40.1 C
Bhubaneswar
Tuesday, April 30, 2024
Homeଓଡିଶାଡିସିପିଙ୍କୁ ଦେବେ ଷ୍ଟାଫ୍ ତାଲିକା : ସିପି

ଡିସିପିଙ୍କୁ ଦେବେ ଷ୍ଟାଫ୍ ତାଲିକା : ସିପି

ଭୁବନେଶ୍ୱର: ଦିନକୁ ଦିନ ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଆଜି ରାଜ୍ୟରେ ୧୨ ହଜାର ପାଖାପାଖି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କୋଭିଡ୍‌ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ସରକାର କଟକଣା ଜାରି କରିଥିଲେ ମଧ୍ୟ କିଛି ଅମାନିଆ ନିୟମକୁ ଉଲ୍ଲଂଘନ କରୁଥବା ଦେଖିବାକୁ ମିଳିଛି। ଏବେ ଏଭଳି କିଛି ଅମାନିଆଙ୍କୁ ସାବାଡ୍‌ କରିବା ଲାଗି କଟକଣା ଆହୁରି କଡ଼ାକଡ଼ି ହେବାକୁ ଯାଉଛି। ପରିଚୟ ପତ୍ରର ଦୁରୁପଯୋଗ କରି ଏଣେତେଣ ବୁଲୁଥିବା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କମିଶନରେଟ ପୋଲିସ ପକ୍ଷରୁ କୁହାଯାଇଛି।

ଏନେଇ ଟ୍ୱିନ୍‌ ସିଟି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି, ଏଥର ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ରେ କୌଣସି ପାସ୍‌ ଜାରି କରାଯାଇନି। ଲୋକଙ୍କୁ ବିଶ୍ୱାସକୁ ନେଇ ପୋଲିସ କାମ କରୁଛି। ଆଇଟି, ବ୍ୟାଙ୍କ ଭଳି ସେବା କ୍ଷେତ୍ରର ସଂସ୍ଥାକୁ କଟକଣା ମୁକ୍ତ କରାଯାଇଛି। ହେଲେ ଏହାର ସୁଯୋଗ ନେଇ କିଛି କର୍ମଚାରୀମାନେ ଖୁଲମଖୁଲା ସେମାନଙ୍କ କାର୍ଡ ଦେଖାଇ ବୁଲୁଛନ୍ତି। ଏଣୁ ଏହା ଉପରେ ନିୟନ୍ତ୍ରଣ ଆଣିବା ଲାଗି ସେବା ପ୍ରଦାନକାରୀ ସଂସ୍ଥା ଗୁଡ଼ିକ(ଯେଉଁ ସବୁକୁ କଟକଣା ମୁକ୍ତ କରାଯାଇଛି)ର କର୍ମଚାରୀମାନଙ୍କୁ ନିର୍ଦ୍ଦିଷ୍ଟ ପରିସୀମା ଭିତରେ ଚାଲିବାକୁ ସମ୍ପୃକ୍ତ ସଂସ୍ଥାର ଅଧିକାରୀଙ୍କୁ ନିବେଦନ କରାଯିବ। ନିର୍ଦ୍ଦିଷ୍ଟ ସୀମା ଭିତରେ କେଉଁ କର୍ମଚାରୀଙ୍କୁ ଅଫିସକୁ ଯିବାକୁ ଅନୁମତି ପ୍ରଦାନ କରାଯାଇଛି, ଏହାର ତାଲିକା ଉକ୍ତ ସଂସ୍ଥା ଡିସିପିଙ୍କ ନିକଟରେ ଦାଖଲ କରିବେ। ଏହାପରେ ସେହି କର୍ମଚାରୀମାନଙ୍କୁ ପରିଚୟପତ୍ର ଓ ନିର୍ଦ୍ଦିଷ୍ଟ ଅଥରାଇଜେସନ ଲେଟର ଦିଆଯିବ ବୋଲି ପୋଲିସ୍‌ କମିଶନର କହିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking