ପ୍ରେମ ବିବାହ କରିଥିଲେ। ଅନୁସୟା ଅନ୍ୟ ଜାତିର ହୋଇଥିବାରୁ ବିବାହ ପରେ ଶ୍ଵଶୁର ଘର ଲୋକେ ଗ୍ରହଣ କରିନଥିଲେ । ପରେ ଆପୋଷ ବୁଝାମଣାରେ ଶ୍ଵଶୁର ଘରକୁ ଯାଇଥିଲେ। ତାଙ୍କୁ ଯୌତୁକ ପାଇଁ ଅତ୍ୟାଚାର କରାଯାଉଥିବା ମୃତକଙ୍କ ମାଆ ଅଭିଯୋଗ କରିଛନ୍ତି । ଏମିତି କି ସ୍ୱାମୀଙ୍କ ମାଡ଼ରେ ଗୁରୁତର ହୋଇ ଭଦ୍ରକ ମେଡିକାଲରୁ କଟକ ମେଡିକାଲକୁ ସ୍ଥାନାନ୍ତର ହୋଇଥିଲେ ଓ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏନେଇ ମୃତକଙ୍କ ମାଆ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ଏବେ ଭଦ୍ରକ ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking