28.1 C
Bhubaneswar
Saturday, April 27, 2024
Homeଓଡିଶାଅପରାଜିତାଙ୍କ ନାଁରେ କେନ୍ଦ୍ରକୁ ଫେରାଦ

ଅପରାଜିତାଙ୍କ ନାଁରେ କେନ୍ଦ୍ରକୁ ଫେରାଦ

ଭୁବନେଶ୍ୱର: କୋଭିଡ ଗାଇଡ ଲାଇନ ଉଲ୍ଲଂଘନ ଅଭିଯୋଗରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଙ୍କ ନାଁରେ କେନ୍ଦ୍ରକୁ ଫେରାଦ ହୋଇଛି ରାଜ୍ୟ । କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟଙ୍କୁ ଚିଠି ଲେଖି ତାଗିଦ ପାଇଁ ସେ ଦାବି କରିଥିବା ସୂଚନା ମିଳିଛି । ଜନ୍ମଦିନରେ ସାଂସଦ କୋଭିଡ କଟକଣା ଭଙ୍ଗ କରିଥିବା ଅଭିଯୋଗ କରିଛନ୍ତି । ଲୋକଙ୍କୁ ବିପଦରେ ନପକାଇବାକୁ ସାଂସଦଙ୍କୁ ପରାମର୍ଶ ଦେବାକୁ ଆଶା ପ୍ରକାଶ କରିଛନ୍ତି । ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏନେଇ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନ୍ଦଗ ରାୟଙ୍କୁ ଚିଠି ଲେଖି ତାଗିଦ ପାଇଁ ଦାବି କରିଛନ୍ତି । ଗତ ୮ ତାରିଖରେ ତାଙ୍କ ଜନ୍ମଦିନ ପାଳନ ବେଳେ ସାସଂଦ କୋଭିଡ କଟକଣା ଭଙ୍ଗ କରିଥିବା ସେ ଅଭିଯୋଗ କରିଛନ୍ତି । ତେବେ ଚିଠି ସହ ଏକ ଭିଡିଓ ମଧ୍ୟ ପଠାଇଥିବା ଦିବ୍ୟ ଶଙ୍କର ଲେଖିଛନ୍ତି । ଯେଉଁଥିରେ ସାଂସଦ ନିଜେ ଏବଂ ଜନ୍ମ ଦିନ ପାଳନରେ ସାମିଲ ହୋଇଥିବା ଅନ୍ୟ ମହିଳାମାନେ ମାସ୍କ ପିନ୍ଧିନଥିବା ଏବଂ ସାମାଜିକ ଦୂରତା ମାନିିନଥିବା ସେ ଉଲ୍ଲେଖ କରିଛନ୍ତି । ଏହି ଉତ୍ସବରେ ଶତାଧିକ କର୍ମୀ ଏକାଠି ହୋଇଥିବାର ଦେଖିବାକୁ ମିଳିଛି । ସାଂସଦଙ୍କ ଉପସ୍ଥିତିରେ ଚାଲିଥିବା ନାଚ । କାହା ମଧ୍ୟରେ ନଥିଲା ସାମାଜିକ ଦୁରତା । ମାସ୍କ ନ ପିନ୍ଧି ନାଚ, ଗୀତ ଓ ଗହଳି ମଧ୍ୟରେ ଅପରାଜିତା ଜନ୍ମଦିନ ପାଳିବା ଭିଡିଓ ଏବେ ଭାଇରଲ ହେବାରେ ଲାଗିଛି ।
ଏକଥା ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କୁ ଅବଗତ କରାଇବା ପାଇଁ ସେ ଆଶା ପ୍ରକାଶ କରିଛନ୍ତି । ଏହା ପ୍ରଥମଥର ପାଇଁ ନୁହେଁ , ବାରମ୍ବାର ଅପରାଜିତା ଷଡଙ୍ଗୀ କୋଭିଡ ଗାଇଡ ଲାଇନ ଉଲ୍ଲଂଘନ କରିଛନ୍ତି ବୋଲି ପୂର୍ବରୁ ମଧ୍ୟ ଅଭିଯୋଗ ସହ ଥାନାରେ ଏତଲା ମଧ୍ୟ ହୋଇଥିଲା ହେଲେ ଏସବୁ ସତ୍ତ୍ୱେ ସେ କୋଭିଡ ନିୟମ ଭଙ୍ଗ କରୁଛନ୍ତି । ପୂର୍ବରୁ ଅପରାଜିତା ଏକ ଦଳୀୟ କାର୍ଯ୍ୟକ୍ରମରେ ମଧ୍ୟ କୋଭିଡ ନିୟମ ଭଙ୍ଗ କରିଥିବାରୁ ଜରିମାନା ଦେଇଥିଲେ ।
ଅନ୍ୟପଟେ ଏ ପ୍ରସଙ୍ଗରେ ଜବାବ ମଧ୍ୟ ରଖିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ମନ୍ତ୍ରୀଙ୍କର ଏପରି ଡବଲ୍ ଷ୍ଟାଣ୍ଡାର୍ଡ କାରବାର କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି । ଦୁଇଟି ଘଟଣାରେ ଦୁଇ ଜଣ ଲୋକଙ୍କ ପ୍ରତି ଦୁଇ ପ୍ରକାର ନିୟମ କାହିଁକି ବୋଲି ସେ କହିଛନ୍ତି । କିଛି ଦିନ ତଳେ ପ୍ରଦୀପ ମହାରଥୀଙ୍କ ଅନ୍ତ୍ୟେଷ୍ଟିରେ ଏଭଳି କିଛି ଘଟିଥିଲା । ଜଣେ ମନ୍ତ୍ରୀ ଓ ଜଣେ ବିଧାୟକ ସଂକ୍ରମିତ ଥାଇ ବି ଅନ୍ତ୍ୟେଷ୍ଟିକୁ ଯାଇଥିଲେ । ସେ କ୍ଷେତ୍ରରେ ମନ୍ତ୍ରୀ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ବା ମୁଖ୍ୟମନ୍ତ୍ରୀଙ୍କୁ ଚିଠି କରିଛନ୍ତି କି ? ପ୍ରଧାନମନ୍ତ୍ରୀ କରୋନା ନିୟମ ମାନିବାକୁ କହିଛନ୍ତି, ନମାନିବାର ପ୍ରଶ୍ନ ଉଠୁନି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking