33.1 C
Bhubaneswar
Saturday, April 27, 2024
Homeଖେଳଆଜି ଦୁଲୀପ ଟ୍ରଫି ଫାଇନାଲ୍‌

ଆଜି ଦୁଲୀପ ଟ୍ରଫି ଫାଇନାଲ୍‌

କୋଏମ୍ବାଟୁର୍‌: ଦୁଲୀପ ଟ୍ରଫିରୁ ଚଳିତ ଘରୋଇ ସିଜନ୍ ଆରମ୍ଭ ହୋଇଥିବା ବେଳେ ବୁଧବାରଠାରୁ ଏଠାରେ ଏହି ଟୁର୍ଣ୍ଣାମେଣ୍ଟ୍‌ର ଫାଇନାଲ୍ ଆରମ୍ଭ ହେବ । ଏଥିରେ ୧୮ ଥରର ଚାମ୍ପିଅନ୍ ଟିମ୍ ୱେଷ୍ଟ୍ ଜୋନ୍ ସହ ୧୩ ଥରର ଚାମ୍ପିଅନ୍ ଟିମ୍ ସାଉଥ୍ ଜୋନ୍‌ର ମୁକାବିଲା ହେବ । ସେମିଫାଇନାଲ୍‌ରେ ଡିଫେଣ୍ଡିଙ୍ଗ୍ ଚାମ୍ପିଅନ୍ ସେଣ୍ଟ୍ରାଲ୍ ଜୋନ୍‌କୁ ପରାସ୍ତ କରିଥିବା ୱେଷ୍ଟ୍ ଜୋନ୍ ଫାଇନାଲ୍ ପାଇଁ ବ୍ୟବହୃତ ହେବାକୁ ଥିବା ପିଚ୍ ସହ ଭଲ ଭାବେ ଅବଗତ ରହିଛି । ଅନ୍ୟପକ୍ଷରେ ନର୍ଥ ଜୋନ୍‌କୁ ବୃହତ୍ ୬୪୫ ରନ୍‌ରେ ପରାସ୍ତ କରିଥିବା ସାଉଥ୍ ଜୋନ୍ ଏହି ଧାରାକୁ ଜାରି ରଖିବା ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ । ୱେଷ୍ଟ୍ ଜୋନ୍ ଦଳରେ ଶ୍ରେୟସ୍ ଆୟର୍‌, ସର୍ଫରାଜ୍ ଖାନ୍ ଓ ପ୍ରିୟଙ୍କ ପାଞ୍ଚାଲ୍ ଯୋଗ ଦେଇଥିବା ବେଳେ ଓପନର ପୃଥ୍‌ବୀ ଶ’ ଓ ରାହୁଲ୍ ତ୍ରିପାଠୀ ଫାଇନାଲ୍ ମ୍ୟାଚ୍‌ରୁ ବଞ୍ଚିତ ହେବେ । କାରଣ ଏହି ଦୁଇ ଖେଳାଳି ଆଗାମୀ ନ୍ୟୁଜିଲାଣ୍ଡ୍‌-ଏ’ ବିପକ୍ଷ ଦିନିକିଆ ମ୍ୟାଚ୍ ପାଇଁ ଇଣ୍ଡିଆ-ଏ’ ଟିମ୍‌ରେ ସାମିଲ୍ ହୋଇଛନ୍ତି । ଯଶସ୍ୱୀ ଜୈସ୍ୱାଲ୍‌ଙ୍କ ସହ ପାଞ୍ଚାଲ୍ ଇନିଂସ ଆରମ୍ଭ କରିବାର ସମ୍ଭାବନା ରହିଛି । ସେହିପରି ଶ୍ରେୟସ୍ ଓ ସର୍ଫରାଜ ମଧ୍ୟକ୍ରମ ବ୍ୟାଟିଂକୁ ଦୃଢ଼ତା ପ୍ରଦାନ କରିବେ । ଅଧିନାୟକ ଆଜିଙ୍କ୍ୟ ରାହାଣେ ମଧ୍ୟ ଫାଇନାଲ୍‌ରେ କ୍ୱାର୍ଟର୍ ଫାଇନାଲ୍ ଫର୍ମକୁ କାଏମ ରଖିବାକୁ ଉଦ୍ୟମ କରିବେ । ସେ ନର୍ଥଇଷ୍ଟ୍ ଜୋନ୍ ବିପକ୍ଷ କ୍ୱାର୍ଟର୍ ମୁକାବିଲାରେ ଅପରାଜିତ ଦ୍ୱିଶତକୀୟ ଇନିଂସ ଖେଳିଥିଲେ । କିନ୍ତୁ ସେଣ୍ଟ୍ରାଲ୍ ଜୋନ୍ ବିପକ୍ଷ ସେମିଫାଇନାଲ୍‌ରେ ସେ ପ୍ରଥମ ଇନିଂସରେ ୮ ଓ ଦ୍ୱିତୀୟ ଇନିଂସରେ ମାତ୍ର ୧୨ ରନ୍ କରିବାକୁ ସକ୍ଷମ ହୋଇଥିଲେ । ଅନ୍ୟପକ୍ଷରେ ସାଉଥ୍ ଜୋନ୍ ତା’ର ବ୍ୟାଟିଂ କ୍ରମରେ କୌଣସି ପ୍ରକାର ପରିବର୍ତ୍ତନ କରିବାର ସମ୍ଭାବନା କ୍ଷୀଣ ରହିଛି । କାରଣ ଦଳ ସେମିଫାଇନାଲ୍‌ରେ ପ୍ରଥମ ଇନିଂସରେ ୬୩୦ ଓ ଦ୍ୱିତୀୟ ଇନିଂସରେ ୩୧୬ ରନ୍ କରିପାରିଥିଲା । ହନୁମା ବିହାରୀ ନେତୃତ୍ୱାଧୀନ ଦଳରେ ଓପନର ରୋହନ୍ କୁନୁମଲ୍ ତାଙ୍କର ଉତ୍ତମ ଫର୍ମ କାଏମ ରଖିବାକୁ ଉଦ୍ୟମ କରିବେ । ସେହିପରି ତାଙ୍କ ଯୋଡ଼ିଦାର ମୟଙ୍କ ଅଗରୱାଲ୍ ଷ୍ଟାର୍ଟକୁ ବଡ଼ ସ୍କୋର୍‌ରେ ପରିବର୍ତ୍ତନ କରିବା ଆଶାରେ ଅଛନ୍ତି । ମଧ୍ୟକ୍ରମରେ ବିହାରୀ, ରବି ତେଜା ଓ ରିକି ଭୁଇ ନର୍ଥ ଜୋନ୍ ବିପକ୍ଷ ସେମିଫାଇନାଲ୍‌ରେ ଶତକ ହାସଲ କରି ଭଲ ଫର୍ମର ପରିଚୟ ଦେଇଛନ୍ତି । ତେଣୁ ମଙ୍ଗଳବାର ଯଥେଷ୍ଟ ଅଭ୍ୟାସ କରିଥିବା ଦେବଦତ୍ତ ପାଡିକଲ୍‌ଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିବା ନେଇ ଆଶଙ୍କା ରହିଛି । ଅଧିନାୟକ ବିହାରୀ ଦୁଇ ସ୍ପିନର୍ ଶାମ୍ସ ମୁଲାନୀ ଓ ଆର୍ ସାଇ କିଶୋରଙ୍କଠାରୁ ଉତ୍ତମ ପ୍ରଦର୍ଶନ ଆଶା କରିବେ । ଏହି ଦୁଇ ବୋଲରଙ୍କ ମଧ୍ୟରୁ ମୁଲାନୀ ୫ ୱିକେଟ୍‌ର ସଫଳତା ପାଇବା ସହ ବ୍ୟାଟିଂରେ ମଧ୍ୟ ସହଯୋଗ କରିଥିଲେ । ସେହିପରି ସାଇ କିଶୋର ପ୍ରଥମ ଥର ପାଇଁ କୌଣସି ପ୍ରଥମ ଶ୍ରେଣୀ ମ୍ୟାଚ୍‌ରେ ୧୦ଟି ୱିକେଟ୍ ନେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking