34.1 C
Bhubaneswar
Thursday, March 28, 2024
Homeଅପରାଧଧର୍ମଶାଳା ପୋଲିସ ଦ୍ୱାରା ୩ ଲୁଟେରା ଗିରଫ, ବନ୍ଧୁକ, ବାଇକ ସହ ମୋବାଇଲ ଜବତ

ଧର୍ମଶାଳା ପୋଲିସ ଦ୍ୱାରା ୩ ଲୁଟେରା ଗିରଫ, ବନ୍ଧୁକ, ବାଇକ ସହ ମୋବାଇଲ ଜବତ

ଯାଜପୁର (ଓଏନଏ): 16ନଂ ଜାତୀୟ ରାଜ ପଥ ରେ ବିଭିନ୍ନ ସମୟରେ ଲୁଟ ରାଜ କରି ଆତଙ୍କ ସୃଷ୍ଟି କରୁ ଥିବା ଲୁଟାର ମାନଂକୁ ଧରିବା ରେ ଧର୍ମଶାଳା ପୋଲିସ ସଫଳ ହୋଇଛି

ବିଭିନ୍ନ ରାହାଜାନୀ ଓ ଡକାୟିତାରେ ସାମିଲ ଥିବା ୩ଜଣ ଲୁଟେରାକୁ ଗିରଫ କଲା କରିଛି ଯାଜପୁର  ଜିଲ୍ଲାର ଧର୍ମଶାଳl ପୋଲିସ

ସେମାନଙ୍କ ନିକଟରୁ ୨ଟି ବନ୍ଧୁକ, ଜବଦ କରିଛl ଗୋଟିଏ ଅସଲି ବନ୍ଧୁକ ଅନ୍ୟ ଟି ନକଲି ବନ୍ଧୁକ ଗୋଟିଏ ବାଇକ ସହ ୫ଟି ମୋବାଇଲ ଜବତ କରାଯାଇଛି। ଗିରଫ ଅଭିଯୁକ୍ତ ମାନେ ହେଲେ ଯାଜପୁରଜିଲ୍ଲାର ଧର୍ମଶlଳା ଓ ବଡ଼ଚଣା ଅଞ୍ଚଳର। ବିଶେଷ କରି ବନ୍ଧୁକ ମୁନରେ ଏମାନେ ରାଜପଥରେ ଯାଉଥିବା ଲୋକଙ୍କୁ ଟାର୍ଗେଟ କରିଥାନ୍ତି। ଗତ ୧୬ତାରିଖରେ ଏହି ଥାନା କାଏମା ରମାପୁର ନଦୀ ବନ୍ଧ ରାସ୍ତାର ମିର୍ଜାପୁର ଗଡା ନିକଟରୁ ବନ୍ଧୁକ ଦେଖାଇ ଟଙ୍କା ଓ ମୋବାଇଲ ଲୁଟ ହୋଇଥିବା ଅଭିଯୋଗ ହୋଇଥିଲା। ଏହି ଅଭିଯୋଗକୁ ଆଧାର କରି ଧର୍ମଶାଳା ପୋଲିସ ଏକ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଚଳାଇଥିଲା। ତେବେ ଏହି ଘଟଣାରେ ସମ୍ପୃକ୍ତ ଥିବା ୩ଜଣ ଲୁଟେରାକୁ ଗିରଫ କରିବା ସହ ଆଜି କୋର୍ଟ ଚାଲାଣ କରାଯାଇଛି। ଏମାନଙ୍କ ନାମରେ ପୂର୍ବରୁ ବିଭିନ୍ନ ଥାନାରେ ଡକାୟତି ମାମଲା ଥିବା ବେଳେ ଏନେଇ ଅଧିକ ତଦନ୍ତ ଜାରି ରହିଥିବା ପୋଲିସfର ସୂଚନା ଦେଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking