31.1 C
Bhubaneswar
Friday, March 29, 2024
Homeଓଡିଶାଆଇଟିଇଆର୍‌ର ପୂର୍ବତନ ଛାତ୍ରଙ୍କ ଦ୍ୱାରା ସେବା ପ୍ରଦାନକାରୀ ଷ୍ଟାର୍ଟଅପ୍ ଆରମ୍ଭ

ଆଇଟିଇଆର୍‌ର ପୂର୍ବତନ ଛାତ୍ରଙ୍କ ଦ୍ୱାରା ସେବା ପ୍ରଦାନକାରୀ ଷ୍ଟାର୍ଟଅପ୍ ଆରମ୍ଭ

ଭୁବନେଶ୍ୱର,  : ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍‌
ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌) ର କେତେକ ପୂର୍ବତନ ଛାତ୍ର ଗ୍ରାହକମାନଙ୍କ ବିଭିନ୍ନ
ଆବଶ୍ୟକତାକୁ ପୂରଣ କରିବା ପାଇଁ ଏକ ଷ୍ଟାର୍ଟଅପ୍ ଆରମ୍ଭ କରିଛନ୍ତି ।
ହୋମ୍ ଆକ୍ଟସ୍ ପ୍ରାଇଭେଟ୍ ଲିମିଟେଡ୍ ନାମକ ସଂସ୍ଥାର ଏହି ଅନ୍‌ଲାଇନ୍ ଆପ୍ ମାଧ୍ୟମରେ ଏୟାର କଣ୍ଡିସନ୍‌ର,
ରେଫ୍ରିଜେରେଟର, ୱାଶିଂ ମେସିନ୍ ଇତ୍ୟାଦି ମରାମତି ଏବଂ ସର୍ଭିସିଂ ନିମନ୍ତେ ଏହି ଆପ୍‌ଟି ଗ୍ରାହକମାନଙ୍କ
ନିକଟରେ ସୁବିଧା ପହଂଚାଇବ । ସେହିପରି ବାଇକ୍ ଏବଂ କାର୍ ଇତ୍ୟାଦି ନିମନ୍ତେ ବିଭିନ୍ନ ସୂଚନା ଏହି କମ୍ପାନୀ
ଯୋଗାଇବ ବୋଲି ଷ୍ଟାର୍ଟଅପ୍‌ର କର୍ମକର୍ତା ସୂଚନା ଦେଇଛନ୍ତି ।
ଏହି କମ୍ପାନୀରେ ଇଲେକ୍ଟି ୍ରସିଆନ୍‌, ପ୍ଲମ୍ବର୍ସ, କାରପେଂଟର୍ସ ଏବଂ ସଫ୍ଟୱେୟାର ଡେଭଲପରଙ୍କ ଭଳି ବୈଷୟିକ
ଶିକ୍ଷା ଗ୍ରହଣ କରିଥିବା ବ୍ୟକ୍ତି କାର୍ଯ୍ୟକରୁଛନ୍ତି ଏବଂ ସେମାନେ ଗ୍ରାହକମାନଙ୍କର ବିଭିନ୍ନ ଆବଶ୍ୟକତା ପୂରଣ
କରିପାରିବେ ।
“ ଆମ୍ଭେମାନେ ମୁଖ୍ୟତଃ କେନ୍ଦ୍ର ସରକାରଙ୍କର ଆତ୍ମନିର୍ଭର ଭାରତ ଯୋଜନାକୁ ପ୍ରାଧାନ୍ୟ ଦେଇ କାର୍ଯ୍ୟ କରୁଛୁ
ଏବଂ ଆମର ସବୁ ଟେକ୍ନିସିଆନ୍ ମାନେ ସ୍ଥାନୀୟ ଅଂଚଳର ଓ ଉଚ୍ଚ ପ୍ରଶିକ୍ଷିତ । ଗ୍ରାହକମାନେ ଗୁଗୁଲ୍ ପ୍ଲେ
ଷ୍ଟୋର୍‌ରୁ ଆମ ଆପ୍‌ଟିକୁ ଡାଉନ୍‌ଲୋଡ କରି ସେବା ନେଇପାରିବେ । ଖୁବ୍ କମ୍ ମୂଲ୍ୟରେ ଆମେ ସେବା
ଯୋଗାଇ ଦେଉଥିବା ବେଳେ ୩୦ ଦିନର ୱାରେଂଟି ଦେଉଛୁ” ବୋଲି ସଂପୃକ୍ତ କମ୍ପାନୀ ପକ୍ଷରୁ କୁହାଯାଇଛି ।
ଭୁବନେଶ୍ୱରରେ ଏବେ ୨୪୦ ରୁ ଅଧିକ ଟେକ୍ନିସିଆନ୍ ଏହି କମ୍ପାନୀ ପାଇଁ କାର୍ଯ୍ୟ କରୁଛନ୍ତି ।
ଆଇଟିଇଆର୍‌ର ମେକାନିକାଲ୍ ଇଞ୍ଜିନିୟରିଂ ବିଭାଗର ବିଟେକ୍‌ର ପୂର୍ବତନ ଛାତ୍ର ଅମିତ କୁମାର ପୃଷ୍ଟି ଏହି
କମ୍ପାନୀର ସହ ପ୍ରତିଷ୍ଠାତା ରହିଥିବା ବେଳେ ମେକାନିକାଲ୍ ଇଞ୍ଜିନିୟରିଂ ବିଭାଗରେ ଏମ୍‌ଟେକ୍ କରିଥିବା
ଆଶୁତୋଷ ଦାସ ପରିଚାଳନା ନିର୍ଦ୍ଦେଶକ ଅଛନ୍ତି । ଆଇଟିଇଆର୍‌ର ପୂର୍ବତନ ଛାତ୍ର ତଥା ଇଲେକ୍ଟ୍ରୋନିକ୍ସରେ
ପିଏଚ୍‌ଡି କରୁଥିବା ସତୀଶ କୁମାର ସାମଲ୍ ଏହି ଗ୍ରୁପ୍‌ର ଉପଦେଷ୍ଟା ରହିଥିବା ବେଳେ ଜର୍ମାନୀର କୋନ୍‌
ୟୁନିଭର୍ସିଟିର ଗବେଷକ ତଥା ଗ୍ରାଭିଟେସନାଲ୍ ବାୟୋଲୋଜିଷ୍ଟ ଅଭିଷେକ ଆଚାର୍ଯ୍ୟ ଏହି କମ୍ପାନୀର
ପରାମର୍ଶଦାତା ଅଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking