26.1 C
Bhubaneswar
Friday, March 29, 2024
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା....

ଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା….

ମେଷ : ଆଜି ଆପଣ ଯେତେ ଭଲ କଥା କହିଲେ ମଧ୍ୟ ବନ୍ଧୁ ତାହାକୁ ଭୂଲ ବୁଝିବେ । ଚାହୁଁଥିବା କାମଟି ପୂର୍ଣ୍ଣାଙ୍ଗ କରିବେ । ଜଣେ ବନ୍ଧୁଙ୍କ ଅବଦାନ ସ୍ମରଣୀୟ ହୋଇ ରହିବ ।

ବୃଷ : କର୍ମକ୍ଷେତ୍ରରେ ବିବାଦୀୟ ପରିସ୍ଥିତି ସୃଷ୍ଟି କରିପାରନ୍ତି । ସାମାଜିକ କ୍ଷେତ୍ରରେ ପଡ଼ୋଶୀମାନେ ଭୂରି ଭୂରି ପ୍ରଶଂସା କରିବେ । ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ ଦୂର ହେବ ।

ମିଥୁନ : ଅଫିସ୍‌ରେ ସୁ-ସମ୍ପର୍କ ବ୍ୟାହତ ହୋଇପାରେ । କର୍ମକ୍ଷେତ୍ରରେ ଅଶାନ୍ତି ଦେଖାଦେବ । ଆଜି ଘରୋଇ କ୍ଷେତ୍ରରେ ସମସ୍ୟା ସୃଷ୍ଟି ହେବ । ଦୀର୍ଘଦିନରୁ ସାଇତି ରଖିଥିବା ଅର୍ଥ ଅନ୍ୟ ବାଟରେ ଖର୍ଚ୍ଚ ହୋଇଯାଇପାରେ ।

କର୍କଟ : ଦୃଢ଼ ମନୋବଳ ଯୋଗୁଁ ବହୁ ବିପଦରୁ ରକ୍ଷା ପାଇଯିବେ । ମିତ୍ରମାନେ ପରୋକ୍ଷଭାବେ ଶତ୍ରୁତା ଆଚରଣ କରିପାରନ୍ତି । ନିଜର ଲୋକମାନେ ମିଥ୍ୟା ଅଭିଯୋଗ କରିପାରନ୍ତି । ମାଲିମୋକଦ୍ଦମାରେ ସ୍ଥିତି ଅନୁକୂଳ ହୋଇପାରେ ।

ସିଂହ : ଭୂଲ ବୁଝାମଣାରୁ ଆପଣଙ୍କ ଉପରକୁ ଦୋଷ ଆସିପାରେ । ଅଫିସରେ ସାଧାରଣ କଥାକୁ କେନ୍ଦ୍ରକରି ସୁସମ୍ପର୍କ ବ୍ୟାହତ ହୋଇପାରେ । ଜମିଜମା ବିବାଦୀୟ ପରିସ୍ଥିତି ଦୃତ ମୁକାମିଲା କରିବେ । ମହିଳାମାନଙ୍କର କଳା ସାହିତ୍ୟ ପ୍ରତି ଭଲ ରହିବ ।

କନ୍ୟା : ସକାଳ ସକାଳୁ ବନ୍ଧୁଙ୍କ ଅନୁରୋଧରେ କୌଣସି କାମ କରିବେ । ଭୂଲ ମାର୍ଗର ଅନୁସରଣ କରି ହଇରାଣ ହେବାକୁ ପଡ଼ିପାରେ । ନିର୍ମାଣ ଓ ପରିବହନ କ୍ଷେତ୍ରରୁ ଶୁଭଫଳ ପାଇବେ । ମହିଳାମାନେ ପରିସ୍ଥିତିରେ ପଡ଼ି ନିଜକୁ ସଂକୁଚିତ କରିବେ ।

ତୁଳା : ଆଜି ଟିକେ ଟିକେ କଥାରେ ବନ୍ଧୁଙ୍କ ସହ ମନୋମାଳିନ୍ୟ ହେବ । ଯାତ୍ରା ସମୟରେ ଅସାବଧାନତା ବଶତଃ ଦ୍ରବ୍ୟ ନଷ୍ଟ ହେବ । ବହୁଦିନର ସମସ୍ୟା ସମାଧାନ ହୋଇଯିବ ।

ବିଛା : ପରିବାର ଖର୍ଚ୍ଚଭାର କ୍ରମଶଃ ବୃଦ୍ଧି ପାଇବ । ଅଫିସ୍ କାମରେ ଆଲୋଚନା କରିବେ । ନିଜର କେତେକ କୁକର୍ମ ସକାଶେ ଅନୁତାପ କରିବାକୁ ପଡ଼ିପାରେ ।

ଧନୁ : ଆଜି କୌଣସି କାମ ଅଟକି ରହିବ ନାହିଁ । ନିଜର ଲୋକମାନେ ଶତ୍ରୁତା ହେବେ । ନିଜ କାମ ଛାଡ଼ି ପର କଥାରେ ମୁଣ୍ଡ ପୁରାଇବେ । ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହେବ ।

ମକର : ଆଜି କର୍ମକ୍ଷେତ୍ରରେ ସମସ୍ୟା ସରଳ ରହିବ । ଆକସ୍ମିକ ଭାବରେ ଶୁଭ ଖବର ପାଇବେ । ବ୍ୟବସାୟରେ ଉନ୍ନତିକରିବେ । ଆତ୍ମୀୟମାନେ ଆପଣଙ୍କ ପରାମର୍ଶ ଲୋଡ଼ିପାରନ୍ତି ।

କୁମ୍ଭ : ଆକସ୍ମିକ ଭାବରେ ଯାନବାହନ କିଣିପାରନ୍ତି । ପିଲାମାନଙ୍କର କୌଣସି ବ୍ୟତିକ୍ରମକୁ ସଜାଡ଼ିବା ପାଇଁ ସ୍ତ୍ରୀଙ୍କ ସହ ଆଲୋଚନା କରିବେ । ଧର୍ମ ଦିଗରେ ମନ ବଳାଇବେ ।

ମୀନ : ଆଜି ପରିବାରରେ ମନମାଳିନ୍ୟ ଘଟିବ । ପୂର୍ବାବସ୍ଥା ଫେରିପାଇବେ । କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ବେଖାତିର ମନୋଭାବ ମନରେ ଦୁଃଖ ଦେବ । ମହିଳାମାନେ ଇଚ୍ଛା ବିରୁଦ୍ଧରେ କୌଣସି କାମ କରି ପଶ୍ଚାତାପ କରିପାରନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking