29.1 C
Bhubaneswar
Tuesday, April 28, 2026
Homeଓଡିଶାବଜ୍ରପାତ : ୩ ମୃତ, ୨ ଗୁରୁତର

ବଜ୍ରପାତ : ୩ ମୃତ, ୨ ଗୁରୁତର

ପଦ୍ମପୁର : ବଜ୍ରପାତରେ ୩ ମୃତ, ୨ଗୁରୁତର । ବୁଡେନ ଥାନା ଆନଦେୱାନଡିହି ଗାଁର ଘଟଛି ଏଭଳି ଅଭାବନୀୟ ଘଟଣା । ଗାଁମୁଣ୍ଡ ବରଗଛ ତଳେ ବସିଥିବା ବେଳେ ବଜ୍ରପାତ ହୋଇଥିଲା । ଗୁରୁତରମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଉତ୍ତର ଓଡ଼ିଶାରେ ଆଜି ଅପରାହ୍‌ଣ ଠାରୁ ବର୍ଷା ଲାଗି ରହିଛି। ସୂଚନା ଅନୁସାରେ ଆଜି ଅପରାହ୍‌ଣରେ ରାଜ୍ୟର ଅନ୍ୟ ସ୍ଥାନ ଭଳି ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ୍‌ ଖଲିଆପାଲି ପଞ୍ଚାୟତ ଦୁଆନଡିହି ଗାଁରେ ମଧ୍ୟ ବର୍ଷା ହୋଇଥିଲା। ଏହି ସମୟରେ ସ୍ଥାନୀୟ ଅଞ୍ଚଳର ୫ ଜଣ କୌଣସି କାମରେ ଯାଇଥିଲେ। ବର୍ଷାର ମାତ୍ରା ବଢ଼ିବାରୁ ସେମାନେ ଏକ ବଡ଼ ଗଛ ତଳେ ଛିଡ଼ା ହୋଇଥିଲେ। ଏତିକି ବେଳେ ଗଛ ଉପରେ ବଜ୍ର ପଡ଼ିଥିଲା। ଫଳରେ ୫ ଜଣ ଲୋକ ଅଚେତ ହୋଇ ପଡ଼ିଥିଲେ। ପରେ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ସହାୟତାରେ ୫ ଜଣଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ୩ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଅନ୍ୟ ୨ ଜଣଙ୍କର ଚିକିତ୍ସା ଜାରି ରହିଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking