ଆଜିର ଦିନଟି କେମିତି କଟିବ ଆସନ୍ତୁ ଜାଣିବା….

ମେଷ : ଆଜି ପ୍ରତ୍ୟେକ କାମ ବିଳମ୍ବ ହୋଇପାରେ । ବନ୍ଧୁ ମତଭେଦ ଦେଖା ଦେଇପାରେ । ବ୍ୟବସାୟ ଓ ପରିବହନରେ ବାଧାପ୍ରାପ୍ତ ହୋଇପାରେ । କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନିଧ୍ୟରୁ ଉପକୃତ ହେବେ ।
ବୃଷ : ସ୍ୱସ୍ଥାନସ୍ଥ ଶୁକ୍ରହେତୁ ସ୍ୱାସ୍ଥ୍ୟ ବିଶେଷ କିଛି ଖରାପ ନଥିଲେ ମଧ୍ୟ, ବିଭିନ୍ନ ପ୍ରକାର ଘରୋଇ ଝାମଲା କାରଣରୁ ମନ ଭଲ ରହିବ ନାହିଁ । ଶିଳ୍ପ ବାଣିଜ୍ୟ ଓ ବ୍ୟବସାୟ ତଥା ପ୍ରଶାସନ କ୍ଷେତ୍ରରେ ଶୁଭଫଳ ପାଇବେ । ଦୂରଯାତ୍ରା କରିପାରନ୍ତି । ଜିନିଷପତ୍ର ପ୍ରତି ସତର୍କ ରୁହନ୍ତୁ ।
ମିଥୁନ : ସୁବିଧା ସୁଯୋଗ ରହିଲେ ମଧ୍ୟ ଦେହ ଦୁର୍ବଳତା ଦେଖାଦେବ । ବନ୍ଧୁମାନଙ୍କ କଥାକୁ ଓଲଟା ବୁଝି ମନକୁ ଭାରାକ୍ରାନ୍ତ କରିପାରନ୍ତି । ଆର୍ଥିକ ପରିସ୍ଥିତି ଦେଖାଦେବ । ପରିବହନରେ ଉନ୍ନତି ହେବ ।
କର୍କଟ : କର୍ମକ୍ଷେତ୍ରରେ ଆପଣ ଯେତେ ପରିସ୍ଥିତିକୁ ଜଟିଳ ମନେ କରୁଛନ୍ତି ବାସ୍ତବରେ ସେମିତି କିଛି ହେବନି । ବ୍ୟବସାୟ, ବାଣିଜ୍ୟ ଓ ପରିବହନ ତଥା ନିର୍ମାଣରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ । ପାରବାରିକ ଜୀବନରେ ବୁଝାମଣା ନେଇ ତିକ୍ତତା ଦେଖାଦେଇପାରେ ।
ସିଂହ : ଆଜି କର୍ମକ୍ଷେତ୍ରରେ କଠିନ ପରିଶ୍ରମ ଜନିତ କ୍ଲାନ୍ତବୋଧ କରିବା ସକାଶେ ମନ ଭାରାକ୍ରାନ୍ତ ରହିବ । ପ୍ରତିଯୋଗିତାରେ ସଫଳତା ଯୋଗୁ ମନ ଖୁସି ରହିବ । ସଭାସମିତିରେ ଅପ୍ରିୟ ସତ କହି ସହକର୍ମୀଙ୍କ ଚକ୍ଷୂଶୀଳ ହୋଇପାରିବେ । ମାଲିମୋକଦ୍ଦମାରେ ଲାଭବାନ ହେବେ ।
କନ୍ୟା : ଆଜି ସକାଳୁ ସକାଳୁ ସହକର୍ମୀଙ୍କ ଅନୁରୋଧରେ କୌଣସି କାମ କରିବା ସକାଶେ ମନ ବଳାଇବେ । ଯାତ୍ରା କାର୍ଯ୍ୟରେ କୌଣସି ଠକ ଲୋକଙ୍କ କଥାରେ ପଡ଼ି ଭୂଲ ମାର୍ଗରେ ଅନୁସରଣ କରିବେ । ପରିବହନ କ୍ଷେତ୍ରରୁ ଶୁଭଫଳ ପାଇବେ ।
୍ ତୁଳା : ଅଯଥାରେ ବିରକ୍ତି ପ୍ରକାଶ କରିପାରନ୍ତି । ବିଭିନ୍ନ ପ୍ରକାର କଥା କହିବା ହେତୁ ବିବାଦ ଲାଗିପାରେ । ସାମାଜିକ ଓ ଆନୁଷ୍ଠାନିକ କାର୍ଯ୍ୟରେ ପ୍ରେରଣା ମିଳିବ । ରାଜନୀତି ଓ ପ୍ରଶାସନିକ କ୍ଷେତ୍ରରେ ବ୍ୟତିକ୍ରମ ପରିଲକ୍ଷିତ ହୋଇପାରେ ।
ବିଛା : ଦୀର୍ଘଦିନର ଅଭୀଲାସ ପୂରଣ ହେବାକୁ ଯାଉଛି । ଆଲୋଚନା ଆଳରେ ଟିକି ଟିକି କଥାରେ ବନ୍ଧୁଙ୍କ ସହିତ ମନମାଳିନ୍ୟ ହୋଇପାରେ । ମନ ଉଦାସ ରହିବ । ଯାତ୍ରା ସମୟରେ ଅସାବଧାନତା ବଶତଃ ଦ୍ରବ୍ୟ ନଷ୍ଟ ହେବା କାରରୁ ଅନ୍ୟ ଉପରେ ରାଗିପାରନ୍ତି ।
ଧନୁ : କର୍ମକ୍ଷେତ୍ରରେ ସହକର୍ମୀଙ୍କ ଠାରୁ ଭୂଲ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି । ଇର୍ଷାପରାୟଣ ବ୍ୟକ୍ତିମାନେ ପରୋକ୍ଷ ଶତ୍ରୁତା କରିପାରନ୍ତି । ଆଜି ଦିନଟିରେ ଯାନବାହନରେ ସତର୍କତା ରକ୍ଷା କରନ୍ତୁ । ଆଲୋଚନା ମାଧ୍ୟମରେ ଭାତ୍ୟ ସମ୍ପର୍କରେ ଉପଲବ୍ôଧ ହେବେ ।
ମକର : ମାନସିକ ଶାନ୍ତି କ୍ରମଶଃ ବୃଦ୍ଧି ପାଇବା କାରଣରୁ ମନରେ ସରସତା ରହିବ । ପ୍ରତ୍ୟେକ କ୍ଷେତ୍ରରେ ସତର୍କତା ସହ କାମ କରନ୍ତୁ । ନହେଲେ ଆକସ୍ମିକ ଭାବେ କଳହର ସମ୍ମୁଖିନ ହୋଇପାରନ୍ତି । ଅନ୍ୟମାନଙ୍କ ଦ୍ୱାରା ପ୍ରଭାବିତ ହୋଇ ପ୍ରକୃତ ଘଟଣା ବୁଝି ପଡ଼ୋଶୀ କ୍ରୋଧ ପ୍ରକାଶ କରିପାରନ୍ତି ।
କୁମ୍ଭ : ଦୀର୍ଘଦିନ ହେଲା ହଜି ଯାଇଥିବା ଜିନିଷ ନପାଇ ଅପଦସ୍ତ ହେବେ । ବନ୍ଧୁ ଦ୍ୱାରା ତାହା ଅତି ସୁବିଧାରେ ପାଇଯିବେ । କଚେରି ମାମଲା କ୍ଷେତ୍ରରେ ଆଶାଜନକ ଫଳ ପାଇବେ । ବନ୍ଧୁମାନଙ୍କ ସହ ନୂତନ ଚୁକ୍ତି ପତ୍ର ବନ୍ଧୁଙ୍କ ଜରିଆରେ ସ୍ୱାକ୍ଷରିତ ହୋଇପାରେ ।
ମୀନ : ବହୁପୂର୍ବରୁ ଅଟକି ରହିଥିବା କାମ ଗୁଡ଼ିକ ସୁବିଧାରେ ସପନ୍ନ ହେବ । ସମ୍ମାନ ପାଇବାରେ କୌଣସି ଅସୁବିଧା ହେବ ନାହିଁ । ଆଲୋଚନା ପରିସରରେ ମିଥ୍ୟା ଭାଷଣରୁ ସମାଲୋଚନାର ପାତ୍ର ହେବାକୁ ପଡ଼ିପାରେ ।