30.1 C
Bhubaneswar
Wednesday, June 26, 2024
Homeଓଡିଶାଆଜିର ଅନୁଚିନ୍ତା

ଆଜିର ଅନୁଚିନ୍ତା

ଦାନ ଦେଇ ତୁଣ୍ଡ ଖୋଲିବୁ ନାହିଁ,
‌ ଭୋଜି ଦେଇ ମୁଣ୍ଡ ଗଣିବୁ ନାହିଁ,
ଘର ତୋଳି ଖର୍ଚ୍ଚ ଲେଖିବୁ ନାହିଁ,
ଗଛ ତୋଳି ଫଳ ଖୋଜିବୁ ନାହିଁ..।
ନିଜର ଅମାପ ଧନ ସଂପତ୍ତି ଥାଇ ଯଦି ଅନୈତିକ କାର୍ଯ୍ୟରେ ଲିପ୍ତ ରହିବା,ଦିନେ ତାକୁ ହରେଇବାକୁ ପଡ଼ିବ।
ଭଲ କାମ କରିବା ଜାରି ରଖିଥାନ୍ତୁ,ସମ୍ମାନ କିଏ କରନ୍ତୁ ବା ନ କରନ୍ତୁ,ଯେପରି କୋଟି କୋଟି ଲୋକ ଶୋଇଥିଲେ ମଧ୍ୟ ସୂର୍ଯ୍ୟୋଦୟ ହୋଇଥାଏ।
ଯିଏ ଦୋଷ କରି କ୍ଷମା ମାଗେ ସେ ଖୁବ୍ ସାହାସୀ,ଯିଏ ପ୍ରତିଶୋଧ ନ ନେଇ କ୍ଷମା କରିଦିଏ ସେ ଶକ୍ତିଶାଳୀ ଆଉ ଯିଏ ସବୁକିଛି ଭୁଲିଯାଏ ସେ ବଡ଼ ସୁଖି।
*” ଆଜିର ସୁବିଚାର
ଜୀବନ ରେ ବେଶୀ ସମ୍ପର୍କ ଦରକାର ନାହିଁ ଯେଉ ସମ୍ପର୍କ ଅଛି ତା ଭିତରେ କିଛି ଜୀବନ ଥିବା ଦରକାର ….. !!”

ଆଖି ସବୁ ଜିନିଷ ଦେଖିପାରେ କିନ୍ତୁ ଆଖିରେ କିଛି ପଡିଗଲେ ଦେଖି ହୁଏ ନାହିଁ ଠିକ ସେହିପରି ମଣିଷ ଅନ୍ୟମାନଙ୍କ ଭୁଲକୁ ଦେଖିପାରେ କିନ୍ତୁ ନିଜ ଭୁଲକୁ କେବେ ଦେଖିପାରେ ନାହିଁ !!”

ଅନ୍ୟକୁ ଅତ୍ୟଧିକ ଗୁରୁତ୍ବ ଦେଲେ ତା ପାଖରେ ନିଜକୁ ମୂଲ୍ୟହିନ ହେବାକୁ ପଡେ …. ଏହା ହିଁ ନିରାଟ ସତ୍ୟ .. !!”

“ଯିଏ ଅନ୍ୟର ମୁହଁରେ ହସ ଦେଖିବାକୁ ଚାହିଁ ଥାଏ ଉପରବାଲା ତାର ହସ କେବେ ଛଡେଇ ନ ଥାନ୍ତି !!”
ଅଦ୍ୟ ଜାନୁଆରୀ ମାସ ୨୩ ତାରିଖ ୨୦୨୩ ମସିହା

ଶକାବ୍ଦ -୧୯୪୪

ସମ୍ବତ -୨୦୭୯

ଦିଲ୍ଲୀସ୍ୱରାଦ୍ଧ-୧୪୩୦

ସମ୍ବତ୍ସର-ଅନଳ

ମାଘମାସ-ଶୁକ୍ଲପକ୍ଷ

ତିଥି- ଦ୍ଵିତୀୟା ସନ୍ଧ୍ୟା ୦୬/୫୦ ଗତେ ତୃତୀୟା

ନକ୍ଷତ୍ର-ଧନିଷ୍ଟା ରାତ୍ରି ୦୧/୦୮ ଗତେ ଶତଭିଷ।

ଚନ୍ଦ୍ର- ମକର ଦିବା ୦୨/୨୪ ଗତେ କୁମ୍ଭ

ଯୋଗ- ଅଶ୍ରୁକ୍

କରଣ – ବାଳବ

ସୌରମାସ- ମକର ୧୦ ଦିନ

✧═════•❁❀❁•═════✧

ସୁର୍ୟୋଦୟ-ପ୍ରାତଃ ଘ୦୬/୨୮/୧୩

ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୨୯/୪୯

*✧═════•❁❀

ଯୋଗିନୀ ଉତ୍ତରେ ସନ୍ଧ୍ୟା ଘ୦୬/୫୦ ଗତେ ଅଗ୍ନିକୋଣେ

ସିଂହ ରାଶିର ଘାତଚନ୍ଦ୍ର

ମିଥୁନ ରାଶିର ଘାତବାର

ଦ୍ଵିତୀୟା ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ

✧═════•❁❀❁•═══

କାଳବେଳା – ଦିବା ଘ ୦୭/୫୦ ଗତେ ଘ୦୯/୧୨ମଧ୍ୟେ

ବାରବେଳା – ଦିବା ଘ୦୨/୪୫ ଗତେ ଘ୦୪/୦୮ ମଧ୍ୟେ

══•❁❀❁•═

ବିଶୁଦ୍ଧ ଅମୃତ ବେଳ। – ଦିବା ଘ୦୭/୪୯ ମଧ୍ୟେ ଓ ଘ୧୧/୧୫ ଗତେ ଘ୦୧/୪୦ ମଧ୍ୟେ

ବିଶୁଦ୍ଧ ମ।ହେନ୍ଦ୍ର ବେଳ।- ଦିବା ଘ୦୪/୦୯ ଗତେ ଘ୦୫/୩୧ ମଧ୍ୟେ

═✧*══•❁❀❁•═════✧

ଅଦ୍ୟ ବୋଇତି କାଖରୁ ସ…
💌ଆଜିର ସ୍ୱାସ୍ଥ୍ୟ ସୂଚନା💌
🦚🦚
✤• • • • • • ✤ • • • • • • ✤• • • • • • ✤

🔘ଆଜି ଆସନ୍ତୁ ଜାଣିବା ସ୍ୱାସ୍ଥ୍ୟ ପାଇଁ ସକାଳୁ ପଇଡ଼ ପାଣି ପିଇବାର ୫ଟି ବଡ ଉପକାର ସମ୍ପର୍କରେ :-

📝ପଇଡ ପାଣି ସ୍ୱାସ୍ଥ୍ୟ ପାଇଁ ଖୁବ ହିତକର ଅଟେ ଓ ଏହା ସହିତ ଶରୀରକୁ ଶକ୍ତି ମଧ୍ୟ ଯୋଗାଇ ଥାଏ l ଆମ ଶରୀରରୁ ବିଷାକ୍ତ ପଦାର୍ଥକୁ ଦୂର କରିଥାଏ l ପ୍ରତିଦିନ ପଇଡ ପିଇବା ଦ୍ୱାରା ଶରୀରରୁ ଡି ହାଇଡ୍ରେସନ ଦୂର ହୋଇଥାଏ l ଶରୀରର ଇମ୍ୟୁନିଟି ମଜବୁତ ହୋଇଥାଏ l ପଇଡ ରେ ଖଣିଜ ପଦାର୍ଥ ଅଧିକ ରହିଥାଏ l ପଇଡ଼ ରେ ଫ୍ୟାଟ କୋଲେଷ୍ଟ୍ରଲ ଓ ଶର୍କରା ର ମାତ୍ରା ଖୁବ କମ ରହିଥାଏ l ବିଶେଷଜ୍ଞ ମାନଙ୍କ ମତରେ ସକାଳୁ ପଇଡ଼ ପାଣି ପୀଇବା ଦ୍ୱାରା ଶରୀରକୁ ଅଧିକ ଲାଭ ମିଳିଥାଏ ଓ ଶରୀର ଅଧିକ ଫୁର୍ତି ଲାଗିଥାଏ l

❣️କିଡ୍ନୀ କୁ ସୁସ୍ଥ ରଖିବା ପାଇଁ ପଇଡ଼ ପାଣି ଖୁବ ହିତକର l ଏହା ୟୁରିନାରୀ ଟ୍ରାକ କୁ ସଫା ରଖିବାରେ ସାହାଯ୍ୟ କରିଥାଏ l ତା ସହିତ କିଡ୍ନୀ କୁ ଷ୍ଟୋନ ଠାରୁ ଦୁରେଇ ରଖିଥାଏ l

❣️ପଇଡ଼ ନିୟମିତ ସେବନ କରିବା ଦ୍ୱାରା ଇମ୍ୟୁନିଟି ବୃଦ୍ଧି ହୋଇଥାଏ l ଏହାଦ୍ୱାରା ଅନେକ ରୋଗରୁ ଆରମ୍ ମିଳିଥାଏ l ଆମ ଅନ୍ତ କୋଷ ମଧ୍ୟ ସୁସ୍ଥ ରୁହେ l ଗ୍ୟାସ ଏସିଡ଼ିଟି ସମସ୍ୟା ଦୁରେଇ ଯାଇଥାଏ l

❣️ପଇଡ଼ ପାଣି ଥାଇରଏଡ ରୋଗୀ ମାନଙ୍କ ପାଇଁ ଖୁବ ହିତକର ଅଟେ l ସକାଳୁ ପଇଡ଼ ପାଣି ପୀଇବା ଦ୍ୱାରା ଥାଇରଏଡ ହର୍ମୋନ ସନ୍ତୁଳିତ ରହିଥାଏ l

❣️ଯଦି ଆପଣ ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ପଇଡ଼ ପାଣି ଖୁବ ପ୍ରଭାବଶାଳୀ l ଏଥିରେ କ୍ୟାଲୋରୀର ମାତ୍ରା ଖୁବ କମ ରହିଥାଏ ଓ ଫ୍ୟାଟ ଖୁବ କମ ରହିଥାଏ l ପଇଡ଼ ପାଣି ପୀଇବାର ଦୀର୍ଘ ସମୟ ଧରି ଭୋକ ଲାଗି ନଥାଏ l ତେଣୁ ଏହା ଓଜନ ହ୍ରାସ କରିବା ପାଇଁ ହିତକର l

❣️ତ୍ୱଚାକୁ ସୁସ୍ଥ ଓ ସୁନ୍ଦର ରଖିବା ପାଇଁ ପଇଡ଼ ପାଣି ଖୁବ ଉପକାରୀ l ପଇଡ଼ ପାଣି ଆମ ଶରୀରରୁ ବିଷାକ୍ତ ପଦାର୍ଥକୁ ବାହାର କରି ଦେଇଥାଏ ଓ ତ୍ୱଚାରେ ଚମକ ଆଣିଥାଏ l ତ୍ୱଚାର ସମସ୍ତ ଦାଗ କୁ ମଧ୍ୟ ପଇଡ଼ ପାଣି ଦୂର କରେ l

🌹🌳🔘ସୁସ୍ଥ ରୁହନ୍ତୁ ସୁଖୀ ରୁହନ୍ତୁ🔘🌳🌹

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking