40.1 C
Bhubaneswar
Saturday, April 27, 2024
Homeଓଡିଶାଅଏଁଲାସାରି ଗ୍ରାମର ଦୁଇ ଗୋଷ୍ଠି ମଧ୍ୟରେ ତୁମୁଳକାଣ୍ଡ

ଅଏଁଲାସାରି ଗ୍ରାମର ଦୁଇ ଗୋଷ୍ଠି ମଧ୍ୟରେ ତୁମୁଳକାଣ୍ଡ

 

ପୋଡି ଦେଲେ ୫ ବଖରା ଘର, ଜଣେ ଗୁରୁତର

ନ୍ୟାୟ ଦାବୀରେ ଏସ୍‌ପି ଅଫିସ ଘେରିଲେ ଗ୍ରାମବାସୀ

ବଲାଙ୍ଗିର, – ସ୍ଥାନୀୟ ପୁଇଁନ୍ତଳା ଥାନା ଅନ୍ତର୍ଗତ ଆଇଲାସାରି ଗ୍ରାମରେ ଗୋଷ୍ଠି ବିବାଦ ପୁଣି ମୁଣ୍ଡ ଟେକିଛି । ମଙ୍ଗଳବାର ରାତିରେ ଗ୍ରାମର ଦୁଇ ଗୋଷ୍ଠି ମଧ୍ୟରେ ତୁମୁଳକାଣ୍ଡ ଘଟିଛି । ମଙ୍ଗଳବାର ସଂନ୍ଧ୍ୟାରେ ଏକ ମାରପିଟ ଘଟଣା ପରେ ଗ୍ରାମର ଗୋଟିଏ ଗୋଷ୍ଠି ଯାଇ ଅନ୍ୟ ଗୋଷ୍ଠିର ୫ ବଖରା ଘର ପୋଡି ଦେଇଥିବା ଅଭିଯୋଗ ହୋଇଛି । ଅନ୍ୟ ପକ୍ଷରେ ଉକ୍ତ ଘଟଣାରେ ପୋଲିସ ମିଥ୍ୟା ମାମଲାରେ ଗ୍ରାମର ୩୨ ଜଣଙ୍କୁ ଗିରଫ କରିବା ସହିତ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ କରିଥିବା ନେଇ ଗ୍ରାମବାସୀ ଅଭିଯୋଗ କରିବା ସହ ନ୍ୟାୟ ଦାବୀରେ ଆଜି ସ୍ଥାନୀୟ ଏସ୍‌ପି ଅଫିସ ଘେରାଉ କରିଛନ୍ତି । ମଙ୍ଗଳବାର ସଂନ୍ଧ୍ୟାରେ ଅଏଁଲାସାରି ଗ୍ରାମର ଉକାଲୁ ସା କୌଣସି କାମରେ ବଲାଙ୍ଗିର ଆସି ଗାଁକୁ ଫେରୁଥିଲେ । ଫେରିବା ରାସ୍ତାରେ, ଅଏଁଲାସରି ଗ୍ରାମର ନିରଞ୍ଜନ ବନଛୋର ତାଙ୍କ ସହେଯାଗି କମ୍ପାଉଣ୍ଡର ଚନ୍ଦର, ଉମ୍‌ରିଆ ଗ୍ରାମର ନିଶା ନେଗୀ, ମନ ନେଗୀ ଓ ସୁବୋଧ ନେଗୀ ହଠାତ ଉକାଲୁ ଙ୍କ ଉପରେ ଗୋଷ୍ଠିବଦ୍ଧ ଆକ୍ରମଣ କରି ଫେରାର ମାରିଥିଲେ । ଖବର ପାଇ ଅଏଁଲାସାରି ଗ୍ରାମବାସୀ ଘଟଣାସ୍ଥଳକୁ ପହଞ୍ଚି ଗୁରୁତର ଉକାଲୁ ଙ୍କୁ ବଲାଙ୍ଗିର ମେଡିକାଲରେ ଭର୍ତ୍ତି କରିଥିଲେ । ରାତିରେ କୌଣସି ମତେ ନିରଞ୍ଜନ ବନଛୋର ଓ ସହେଯାଗିଙ୍କ ଘରେ ନିଆଁ ଲାଗିଯାଇଥିବାବେଳେ ଉକ୍ତ ମାମଲରେ ପୋଲିସ ୩୨ ଜଣ ନିରିହ ଗ୍ରାମବାସୀଙ୍କୁ ରାତାରାତି ଉଠାଇ ଆଣିବା ସହ ଗ୍ରାମବାସୀଙ୍କ ତାଟି କବାଟ ଭାଙ୍ଗି ଦେଇଥିବା ସରପଞ୍ଚ ପାର୍ବତି ବେନିଆଁ, ଇଲାବତି ମଲ୍ଲିକ, ମାନୀନି ସାହୁ, ଶ୍ରୀବଚ୍ଛ ସାହୁଙ୍କ ସହିତ ଶତାଧିକ ଅଏଁଲାସାରି ଗ୍ରାମବାସି ଅଭିଯୋଗ କରିବା ସହ ନ୍ୟାୟ ଦାବୀରେ ଏସ୍‌ପି ଅଫିସ ଘେରିଛନ୍ତି । ଅନ୍ୟ ପକ୍ଷରେ ଅଏଁଲାସାରି ଗ୍ରାମବାସୀ ଅକାରଣେ ନିରଞ୍ଜନ, କମ୍ପାଉଣ୍ଡର ଓ ସହେଯାଗିଙ୍କ ଘର ଉପରେ ଆକ୍ରମଣ କରି ଘର ପୋଡି ଦେଇଥିବା ନିରଞ୍ଜନ ଓ ସହେଯାଗିଙ୍କ ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି । ଗ୍ରାମାବାସୀ ଓ ବଲାଙ୍ଗିର ଏସ୍‌ପି ମଧ୍ୟରେ ଆଲୋଚନା ବିଫଳ ହୋଇଥିବା ବେଳେ ଅପରାହ୍ନ ପରେ ଗ୍ରାମବାସୀ ଧାରଣାରୁ ଓହରିଥିବା ଜଣାପଡିଛି । ପ୍ରକାଶ ଯେ, ଦିର୍ଘ ଦିନ ହେବ ଅଏଁଲାସାରି ଗ୍ରାମର ବନ୍ଧ ଠିକାକୁ ନେଇ ଗ୍ରାମର ଦୁଇ ଗୋଷ୍ଠି ମଧ୍ୟରେ ବିବାଦ ଲାଗି ରହିଛି । ପୂର୍ବରୁ ଗୋଟିଏ ଗୋଷ୍ଠି ଉକ୍ତ ଠିକା ପାଇ ଆସୁଥିବାବେଳେ ଏଥର ଏକ୍ତ ବନ୍ଧ ଠିକା ଅଏଁଲାସାରି ଗ୍ରାମର ଦୁଇ ଏସ୍‌ଏଜି ଗୃପକୁ ମିଳିଛି । ଫଳରେ ଗ୍ରାମର ଉଭୟ ଗୋଷ୍ଠି ମଧ୍ୟରେ ପୁଣି ତିକ୍ତତା ଉପୁଜି ଥିବା ବେଳେ ଗ୍ରାମରେ ଉତ୍ତେଜନା ଲାଗି ରହିଛି । ବନ୍ଧଠିକା ହିଁ ଘଟଣାର ମୂଖ୍ୟ କାରଣ ବୋଲି ଥିବା ସୂତ୍ର ରୁ ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking