34.1 C
Bhubaneswar
Friday, May 8, 2026
Homeଓଡିଶାଭାରସାମ୍ୟା ହରାଇ ଗଛରେ ପିଟି ହେଲା କାର୍ ; ବାପା,ପୁଅ ଗୁରୁତର

ଭାରସାମ୍ୟା ହରାଇ ଗଛରେ ପିଟି ହେଲା କାର୍ ; ବାପା,ପୁଅ ଗୁରୁତର

ବଲାଙ୍ଗିର : ବଲାଙ୍ଗିର ଜିଲ୍ଲା ବୁଡୁବାହଲ ଗାଁ ହନୁମାନ ଛକ ନିକଟରେ ଘଟିଛି ସଡକ ଦୁର୍ଘଟଣା। ଭାରସାମ୍ୟା ହରାଇ ଗଛରେ ପିଟି ହେଲା କାର୍ । ଏହି ଦୁର୍ଘଟଣାରେ ବାପା,ପୁଅ ଗୁରୁତର ଆହତ ହୋଇଛନ୍ତି ।ସୂଚନା ଅନୁସାରେ, ଗତକାଲି ଝରଣୀ ଗାଁର ଖଗେଶ୍ୱର ମେହେର ଓ ତାଙ୍କ ବାପା ଗୋପୀ ମେହେର କାର୍ ଯୋଗେ ନିଜ ଗାଁକୁ ଫେରୁଥିଲେ। ବୁଡିବାହଲ ଗାଁ ଛକ ହନୁମାନ ମନ୍ଦିର ନିକଟରେ କାର୍‌ଟି ଭାରସାମ୍ୟ ହରାଇ ଗଛରେ ପିଟି ହୋଇଯାଇଥିଲା। ଦୁର୍ଘଟଣାରେ ବାପାପୁଅ ଗୁରୁତର ଆହତ ହୋଇଥିଲେ। ବାପପୁଅଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଡାକ୍ତଖାନାରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାରେ କାର୍‌ର ସମ୍ମୁଖ ଅଂଶଟି ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି। ଅଧିକା ତଥ୍ୟ ପାଇଁ ପୋଲିସ ଏହି ଘଟଣାର ଅଧିକା ତଦନ୍ତ କରୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking