34.1 C
Bhubaneswar
Sunday, May 31, 2026
Homeଓଡିଶାରାସ୍ତାରେ ହୁ ହୁ ହୋଇ ଜଳି ଗଲା ବସ

ରାସ୍ତାରେ ହୁ ହୁ ହୋଇ ଜଳି ଗଲା ବସ

ମହାରାଷ୍ଟ୍ରର : ମହାରାଷ୍ଟ୍ରର ବୁଲଢାଣା ଜିଲ୍ଲାରେ ଘଟିଛି ଅଭାବନିୟ ଘଟଣା। ବର କନିଆଙ୍କ ସମେତ ବର ଯାତ୍ରୀଙ୍କୁ ଧରି ଫେରୁଥିଲା ବସ୍‌। ମାତ୍ର ହଠାତ୍‌ ଦ୍ରୁତ ଗତିରେ ଥିବା ବସ୍‌ରେ ଲାଗିଲା ନିଆଁ। ଏହି ନିଆଁରେ କେହି ମୃତାହତ ହୋଇ ନ ଥିବା ବେଳେ ବସ୍‌ରେ ଥିବା ସମସ୍ତ ଯୌତୁକ ସାମଗ୍ରୀ ଜଳି ଯାଇଥିବା ଜଣାଯାଇଛି। ବର ଯାତ୍ରୀଙ୍କୁ ଧରି ବସ୍‌ଟି ଏକ ବିବାହ ଉତ୍ସବକୁ ଯାଇଥିଲା। ବିବାହ ସରିବା ପରେ ବର ଯାତ୍ରୀଙ୍କ ସମେତ ବର କନିଆ ବି ଉକ୍ତ ବସ୍‌ରେ ଫେରୁଥିଲେ। ମାତ୍ର ବାଟ ମଝିରେ ବସ୍‌ରୁ ଧୂଆଁ ବାହାରିବାକୁ ଲାଗିଲା। ଏହାଦେଖି ଡ୍ରାଇଭର ରାସ୍ତା ପାର୍ଶ୍ୱରେ ଗାଡ଼ିକୁ ଛିଡ଼ା କରାଇ ଦେଇଥିଲେ। ଏହାପରେ ତୁରନ୍ତ ବସ୍‌ରୁ ସମସ୍ତ ଯାତ୍ରୀଙ୍କୁ ଖାଲି କରି ଦିଆଯାଇଥିଲ। ଇତି ମଧ୍ୟରେ ବସ୍‌ରେ ନିଆଁ ଲାଗି ଯାଇଥିଲା। ଆଖି ପିଛୁଳାକେ ବସ୍‌ଟି ହୁତୁହୁତୁ ହୋଇ ଜଳିବାକୁ ଲାଗିଲା। ଏହି ଘଟଣାରେ କେହି ମୃତାହ ହୋଇ ନାହାନ୍ତି। ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ମାତ୍ର ସେତେବେଳକୁ ବସ୍‌ ସହ ସେଥିରେ ଥିବା ସମସ୍ତ ଜିନିଷ ଜଳି ପୋଡ଼ି ପାଉଁଶ ହୋଇ ଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking