30.1 C
Bhubaneswar
Monday, May 6, 2024
Homeମନୋରଞ୍ଜନହସ୍ପିଟାଲ ଗଲେ ଟେଲି ଅଭିନେତା ଅର୍ଜୁନ ବିଜଲାନି

ହସ୍ପିଟାଲ ଗଲେ ଟେଲି ଅଭିନେତା ଅର୍ଜୁନ ବିଜଲାନି

ମୁମ୍ବାଇ: ହସ୍ପିଟାଲରେ ଭର୍ତ୍ତି ହେଲେ ଟେଲି ଅଭିନେତା ଅର୍ଜୁନ ବିଜଲାନି | ହଠାତ ପେଟରେ ଯନ୍ତ୍ରଣା ହେବାରୁ କାମକୁ ଅଧାରେ ରଖି ହସ୍ପିଟାଲ ଗଲେ ଅଭିନେତା | ସୂଚନାନୁସାରେ , ଅଭିନେତାଙ୍କର ଆପେଣ୍ଡିକସାଇଟିସ୍ ହୋଇଛି ଏବଂ ଏଥିପାଇଁ ତାଙ୍କର ଅସ୍ତ୍ରୋପଚାର କରାଯିବ | ଅର୍ଜୁନ ବିଜଲାନିଙ୍କୁ ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପେଟରେ ବହୁତ ଯନ୍ତ୍ରଣା ହେତୁ ପୂର୍ବରୁ ସେ ସେଟକୁ ଯାଇ ନଥିଲେ। ପରେ ଯନ୍ତ୍ରଣା ବଢ଼ିବାରୁ ଏବେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି | ଅର୍ଜୁନଙ୍କ କହିବା କଥା , “ପେଟରେ ଯନ୍ତ୍ରଣା ହେତୁ ମୋତେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୋର ବର୍ତ୍ତମାନ ଏକ୍ସ-ରେ ହେବ | ଏହା ପରେ ଡାକ୍ତରମାନେ ଜରୁରୀକାଳୀନ ଅସ୍ତ୍ରୋପଚାର କରିବେ। ” ଏହା ସହ ଅର୍ଜୁନ ବିଜଲାନି ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ହସ୍ପିଟାଲ ବେଡର ଏକ ଫାଟୋ ସେୟାର କରିଛନ୍ତି। ଇଞ୍ଜେକ୍ସନ ଦିଆଯାଇଥିବା ହାତର ଫଟୋ ସେୟାର କରି ସେ ଲେଖିଛନ୍ତି, “ଯାହା ହୁଏ ଭଲ ପାଇଁ ହୁଏ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking