36.1 C
Bhubaneswar
Saturday, May 4, 2024
Homeଦେଶ ବିଦେଶତିରୁପତି ବାଲାଜୀ ମନ୍ଦିର ସହ ଜଡିତ ରୋଚକ ତଥ୍ୟ

ତିରୁପତି ବାଲାଜୀ ମନ୍ଦିର ସହ ଜଡିତ ରୋଚକ ତଥ୍ୟ

ନୂଆଦିଲ୍ଲୀ: ଭାରତରେ ଅନେକ ଚମତ୍କାରୀ ଓ ରହସ୍ୟମୟୀ ମନ୍ଦିର ରହିଛି, ଯେଉଁଥିରେ ଦକ୍ଷିଣ ଭାରତରେ ଥିବା  ଭଗବାନ ତିରୁପତି ବାଲାଜୀଙ୍କ ମନ୍ଦିର ବି ସାମିଲ ରହିଛି । ଭଗବାନ ତିରୁପତି ବାଲାଜୀଙ୍କ ରହସ୍ୟମୟି ମନ୍ଦିର ଭାରତ ସମେତ ସମଗ୍ର ଦୁନିଆରେ ପ୍ରସିଦ୍ଧ । ଏହି ମନ୍ଦିର ଭାରତୀୟ ବାସ୍ତୁ କଳା ଓ ଶିଳ୍ପ କଳାର ଉତ୍କୃଷ୍ଟ ଉଦାହରଣ । ତିରୁପତି ବାଲାଜୀ ମନ୍ଦିର ଭଗବାନ ବିଷ୍ଣୁଙ୍କୁ ସମର୍ପିତ । ଏହି ମନ୍ଦିର ଆନ୍ଧ୍ର ପ୍ରଦେଶର ଚିତୁର ଜିଲ୍ଲା ତିରୁମାଳା ପର୍ବତରେ ଅବସ୍ଥିତ । ଏହା ଭାରତର ମୁଖ୍ୟ ତୀର୍ଥ ସ୍ଥଳରୁ ଗୋଟିଏ ।
ତିରୁପତି ବାଲାଜୀଙ୍କ ବାସ୍ତବିକ ନାମ ଶ୍ରୀ ଭେଙ୍କଟେଶ୍ୱର ସ୍ୱାମୀ, ଯିଏ ନିଜେ ସ୍ୱୟଂ ଭଗବାନ ବିଷ୍ଣୁ । ଧାର୍ମିକ ମାନ୍ୟତା ଅନୁସାରେ, ଭଗବାନ ଶ୍ରୀ ଭେଙ୍କଟେଶ୍ୱର ନିଜ ପତ୍ନୀ ପଦ୍ମାବତୀଙ୍କ ସହିତ ତିରୁମାଳାରେ ବାସ କରନ୍ତି । ମାନ୍ୟତା ଅଛି ଯେ, ଯେଉଁ ଭକ୍ତ ଖୋଲା ହୃଦୟରେ ଭଗବାନ ଭେଙ୍କଟେଶ୍ୱରଙ୍କ ସାମ୍ନାରେ ପ୍ରାର୍ଥନା କରେ, ତାଙ୍କର ସମସ୍ତ ମନୋକାମନା ପୂର୍ଣ୍ଣ ହୋଇଥାଏ । ଭକ୍ତ ନିଜ ଶ୍ରଦ୍ଧା ଅନୁସାରେ, ତିରୁପତି ମନ୍ଦିରରେ ନିଜ କେଶ ଦାନ କରେ । ଏହି ମନ୍ଦିର ସହ ଅନେର ରହସ୍ୟ ଯୋଡି ହୋଇ ରହିଛି ।
କୁହାଯାଏ, ଭଗବାନ ଭେଙ୍କଟେଶ୍ୱର ସ୍ୱାମୀଙ୍କ ମୂର୍ତ୍ତି ଉପରେ ଚୁଟି ଲାଗିଛି ତାହା ଅସଲି । ସେ ଚୁଟି କେବେ ବି ଅଡୁଆ ହୁଏ ନାହିଁ ଓ ସର୍ବଦା ମୁଲାୟମ ରହିଥାଏ । ମାନ୍ୟତାରେ ରହିଛି ସେଠାରେ ଭଗବାନ ସ୍ୱୟଂ ବିରାଜମାନ ଅଛନ୍ତି । ଯେତେବେଳେ ମନ୍ଦିରର ଗର୍ଭ ଗୃହରେ ପ୍ରବେଶ କରିବେ, ତେବେ ଏମିତି ଲାଗିବ ଯେ, ଭଗବାନ ଶ୍ରୀ ଭେଙ୍କଟେଶ୍ୱରଙ୍କ ମୂର୍ତ୍ତି ଗର୍ଭ ଗୃହର ମଧ୍ୟରେ ରହିଛି । ହେଲେ ଆପଣ ଯେମିତି ଗର୍ଭଗୃହର ବାହାରକୁ ଆସିବେ, ତେବେ ଆପଣ ହଠାତ ଚମକି ଯିବେ । କାରଣ ବାହାରକୁ ଆସିବା ପରେ ଏମିତି ପ୍ରତିମା ହୋଇଥାଏ ଯେ, ଭଗବାନଙ୍କ ପ୍ରତିମା ଡାହାଣ ପାଖରେ ରହିଛି । ଏବେ ଏହା କେବଳ ଭ୍ରମ ନା ଭଗବାନଙ୍କ ଚମତ୍କାର ଏହାର ସତ୍ୟାସତ୍ୟ ଆଜି ପର୍ଯ୍ୟନ୍ତ କେହି ଜାଣିପାରିନାହାନ୍ତି । ମାନ୍ୟତା ରହିଛି ଯେ, ଭଗବାନଙ୍କ ଏହି ରୂପରେ ମା ଲକ୍ଷମୀ ସମାହିତ ଅଛନ୍ତି । ଯେଉଁଥିପାଇଁ ଶ୍ରୀ ଭେଙ୍କଟେଶ୍ୱର ସ୍ୱାମୀଙ୍କୁ ସ୍ତ୍ରୀ ଓ ପୁରୁଷ ଦୁଇ ପ୍ରକାରର ବସ୍ତ୍ର ପିନ୍ଧାଇବାର ପରମ୍ପରା ରହିଛି । ତିରୁପତି ମନ୍ଦିରରେ ଭଗବାନ ଭେଙ୍କଟେଶ୍ୱରଙ୍କ ପ୍ରତିମା ହେଉଚି ଅଲୌକିକ । ଏହା ବିଶେଷ ପଥରରେ ନିର୍ମିତ । ଏହି ପ୍ରତିମା ଏତେ ଜୀବନ୍ତ ଯେ, ଏମିତି ଲାଗିଥାଏ, ଯେମିତି ଭଗବାନ ବିଷ୍ଣୁ ସ୍ୱୟଂ ସେଠାରେ ବିରାଜମାନ ହୁଅନ୍ତି । ଭଗବାନଙ୍କ ମୂର୍ତ୍ତିରେ ଝାଳ ବାହାରିଥାଏ, ଯାହାକୁ ଦେଖାଯାଇପାରେ । ସେଥିପାଇଁ ମନ୍ଦିରରେ ତାପମାତ୍ରା କମ ରଖାଯାଏ ।
ଶ୍ରୀ ଭେଙ୍କଟେଶ୍ୱର ସ୍ୱାମୀ ଙ୍କ ମନ୍ଦିରରୁ ୨୩ କିଲୋମିଟର ଦୂରରେ ଏକ ଗାଁ ରହିଛି, ଯେଉଁଠି ଗାଁ ଲୋକଙ୍କ ବ୍ୟତୀତ ଆଉ କେହି ବାହାର ବ୍ୟକ୍ତି ପ୍ରବେଶ କରିପାରିବେ ନାହିଁ । ସେହି ଗାଁ ର ଲୋକେ ବହୁତ ଅନୁଶାସିତ ଓ ନିୟମର ପାଳନ କରି ଜୀବନ ଅତିବାହିତ କରନ୍ତି । ମନ୍ଦିରରେ ଚଢାଯାଉଥିବା ଫୁଲ, ଫଳ, ଦହୀ, ଘିଅ, ଦୁଧ, ଲହୁଣୀ ଆଦି ଏହି ଗାଁ ରୁ ଆସିଥାଏ ।
ଗୁରୁବାର ଭଗବାନ ଭେଙ୍କଟେଶ୍ୱରଙ୍କୁ ଚନ୍ଦନର ଲେପ ଦିଆଯାଏ । ଯାହା ପରେ ଅଦ୍ଭୁତ ରହସ୍ୟ ସାମ୍ନାକୁ ଆସିଥାଏ । ଭଗବାନଙ୍କ ଶୃଙ୍ଗାର  ହଟାଇ ସ୍ନାନ କରାଇ ଚନ୍ଦନର ଲେପ ଲଗାଯାଏ । ଆଉ ଯେତେବେଳେ ଲେପ ହଟାଯାଏ, ଭଗବାନ ଭେଙ୍କଟେଶ୍ୱରଙ୍କ ହୃଦୟରେ ମାତା ଲକ୍ଷମୀଙ୍କ ଆକୃତି ଦେଖାଯାଏ ।
ଶ୍ରୀ ଭେଙ୍କଟେଶ୍ୱର ସ୍ୱାମୀଙ୍କ ମନ୍ଦିରରେ ଗୋଟିଏ ଦୀପ ସବୁବେଳେ ଜଳି ରହିଥାଏ । ହେଲେ ଖାସ କଥା ହେଲା ଯେ, ସେଥିରେ କେବେ ବି ତେଲ କିମ୍ବା ଘିଅ ଢଳାଯାଏ ନାହିଁ । ଆଉ ଏହା ବି ଜଣା ନାହିଁ ସେହି ଦୀପକୁ ସର୍ବପ୍ରଥମେ କିଏ ଓ କେବେ ପ୍ରଜ୍ୱଳିତ କରିଥିଲେ । ଭଗବାନ ଭେଙ୍କଟେଶ୍ୱରଙ୍କ ମୂର୍ତ୍ତିରେ କାନ ଲଗାଇ ଶୁଣିଲେ ସମୁଦ୍ର ଲହରି ଧ୍ୱନି ଶୁଣାଯାଏ । ଏହା ବି କୁହାଯାଏ ଯେ, ଭଗବାନଙ୍କ ମୂର୍ତ୍ତି ସର୍ବଦା ଆର୍ଦ୍ର ରହିଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking