27.1 C
Bhubaneswar
Friday, September 20, 2024
Homeଓଡିଶାଦୁଇ ଦଲାଲ ଗିରଫ, ୨ହଜାର ଟଙ୍କା ଜବତ

ଦୁଇ ଦଲାଲ ଗିରଫ, ୨ହଜାର ଟଙ୍କା ଜବତ

କଟକ: ଜଣେ ରୋଗୀଙ୍କୁ ରକ୍ତ ଯୋଗାଇ ଦେବା ପାଇଁ କହି ସଂପର୍କୀୟଙ୍କ ଠାରୁ ୨ ହଜାର ଟଙ୍କା ଠକି ନେଇଥିବା ଅଭିଯୋଗରେ ମଙ୍ଗଳାବାଗ ଥାନା ପୁଲିସ ୨ ଜଣ ଦଲାଲଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତଦ୍ୱୟ ହେଲେ ଜଗତସିଂହପୁର ଜିଲ୍ଲା ମୁରୁଣିଆ ଗ୍ରାମର ଗଗନ ସାମଲ(୪୦) ଓ ନବରଙ୍ଗପୁର ଜିଲ୍ଲା ଉମରକୋଟର ମହମ୍ମଦ ରିଜୱାନ(୪୪) । ପୁଲିସ ସେମାନଙ୍କଠାରୁ ୨ ହଜାର ଟଙ୍କା ଜବତ କରିଛି । ମିଳିଥିବା ସୂଚନା ମୁତାବକ, ସୁଦୀପ ଓରାମ ନାମକ ଜଣେ ରକ୍ତ କର୍କଟ ପୀଡିତଙ୍କୁ ଗୋଟିଏ ୟୁନିଟ ବ୍ଲଡ୍ ଦେବା ପାଇଁ ମିଥ୍ୟା ପ୍ରତିଶ୍ରୁତି ଦେଇ ତାଙ୍କ ସଂପର୍କୀୟ ସୋନାଲୀ ଓରାମଙ୍କଠୁ ଉପରୋକ୍ତ ଅଭିଯୁକ୍ତଦ୍ୱୟ ୨ ହଜାର ଟଙ୍କା ଠକିନେଇଥିଲେ । ସେମାନେ ସୋନାଲୀଙ୍କୁ ବ୍ଲଡ ବ୍ୟାଙ୍କର କର୍ମଚାରୀ ବୋଲି ପରିଚୟ ଦେଇ ବ୍ଲଡ ବ୍ୟାଙ୍କ ସାମନାରେ ତାଙ୍କଠାରୁ ୨ ହଜାର ଟଙ୍କା ନେଇଥିଲେ । ଏନେଇ ସାବିତ୍ରୀ ଜନସେବାର ସଂପାଦକ ବିଭୁତି ରାୟ ଥାନାରେ ଅଭିଯୋଗ କରିଥିଲେ । ଏହି ଅଭିଯୋଗ ଆଧାରରେ ପୁଲିସ ଛାନଭିନ କରି ଉଭୟ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ୨ ହଜାର ଟଙ୍କା ଜବତ କରିଥିଲା । ଆଜି ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking