ଭୁବନେଶ୍ୱର: ସ୍ୱାମୀ ଲକ୍ଷ୍ମଣାନନ୍ଦ ହତ୍ୟାକାଣ୍ଡ ନେଇ ପୂର୍ବ ବିଜେଡି ସରକାରଙ୍କୁ ଆଇନମନ୍ତ୍ରୀଙ୍କ ଟାର୍ଗେଟ । ଜାଣିଶୁଣି କମିଶନ ରିପୋର୍ଟକୁ ହଜେଇଦେଇଥିବା ନେଇ ଦୋଷ ଲଦିଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ସେ କହିଛନ୍ତି, କମିଶନ ରିପୋର୍ଟ ପୂର୍ବ ସରକାର ଜାଣିଶୁଣି ହାଜଇଛନ୍ତି । ତେବେ ଏହାକୁ ନେଇ ସରକାର ଗୁରୁତ୍ୱର ସହ ତଦନ୍ତ ଆରମ୍ଭ କରିଛନ୍ତି । ଆମର ପୂର୍ଣ୍ଣ ଆଶା କମିଶନ ରିପୋର୍ଟ ମିଳିବ ଲା ଦୋଷୀ ଦଣ୍ଡ ପାଇବ । ତେବେ କିଏ ଓ କାହିଁକି ତଦନ୍ତ ରିପୋର୍ଟଙ୍କୁ ଚାପି ଥଲେ ତା ରିପୋର୍ଟ ଆସିଲେ ଜଣାପଡିବ ବୋଲି ମନ୍ତ୍ରୀ କହିଛନ୍ତି । ଯେଉଁମାନଙ୍କର ଏଥିରେ ସମ୍ପୃକ୍ତି ଅଛି , ସେମାନଙ୍କୁ ଦଣ୍ଡିତ କରାଯିବ । ସ୍ୱାମୀଙ୍କ ହତ୍ୟାକାଣ୍ଡରେ ଷଡଯନ୍ତ୍ର ଥିବା ସନ୍ଦେହ ସୃଷ୍ଟି ହେଉଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଆଇନ ମନ୍ତ୍ରୀଙ୍କ ଅଭିଯୋଗ ପରେ ପ୍ରତିକ୍ରିୟା ରଖିଛି ବିଜେଡି । ବିଜେଡି କହିଛି ସରକାର ନିଜେ ତଦନ୍ତ କରୁଛନ୍ତି । ସରକାର ଆସିବାର ଦୁଇ ବର୍ଷ ପରେ ଜାଣିଲେ ଫାଇଲ ହଜିଛି ବୋଲି । ଜଣେ ମନ୍ତ୍ରୀ ଗୋଟିଏ କଥା, ଆଉ ଜଣେ ମନ୍ତ୍ରୀ ଆଉ ଗୋଟିଏ କଥା କହୁଛନ୍ତି । ସରକାର ତଦନ୍ତ କରନ୍ତି କିନ୍ତୁ ସ୍ୱାମୀଜୀଙ୍କ ମୃତ୍ୟୁକୁ ନେଇ ରାଜନୀତି ନ କରନ୍ତୁ ।










