ମୟୁରଭଞ୍ଜ : ହାତୀ ଆକ୍ରମଣରେ ଦୁଇ ମୃତ, ଜଣେ ଗୁରୁତର ଆହତ,ଚାରି ସାମାନ୍ୟ ଆହତ। ମୃତକ ଭିତରେ ଜଣେ ନାବାଳିକା ଝିଅ ରହିଛି । ଏଭଳି ଘଟଣା ସାମ୍ନାକୁ ଆସିଛି ମୟୁରଭଂଜ ଜିଲ୍ଲା ବିଶୋଇ ବନାଞ୍ଚଳ ଅଧିନ ଦୁଧକୁଣ୍ଡି ଗ୍ରାମ ନିକଟସ୍ଥ ଵିଙ୍ଗବୁରୁ ଜଙ୍ଗଲରେ।ନିକଟସ୍ଥ ଦୁଧକୁଣ୍ଡି ଗ୍ରାମର ସାତ ଜଣ ମହିଳା ଓ ପୁରୁଷ ଆଜି ସଖାଳୁ ନିକଟସ୍ଥ ଜଙ୍ଗଲକୁ ପତ୍ର ଏବଂ ରାଇଫଳ ତୋଳିବାକୁ ଯାଇ ହାତୀ ସହ ସମ୍ନାସାମ୍ନି ହେଇଥିଲେ। ଲୋକମାନେ ଜୀବନ ବିକଳରେ ଦୌଡ଼ିବା ପାଇଁ ଚେଷ୍ଟା କରୁଥିବା ବେଳେ ଦୁଇଜଣଙ୍କୁ ହାତୀ ଦଳି କଚାଡି ଜଙ୍ଗଲ ଭିତରେ ମାରି ଦେଇଛି। ଅନ୍ୟମାନେ ଦଉଡି ପଳଉ ଥିବା ସମୟରେ ଜଣେ ହାତୀ ଆକ୍ରମଣରେ ଗୁରୁତର ହେଇଛନ୍ତି ।
ମୃତକମାନେ ହେଲେ ୮ ବର୍ଷର ନାବାଳିକା ଝିଅ ସଂଜୁ ବିନ୍ଧାଣି ଏବଂ କାନ୍ଦ୍ରୀ ମୁର୍ମୁ। ଗୁରୁତର ଆହତ ଧାନୀ ବିନ୍ଧାଣିଙ୍କୁ ସାଥିରେ ଥିବା ଅନ୍ୟମାନେ ଉଦ୍ଧାର କରି ବାରିପଦା ସ୍ଥିତ ପି ଆର ଏମ ମେଡ଼ିକାଲ କଲେଜ ଏଣ୍ଡ ହସ୍ପିଟାଲକୁ ଚିକିତ୍ସା ପାଇଁ ପଠାଇଥିବା ବେଳେ ସାମନ୍ୟ ଆହତମାନେ ବିଶୋଇ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି। ଖବରପାଇ ଘଟଣାସ୍ଥଳରେ ବିଶୋଇ ରେଞ୍ଜ ଅଧିକାରୀ ଏବାଂ ପୋଲିସ ପହଂଚି ତଦନ୍ତ କରୁଛି। ମୃତକଙ୍କ ପରିବାରକୁ ସରକାରୀ ନିୟମ ମୁତାବକ ଅନୁକମ୍ପା ରାଶି ପ୍ରଦାନ କରାଜୀବ ବୋଲି କହିଛନ୍ତି ରାଇରଙ୍ଗପୁର ଡିଭିଜନର ଏସ ସି ଏଫ ଶ୍ରୀ ନବୀନ ଚନ୍ଦ୍ର ନାଏକ।