30.1 C
Bhubaneswar
Thursday, April 25, 2024
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା....

ଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା….

ମେଷ : ରାଜନୀତିରେ ଆଶା ପୂରଣ ହେବା ପାଇଁ ଚେଷ୍ଟା କରିପାରନ୍ତି । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ । ସୁସମ୍ବାଦ ପାଇଁ ଖୁସି ରହିବେ । ବିବାହ ଯୋଗ୍ୟ କନ୍ୟାଙ୍କ ପାଇଁ ମନପସନ୍ଦ ବରଙ୍କ ପ୍ରସ୍ତାବ ଆସିବ । ସୁଖପୂର୍ଣ୍ଣ ଭ୍ରମଣ ଯୋଗ ରହିଛି ।
ବୃଷ : ଆଜି ପ୍ରାତଃ ଭ୍ରମଣରେ ସମୟ ଅଧିକ ଦେବେ । ମନ ପସନ୍ଦ ଖାଦ୍ୟ ଭୋଜନ କରିବେ। ଚାକିରୀ ବୃତିରେ ଶୃଙ୍ଖଳା ଦେଖାଦେବ । ସହକର୍ମୀଙ୍କ ମାଧ୍ୟମରେ ଲାଭ ପାଇବେ । ଅନ୍ତରଙ୍ଗ ବନ୍ଧୁଙ୍କ ବ୍ୟବହାରରେ ଖୁସି ହେବେ । ଛାତ୍ରଛାତ୍ରୀମାନେ ପରୀକ୍ଷାରେ ଭଲ କରିବେ ।
ମିଥୁନ : ଅନ୍ୟର କଥା ଶୁଣିବାକୁ ଚେଷ୍ଟା କରିବେ । ତରବରିଆ ଭାବରେ କୌଣସି ନିଷ୍ପତି ନିଅନ୍ତୁ ନାହିଁ । ଅସୁବିଧାର ସମ୍ମୁଖିନ ହେବେ । ପୁଂଜି ବଜାରରୁ ଲାଭ କମ୍ ମିଳିପାରେ । ମହିଳାମାନେ ଗୃହ କାର୍ଯ୍ୟରେ ମନ ଦେବେ ।
କର୍କଟ : କୌଣସି ଭୂଲ୍ ପାଇଁ ଅନୁତାପ କରିବାକୁ ପଡ଼ିବ । ରାତିରେ ଶୋଇବା ବିଳମ୍ବ ହେବ । କ୍ଷତବାଡ଼ି ବିକାଶ କାର୍ଯ୍ୟରେ ସମୟ ଅଧିକ ବ୍ୟୟ କରିବେ । ଖଳ ପ୍ରକୃତିର ଲୋକଙ୍କୁ ସାବଧାନ ରୁହନ୍ତୁ । ରାଜନୀତିରେ ଅପଯଶ ମିଳିପାରେ ।
ସିଂହ : ଆଜି ସାନବଡ଼ କାମ ହାତକୁ ନେବେ । ଆନନ୍ଦ ସ୍ଥିତିରେ ଉନ୍ନତି ହେବ । ପାରିବାରିକ ଜୀବନ ଶାନ୍ତି ମୟ ହେବ । ନିକଟସ୍ଥ ସହରକୁ ବୁଲି ଯାଇ ପାରନ୍ତି । ପ୍ରାର୍ଥନା ସଫଳ ହେବ । ଗୁରୂତ୍ୱପୂର୍ଣ୍ଣ କାମ ହାତକୁ ନେବେ ।
କନ୍ୟା : ଆଜି ହଠାତ୍ ବଡ଼ କ୍ଷତି ହୋଇପାରେ । ବନ୍ଧୁଙ୍କ ସହିତ ଝଗଡ଼ା ହେବ । ଋଣଭାର ନେଇ ଚିନ୍ତିତ ରହିବେ । ବୃଥା ଭ୍ରମଣ ଓ ଖର୍ଚ୍ଚ ବଢ଼ିପାରେ । ପାରିବାରିକ ଶାନ୍ତି ବଜାୟ ରଖନ୍ତୁ। ଆୟ ବୃଦ୍ଧି ପାଇ ଯୋଜନା ତିଆରି କରିବେ । ମହିଳାମାନେ ନିଜର କାମକୁ ହାତକୁ ନେବେ ।
ତୁଳା : ଅର୍ଥ କଷ୍ଟ ଅନୁଭବ କରିବେ ନାହିଁ । ଅଟକିଥିବା କାର୍ଯ୍ୟ ଆଗେଇବ । ଆର୍ଥିକ ସମୃଦ୍ଧି ଘଟିବ । ଗୃହଠାରୁ ଦୂରକୁ ଯିବାର ଆଶା ଅଛି ।
ବିଛା : ବାସ୍ତବତା ସୁଯୋଗ ମିଳିପାରେ । ମାନସିକ ଶାନ୍ତି ପାଇବେ । କାର୍ଯ୍ୟରେ ଉନ୍ନତି ଘଟିବ। ଅର୍ଥକଷ୍ଟ ଅନୁଭବ କରିବେ । ଚିନ୍ତାରୁ ମୁକ୍ତି ମିଳିବ । ଭାତୃବିବାଦ ଦେଖାଦେବ । କର୍ମକ୍ଷେତ୍ରରେ ଉନ୍ନତି ଦେଖାଦେବ ।
ଧନୁ : ଧର୍ଯ୍ୟ ଧରି କାମ କଲେ ଲାଭବାନ ହେବେ । ଗୃହଉପକରଣ ସଂଗ୍ରହ କରିବେ । ନୂତନ କାର୍ଯ୍ୟରେ ଆଗ୍ରହୀ ହେବେ । ଅଜଣା ବ୍ୟକ୍ତିଙ୍କ ଦ୍ୱାରା ଉପକୃତ ହେବେ । ଅଯଥା ହନ୍ତସନ୍ତ ହୋଇପାରନ୍ତି ।
ମକର : ନୂତନ କାର୍ଯ୍ୟରେ ଯୋଗ ଦେଇପାରନ୍ତି । ଦ୍ରବ୍ୟାଦି ପ୍ରାପ୍ତି ଘଟିପାରେ । ପଥଭ୍ରଷ୍ଟ ହୋଇପାରନ୍ତି । ପଶୁଲାଭ ଘଟିପାରେ । ବନ୍ଧୁ ସାହାଯ୍ୟ ମିଳିପାରେ । ମନଦୁଃଖରେ ରହିପାରନ୍ତି ।
କୁମ୍ଭ : ସମ୍ମାନୀତ ହୋଇପାରନ୍ତି । ଦ୍ୱନ୍ଦ ଲାଗିରହିବ । ଦେହ ଭଲ ରହିବ । ପରିଶ୍ରମୀ ହେବେ। ଭାଗବତ ଚିନ୍ତାରେ ଲାଗି ରହିବେ । ଆକସ୍ମିକ ଧନପ୍ରାପ୍ତି ହୋଇପାରେ ।
ମୀନ : ପଥଭ୍ରଷ୍ଟ ହୋଇପାରନ୍ତି । ବ୍ୟବସାୟ ଭଲରେ ଚାଲିବ । ଖାଦ୍ୟପେୟରେ ତୃପ୍ତି ଲାଭ କରିବେ । ଶିକ୍ଷାକ୍ଷେତ୍ରରେ ସଫଳତା ମିଳିବ । ମନଦୁଃଖରେ ରହିପାରନ୍ତି । ମହିଳାମାନେ ଗୃହକାର୍ଯ୍ୟରେ ମନଦେବେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking