33.1 C
Bhubaneswar
Monday, May 6, 2024
Homeକରୋନାଟୋକିଓ ଅଲିମ୍ପିକ୍ସରେ ଭାଗ ନେଇପାରିବେ ନାହିଁ

ଟୋକିଓ ଅଲିମ୍ପିକ୍ସରେ ଭାଗ ନେଇପାରିବେ ନାହିଁ

ନୂଆଦିଲ୍ଲୀ: ସବୁଠି କରୋନା ପ୍ରଭାବ ରହିଛି । ରାଜନୀତି ଠୁ ଆରମ୍ଭ କରି ଖେଳ ପର୍ଯ୍ୟନ୍ତ ସବୁଠି କରୋନା ମାଡ଼ । ଏହାରି ମଧ୍ୟରେ ଭାରତର ଦୁଇ ଷ୍ଟାର ବ୍ୟାଡମିଂଟନ ଖେଳାଳି ସାଇନା ନେହ୍ୱାଲ ଓ କିଦାମ୍ବି ଶ୍ରୀକାନ୍ତ ଆଉ ଟୋକିଓ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିପାରିବେ ନାହିଁ । ଚଳିତ ବର୍ଷ ଜୁଲାଇ-ଅଗଷ୍ଟରେ ଏହା ଆୟୋଜିତ ହେବ । କରୋନା ମହାମାରୀ ଯୋଗୁ ବୁଧବାର ସିଙ୍ଗାପୁର ଓପନ ଟୁର୍ଣ୍ଣାମେଂଟକୁ ବାତିଲ କରାଯାଇଛି । ଏହି ଟୁର୍ଣ୍ଣାମେଂଟ ସାଇନା ଓ ଶ୍ରୀକାନ୍ତଙ୍କ ନିମନ୍ତେ ଅଲିମ୍ପିକ ଯୋଗ୍ୟତା ହାସଲ କରିବା ପାଇଁ ଶେଷ ସୁଯୋଗ ଥିଲା ।

୨୦୦୮ ପରେ ପ୍ରଥମ ଥର ପାଇଁ ସାଇନା ଅଲିମ୍ପିକ ଯୋଗ୍ୟତା ହାସଲ କରିବାରେ ବିଫଳ ହୋଇଛନ୍ତି । ରିଓ ଅଲିମ୍ପିକ୍ସ ରୌପ୍ୟ ପଦକ ବିଜେତା ପିଭି ସିନ୍ଧୁ, ବି.ସାଇ ପ୍ରଣୀଥ, ଚିରାଗ ସେଟ୍ଟି ଓ ସାତ୍ୱିକ ସାଇରାଜ ଅଲିମ୍ପିକ କୋଟା ହାସଲ କରି ସାରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking