31.1 C
Bhubaneswar
Wednesday, April 29, 2026
Homeଓଡିଶାଭିଜିଲାନ୍ସ ହାତରେ ରାଜସ୍ୱ ନିରୀକ୍ଷକ

ଭିଜିଲାନ୍ସ ହାତରେ ରାଜସ୍ୱ ନିରୀକ୍ଷକ

ଗଞ୍ଜାମ : ଭିଜିଲାନ୍ସ ହାତରେ ରାଜସ୍ୱ ନିରୀକ୍ଷକ । ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ତହସିଲ ଅଧୀନ ଗାଙ୍ଗପୁରରେ କାର୍ଯ୍ୟରତ ରାଜସ୍ୱ ନିରୀକ୍ଷକ ଜଣେ ବ୍ୟକ୍ତିଙ୍କୁ ଜମିର ଭ୍ୟାଲୁସନ କମାଇବା ପାଇଁ ୭ ହଜାର ଟଙ୍କା ଦାବି କରିଥିଲେ। ଏନେଇ ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ମନା କରିବାରୁ ରାଜସ୍ୱ ନିରୀକ୍ଷକ କହିଥିଲେ ଯେ ଯଦି ସେ ୭ ହଜାର ତାଙ୍କ ନ ଦିଅନ୍ତି ତେବେ ତାଙ୍କ କାମ ହୋଇପାରିବ ନାହିଁ। ତେଣୁ ଏ ସମସ୍ତ ଘଟଣା ବାବଦରେ ବ୍ୟକ୍ତି ଜଣଙ୍କ ଭିଜିଲାନ୍ସଙ୍କୁ ଜଣାଇଥିଲେ। ଏହାପରେ ଅଭିଯୋଗକୁ ଆଧାର କରି ପୂର୍ବ ଯୋଜନା ମୁତାବକ ଭିଜିଲାନ୍ସ ଟିମ ଉକ୍ତ ସ୍ଥାନରେ ଜଗି ରହିଥିଲା ଏହାପରେ ବ୍ୟକ୍ତି ଜଣଙ୍କ ଠାରୁ ଆରଆଇ ଟଙ୍କା ନେଉଥିବା ବେଳେ ଲାଞ୍ଚ ଟଙ୍କା ସହିତ ଆରଆଇଙ୍କୁ ଧରିଥିଲା ଭିଜିଲାନ୍ସ ବିଭାଗ। ଏହାପରେ ତାଙ୍କୁ ଗିରଫ କରି କୋର୍ଟଚାଲାଣ କରିଛନ୍ତି ଭିଜିଲାନ୍ସ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking