33.1 C
Bhubaneswar
Friday, April 26, 2024
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା....

ଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା….

ମେଷ : ଆଜି କର୍ମକ୍ଷେତ୍ରରେ ସ୍ଥାନାନ୍ତରିତ ହୋଇପାରନ୍ତି । ପରିବାରରେ ଶାନ୍ତି ମିଳିବ । ବ୍ୟବସାୟରେ ଲକ୍ଷ୍ୟ ପୂରଣ ହୋଇପାରେ । ଆୟ ଅପେକ୍ଷା ବ୍ୟୟ ଅଧିକ ହେବ । ମହିଳା ଓ ବିଦ୍ୟାର୍ଥୀମାନେ ଧର୍ମ ପରାୟଣ ହେବେ ।
ବୃଷ : ବ୍ୟବସାୟରେ ଲାଭ ହୋଇପାରେ । ଆକସ୍ମିକ ଭାବରେ ଗୃହ କରିପାରନ୍ତି । ପାରିବାରିକ ଜୀବନରେ ସୁଖୀ ହୋଇପାରନ୍ତି । ଅନ୍ୟକୁ ସାହାଯ୍ୟ କରିପାରନ୍ତି । ମହିଳାମାନେ ଗୃହକାର୍ଯ୍ୟରେ ଲାଗି ପଡ଼ିବେ । ବିଦ୍ୟାର୍ଥୀମାନେ ସମ୍ମାନୀତ ହେବେ ।
ମିଥୁନ : ଶାରୀରିକ ସୁସ୍ଥତା ଦେଖାଦେବ । କର୍ମକ୍ଷେତ୍ରରେ ଶୁଭ ଫଳ ମିଳିବ । ବ୍ୟବସାୟ ଭଲରେ ଚାଲିବ । ସ୍ୱାସ୍ଥ୍ୟ ଭଲ ରହିବ । ପରିବାରରେ ଆଜି ହସ ଖୁସିରେ ବାତାମରଣ ଦେଖାଦେବ । ଦ୍ରବ୍ୟ ଲାଭର ଯୋଗ ଅଛି । ମହିଳା ଓ ବିଦ୍ୟାର୍ଥୀମାନେ ସଫଳତା ପାଇବେ।
କର୍କଟ : କର୍ମ ନିଯୁକ୍ତି ପାଇପାରନ୍ତି । ବ୍ୟବସାୟରେ ଲାଭର ସମ୍ଭାବନା ରହିଛି । ସ୍ୱାସ୍ଥ୍ୟ ଭଲ ରହିବ । ପରିବାରରେ ହସ ଖୁସିରେ ବାତାବରଣ ଦେଖାଦେବ । ଦ୍ରବ୍ୟ ଲାଭର ଯୋଗ ରହିଛି । ମହିଳା ଓ ବିଦ୍ୟାର୍ଥୀମାନେ କାର୍ଯ୍ୟରେ ସଫଳତା ଲାଭ କରିବେ ।
ସିଂହ : କର୍ମକ୍ଷେତ୍ରରେ ସୁନାମ ଅର୍ଜନ କରିବେ । ଚାକିରୀ କ୍ଷେତ୍ରରେ ପ୍ରଶଂସିତ ହେବେ । ବ୍ୟବସାୟରେ ଆଶଜନକ ଲାଭ ପାଇବେ । ପରିବାରରେ ଶାନ୍ତି ମିଳିବ । ସ୍ୱାସ୍ଥ୍ୟ ଭଲ ରହିବ । ମହିଳାମନଙ୍କର ବହୁ ଦିନର ଆଶା ପୂରଣ ହେବ ।
କନ୍ୟା : ଆଜି କେତେକ ଗୁରୁତ୍ୱପୂର୍ଣ୍ଣ କାମ କରିପାରନ୍ତି । ଯାନବାହନ କ୍ରୟ କରିପାରନ୍ତି । କର୍ମକ୍ଷେତ୍ରରେ ସମ୍ମାନୀତ ହେବାର ସୂଚନା ମିଳୁଛି। ବ୍ୟବସାୟରେ ଉନ୍ନତି ଘଟିବ । ପରିବାରରେ ଶାନ୍ତି ସହ ସ୍ୱାସ୍ଥ୍ୟ ଭଲ ରହିବ । ମହିଳା ଓ ବିଦ୍ୟାର୍ଥୀମାନେ ସଫଳତା ପାଇବେ ।
ତୁଳା : ଅର୍ଥଭାବ ଦେଖାଦେଇପାରେ । ଦୁର୍ଘଟଣା ଘଟିପାରେ । ଚାକିରୀ କ୍ଷେତ୍ରରେ ସ୍ଥାନାନ୍ତରିତ ହୋଇପାରନ୍ତି । ବ୍ୟବସାୟରେ କ୍ଷତିର ସମ୍ଭାବନା ଅଛି । ପରିବାରରେ ଆଶାନ୍ତି ଦେଖାଦେବ । ମହିଳା ଓ ବିଦ୍ୟାର୍ଥୀମାନେ ଦୁଃଖିତ ହେବେ ।
ବିଛା : ଆଜି ଆପଣଙ୍କ ପକ୍ଷେ ଶୁଭଦାୟକ ହେବ । ଆୟ ପନ୍ଥା ଉତମ ହେବ । କୌଣସି ସମସ୍ୟାରୁ ମୁକ୍ତି ପାଇବେ । କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ । ଗୃହକାର୍ଯ୍ୟ ପାଇଁ ଆଲୋଚନା କରିବେ ।
ଧନୁ : କର୍ମକ୍ଷେତ୍ରରେ ସଫଳ ହେବେ । ଚାକରୀ ତଥା ବ୍ୟବସାୟରେ ପଦୋନ୍ନତି ଘଟିପାରେ । ରାଜନୈତିକ କ୍ଷେତ୍ରରେ ପ୍ରିୟ ଭାଜନ ହୋଇପାରନ୍ତି । ଆୟ ଉତମ ହୋଇପାରେ । ମହିଳାମାନେ ଗୁରୁ ଦାୟିତ୍ୱ ନେଇପାରନ୍ତି । ଧର୍ମ କାର୍ଯ୍ୟରେ ମନ ଦେବେ ।
ମକର : କର୍ମକ୍ଷେତ୍ରରେ ସୁନାମ ଅର୍ଜନ କରିବେ । ସ୍ୱାସ୍ଥ୍ୟ ଖରାପ ହୋଇପାରେ । ନୂତନ ବ୍ୟବସାୟ ଆରମ୍ଭ କରିପାରନ୍ତି । ପରିବାରରେ ଶାନ୍ତି ମିଳିବ । ନୂତନ ଜମି କ୍ରୟ କରିପାରନ୍ତି । ବିଦ୍ୟାର୍ଥୀମାନେ ନିନ୍ଦିତ ହେବେ ।
କୁମ୍ଭ : କର୍ମ କ୍ଷେତ୍ରରେ ନିଜ ଲୋକ ଶତ୍ରୁତା କରି ହଇରାଣ କରିପାରନ୍ତି । ବ୍ୟବସାୟରେ କ୍ଷତିର ସମ୍ଭାବନା ଅଛି । ପରିବାରରେ ଭାତୃବିବାଦ ଲାଗି ରହିବ । ସ୍ୱାସ୍ଥ୍ୟ ଭଲ ରହିବ । ଶ୍ୱାସ ରୋଗ ଦେଖାଦେବ ।
ମୀନ : ଦୂରଯାତ୍ରା ଯୋଗ ରହିଛି । ବ୍ୟବସାୟରେ ସାମାନ୍ୟ ଲାଭର ଆଶା । କର୍ମକ୍ଷେତ୍ରରେ ଅପମାନିତ ହୋଇପାରନ୍ତି । ପରିବାରରେ ମତାନ୍ତର ଦେଖାଦେବ । ମହିଳାମାନେ ଯଶ୍ୱସୀ ହେବେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking