28.1 C
Bhubaneswar
Friday, April 26, 2024
Homeଦେଶ ବିଦେଶଦୁଇଟି ଡୋଜ୍ ଟିକା ନେଇଥିବା ଯାତ୍ରୀଙ୍କ ପାଇଁ ଏହି ଦେଶ କଲେ ଆର୍‌ଟିପିସିଆର୍ ଟେଷ୍ଟରେ ଛାଡ

ଦୁଇଟି ଡୋଜ୍ ଟିକା ନେଇଥିବା ଯାତ୍ରୀଙ୍କ ପାଇଁ ଏହି ଦେଶ କଲେ ଆର୍‌ଟିପିସିଆର୍ ଟେଷ୍ଟରେ ଛାଡ

ନୂଆଦିଲ୍ଲୀ : କରୋନା ସଂକ୍ରମଣ କମିବାର ନାଁ ଧରୁନି । ଗୋଟିଏ ପରେ ଗୋଟିଏ ନୂଆ ଭାରିଆଣ୍ଟ ବିଶ୍ୱରେ ଦେଖାଯାଉଛି । ନିକଟରେ ଓମିକ୍ରନ ଭାରିଆଣ୍ଟର ସଂକ୍ରମଣ ବିଶ୍ୱର ଅର୍ଦ୍ଧାଧିକ ଦେଶରେ ଜାରି ରହିଛି । ତେବେ ଏହା ଭିତରେ ଅନେକ ଦେଶ ନିଜ ଦେଶକୁ ବିମାନ ସେବା ବନ୍ଦ କରିଥିବା ବେଳେ ଅନ୍ୟ କିଛି ଦେଶ ଦେଶକୁ ପ୍ରବେଶ କରିବା ର୍ପୂବରୁ କରୋନା ଟେଷ୍ଟ ବାଧ୍ୟତାମୂଳକ କରିଛନ୍ତି । ଫଳରେ ଯାତ୍ରୀମାନେ କୌଣସି ଦେଶକୁ ଯିବା ପୂର୍ବରୁ ବିମାନ ବନ୍ଦରରେ ଟେଷ୍ଟର ସମ୍ମୁଖୀନ ହେବାକୁ ପଡ଼ୁଛି । କେଉଁ ଦେଶରେ ଏଥିପାଇଁ ଯାତ୍ରୀଙ୍କୁ ଦେଶରେ ପ୍ରବେଶ କରିବା ବେଳେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି । କିଛି ଦେଶ ଏବେ ପର୍ଯ୍ୟଟନ ଶିଳ୍ପକୁ ଦୃଷ୍ଟିରେ ରଖି ପର୍ଯ୍ୟଟକଙ୍କୁ ଦେଶରେ ପ୍ରବେଶ ନେଇ କରୋନା ନିୟମରେ କିଛି କୋହଳ ଆଣିଛନ୍ତି । ଯେଉଁ ଯାତ୍ରୀ କରୋନାର ଦୁଇଟି ଡୋଜ ନେଇଥିବେ, ସେମାନଙ୍କ ପାଇଁ ପ୍ରାଥମିକ ଏଣ୍ଟ୍ରି କୋଭିଡ ଟେଷ୍ଟ ଛାଡ କରାଯାଇଛି । ଯାତ୍ରୀମାନେ ହୋଟେଲ ରହିବା ପରେ ଦୁଇ ଦିନ ଭତରେ ସୋମନଙ୍କର ଆରଟିପିସିଆର ଟେଷ୍ଟ ଦେଇପାରିବେ । ପର୍ଯ୍ୟଟନ ଶିଳ୍ପ ଓ ବ୍ୟବସାୟକୁ ଦୃଷ୍ଟିରେ ରଖି କିଛି ଦେଶ ଟିକା ନେଇଥିବା ଯାତ୍ରୀଙ୍କ ପାଇଁ କରୋନା ଟେଷ୍ଟରେ କିଛି କୋହଳ ଆଣିଛନ୍ତି । ଆସନ୍ତୁ ଜାଣିବା ସେହିସବୁ ଦେଶଗୁଡିକ ବିଷୟରେ ।

ୟୁକେ : ୟୁକେକୁ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଦେଶର ପ୍ରଧାନମନ୍ତ୍ରୀ ବୋରିଶ ଜନସନ ତତ୍‌କ୍ଷଣାତ କୋଭିଡ ଟେଷ୍ଟ ନିମୟକୁ କୋହାଳ କରିବାକୁ ଘୋଷଣା କରିଛନ୍ତି । ଏହି ଦେଶକୁ ଯାତ୍ରା କରୁଥିବା ଯାତ୍ରୀ ଯଦି ଦୁଇଟି ଡୋଜ ଟିକା ନେଇଥିବେ ସେମାନଙ୍କୁ ଇଂଲଣ୍ଡରେ ପହଞ୍ଚିବା କ୍ଷଣି କୋଭିଡ ଟେଷ୍ଟ ଦେବା ପରିବର୍ତ୍ତେ ରହିବାର ଦୁଇ ଦିନ ଭିତରେ ଟେଷ୍ଟ କରିପାରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ସ୍ୱେଡେନ : ଏହି ଦେଶକୁ ପ୍ରବେଶ ପୂର୍ବରୁ ଥିବା ନେଗେଟିଭ ଆରଟି-ପିସିଆର ଟେଷ୍ଟକୁ ଉଠାଇ ଦିଆଯାଇଛି । ସରକାର କହିଛନ୍ତି ଯେ ସ୍ୱେଡେନରେ ଯାତ୍ରୀଙ୍କୁ ଓମିକ୍ରନ ସଂକ୍ରମଣ କରାଇବାର ଭୟ ନାହିଁ ।

ଥାଇଲାଣ୍ଡ : ଏହି ଦେଶରେ ଯାତ୍ରୀଙ୍କୁ ପହଞ୍ଚିବା ତତ୍‌କ୍ଷଣାତ ପରିବର୍ତ୍ତେ ଯାତ୍ରୀ ଗୋଟିଏ ଦିନ ହୋଟେଲରେ ରହି କରୋନା ଟେଷ୍ଟ ରିପୋର୍ଟ ଦେଇପାରିବେ । ଏଥିପାଇଁ ଯାତ୍ରୀଙ୍କୁ ନିଜ ଖର୍ଚ୍ଚରେ ହୋଟେଲରେ ରହିବା ଓ କରୋନା ଟେଷ୍ଟକରିବାକୁ ହେବ ।

ସିଙ୍ଗାପୁର : ସିଙ୍ଗାପୁର ସରକାର ମଧ୍ୟ ଟିକା ନେଇଥିବା ଯାତ୍ରୀଙ୍କ ପାଇଁ ଏକାନ୍ତବାସ ପ୍ରକ୍ରିୟାକୁ ସହଜ କରିଛନ୍ତି । ଟିକା ନେଇଥିବା ଯାତ୍ରୀମାନେ ୧୦ ଦିନ ପରିବର୍ତ୍ତେ ନିଜକୁ ୭ ଦିନ ଯାଏ ଏକାନ୍ତବାସରେ ରଖିପାରିବେ ।

ସାଇପ୍ରସ : ଏହି ଦେଶର ସରକାର କହିଛନ୍ତି ଯେ ,ଏଠାରେ ଟିକା ନେଇଥିବା ଯାତ୍ରୀମାନଙ୍କ ପାଇଁ ମାର୍ଚ୍ଚ ୧ ରୁ ସରକାର ସମସ୍ତ କଟକଣା ଉଠାଇ ଦେଇଛନ୍ତି । ପର୍ଯ୍ୟଟନ ଶିଳ୍ପ ଉପରେ ନିର୍ଭର କରୁଥିବା ଏହି ଦେଶ କରୋନାର ଦୁଇଟି ଡୋଜ ଓ ବୁଷ୍ଟୋର ଡୋଜ ଟିକା ନେଇଥିବା ଯାତ୍ରୀ ଏହାର ସାର୍ଟିଫିକେଟ ଦେଖାଇଲେ ସବୁ ଛାଡ଼ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking