30.1 C
Bhubaneswar
Tuesday, May 26, 2026
Homeଦେଶ ବିଦେଶକେନିୟାରେ ହିଂସା : ଗଲାଣି ୧୦ ଜୀବନ

କେନିୟାରେ ହିଂସା : ଗଲାଣି ୧୦ ଜୀବନ

କେନିଆ : ଆଫ୍ରିକୀୟ ଦେଶ କେନିଆ ବର୍ତ୍ତମାନ ହିଂଶା କାଣ୍ଡ ଦେଖିବାକୁ ମିଳିଛି । ମୁଦ୍ରାସ୍କୃତି ଏବଂ ବେକାରୀ ସମସ୍ୟାରେ ପୀଡିତ ଲୋକଙ୍କ ଉପରେ ସରକାର ଅତିରିକ୍ତ ଟିକସ ବୋଝ ଲଗାଇଛନ୍ତି। ବ୍ରେଡ୍‌ ଉପରେ ୧୬% ଏବଂ ମୋଟର ସାଇକେଲ ଉପରେ ୨.୫% ଟିକସ ଲାଗୁ କରାଯାଇଛି । ଏହାକୁ ବିରୋଧ କରି ବହୁ ସଂଖ୍ୟକ ଲୋକ ରାସ୍ତାରେ ଧାରଣା ଦେଇଛନ୍ତି। ତେବେ ମଙ୍ଗଳବାର ଦିନ ଏକ ବିରାଟ ବିକ୍ଷୋଭକାରୀ ମଧ୍ୟ ସଂସଦରେ ପ୍ରବେଶ କରିଥିଲେ ଏବଂ ସେଠାରେ ବି ଅସନ୍ତୋଷ ଦେଖାଦେଇଥିଲା। ମଙ୍ଗଳବାର ଦିନ ବିକ୍ଷୋଭକାରୀଙ୍କ ଭିଡ଼ ସଂସଦରେ ପହଞ୍ଚି ସ୍ଲୋଗାନ ଦେଇଥିଲା ଏବଂ ସଂସଦର ଏକ ଅଂଶରେ ନିଆଁ ଲଗାଇ ଦେଇଥିଲା। ଏହି ହିଂସାତ୍ମକ ସଂଘର୍ଷରେ ଏପର୍ଯ୍ୟନ୍ତ ୧୦ ଜଣ ପ୍ରାଣ ହରାଇଛନ୍ତି। ରାଜଧାନୀ ନାଇରୋବି ସମେତ ଦେଶର ବିଭିନ୍ନ ସହରରେ ଲୋକମାନେ ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଲୋକମାନେ ପ୍ରାକୃତିକ ବିପର୍ଯ୍ୟୟରୁ ମୁକ୍ତି ପାଇ ପାରିନାହାଁନ୍ତି ଏବଂ ମୋଟର ଯାନ ଭଳି ଜିନିଷ ବ୍ରେଡ୍ ଏହା ଉପରେ ଟ୍ୟାକ୍ସ ଲଗାଇଛନ୍ତି । ଏହାକୁ ବିରୋଧ କରି ହଜାର ହଜାର ଲୋକ ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking