29.1 C
Bhubaneswar
Sunday, May 19, 2024
Homeଓଡିଶାସରକାରଙ୍କ ଭାଗିଦାରୀରେ ରାଜଧାନୀରେ କୃତ୍ରିମ ବନ୍ୟା:ଦିଲ୍ଲୀପ ମହାନ୍ତି

ସରକାରଙ୍କ ଭାଗିଦାରୀରେ ରାଜଧାନୀରେ କୃତ୍ରିମ ବନ୍ୟା:ଦିଲ୍ଲୀପ ମହାନ୍ତି

+ଏ ସରକାର ଦୂରଦର୍ଶୀ ନୁହଁନ୍ତି କି ପାରଦର୍ଶୀ ବି ନୁହଁନ୍ତି
+ଡ୍ରେନେଜ୍ ପାଇଁ ଏକ କମ୍ପ୍ରେହେନ୍‌ସିଭ୍ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରାଯାଉ
ଭୁବନେଶ୍ୱର: କେବଳ ମିଛ ପ୍ରତିଶୃତି ଦେଇ ଭୋଟ ହାତେଇ ଶାସନରେ ରହିବା କାର‌୍ୟ୍ୟଟି ନିଷ୍ଠାର ସହିତ କରୁଛନ୍ତି । ୩୦ବର୍ଷ ତଳେ ଏ ସହରରେ ବନ୍ୟା ହେଉନଥିଲା । ଧିରେ ଧିରେ ସହରରେ କୋଠାବାଡି ବଢିବା ଓ ବିଡିଏ ବିଏମ୍‌ସିରୁ ଲାଂଚ ନେଇ ବିଲ୍‌ଡିଂ ପ୍ଲାନ ଆପ୍ରୁଭାଲ କରି ବର୍ଷା ପାଣିର ପ୍ରାକୃତିକ ନାଳ ଗୁଡିକ ଜବରଦଖଲ ହେବା ଫଳରେ ଆଜି ଏଭଳି ଦୟନୀୟ ପରିସ୍ଥିତି ଦେଖିବାକୁ ପଡିଲା ।
ପାଂଚ ପାଳିର ଶାସନରେ ଥିବା ରାଜନେତା ଓ ପ୍ରଶାସନରେ ଥିବା ମୁଷ୍ଟିମେୟ ଅଫିସରମାନେ ରାଜଧାନୀ ସହରକୁ ଏଭଳି ବନ୍ୟା ଅଂଚଳ କରିଦେଲେ । ବିଭିନ୍ନ ଆବାସିକ ସଂଘ, ସାମାଜିକ ସଂଗଠନ ଏଠିକାର ବାସିନ୍ଦା ମାନେ ବିଶେଷ କରି ବିଜେପି ସବୁ ସମୟରେ ଅଭିଯୋଗ ଏବଂ ଆନ୍ଦୋଳନ କରିଆସୁଛି । କିନ୍ତୁ ବିଏମ୍‌ସି ଓ ସରକାର ଉଭୟଙ୍କର ଆନ୍ତରିକତା ନଥିବାରୁ ଆଜି ଏଠି ଲୋକେ ହନ୍ତସନ୍ତ ହେଉଛନ୍ତି ବୋଲି ଭୂବନେଶ୍ୱର ସାଂଗଠନିକ ଜିଲ୍ଲା ସଭାପତି ଶ୍ରୀ ବାବୁ ସିଂ ଅଭିଯୋଗ ଆଣିଛନ୍ତି ।
ଭୂବନେଶ୍ୱର ସହର ଗୋଟିଏ ନାଚୁରାଲ ଭ୍ୟାଲି ଉପରେ ଥିବାରୁ ଏଠି ଜଳ ନିଷ୍କାସନ ପାଇଁ କୌଣସି ରକେଟ୍ ସାଇନ୍ସର ଆବଶ୍ୟକତା ନାହିଁ । ଭାରତ ସରକାରଙ୍କର ୱାର୍ପକୋର୍ସ ଭଳି ପିଏସି ଦ୍ୱାରା ସର୍ଭେ କରାଯିବା ପରେ, ଏଠାରେ ଥିବା ଦଶଟି ମୁଖ୍ୟ ଡ୍ରେନ୍ ଓ ତିନୋଟି ସବ୍ ଡ୍ରେନ୍ ଚିହ୍ନଟ ହୋଇସାରିଛି । କିନ୍ତୁ ଦୁର୍ଭାଗ୍ୟର କଥା ସରକାର ପ୍ରଥମେ ଏହାକୁ ଡ୍ୟାମ୍‌ସେଫ୍ଟିକୁ ଓ ପରେ ଡ୍ରେନେଜ୍ ଡିଭିଜନ୍‌କୁ ଦାୟିତ୍ୱ ଦେଲେ । କିନ୍ତୁ ଫଳ ହେଲା ଶୂନ କାରଣ ଡ୍ରେନ୍ ପାଇଁ କୌଣସି କମ୍ପ୍ରେହେନ୍‌ସିଭ୍ ମାଷ୍ଟର ପ୍ଲାନ ନାହିଁ । ଗତବର୍ଷ ବନ୍ୟାରେ ଭୂବନେଶ୍ୱର ଲୋକ ମୃତ୍ୟୁବରଣ କରିବା, ଘର ଭୁଷୁଡିବା ଭଳି ଦୁର୍ଘଟଣା ହେବା ପରେ ମଧ୍ୟ ରାଜ୍ୟ ସରକାରଙ୍କ ଚେତା ନଫେରିବା ଦୁର୍ଭାଗ୍ୟଜନକ ଅଟେ ।
ଭୂବନେଶ୍ୱରରେ ସବୁଠୁ ଅଧିକ ବର୍ଷା ଜଳରେ ବନ୍ୟାପୀଡିତ ଅଂଚଳ ଭାବେ ଆଚାର‌୍ୟ୍ୟ ବିହାର ବୋଲି ଆମେ ଜାଣିଛେ । ମୋତେ ବିଜେପିର ପ୍ରତିନିଧି ଭାବରେ ଲୋକେ ନିର୍ବାଚନ କରି କାଉନସିଲର ଦାୟିତ୍ୱ ଦେଇଥିଲେ ସୀମିତ କ୍ଷମତା ଓ ସମ୍ବଳ ସତ୍ୱେ ସେ ଅଂଚଳର ବନ୍ୟା ସଂକଟର ସମାଧାନ କରିବାରେ ଆମେ ସଫଳ ହେଲୁ । ଠିକ୍ ସେହିଭଳି ସରକାରଙ୍କର ଯଦି ଇଚ୍ଛା ଶକ୍ତି ଥାଆନ୍ତା ତାହାଲେ ଭୂବନେଶ୍ୱର ଡ୍ରେନେଜ୍ ପାଇଁ ଏକ କମ୍ପ୍ରେହେନ୍‌ସିଭ୍ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରି ଏଥିପାଇଁ ଅର୍ଥ ବରାଦ କରାଯାଇ ଏହି ସମସ୍ୟାର ସ୍ଥାୟୀ ସମାଧାନ କରାଯାଇପାରିଥାନ୍ତା ବୋଲି ରାଜ୍ୟ ମୁଖପାତ୍ର ଦିଲ୍ଲୀପ୍ ମହାନ୍ତି କହିଛନ୍ତି ।
ମାନ୍ୟବର ମୁଖ୍ୟମନ୍ତ୍ରୀ ଭୂବନେଶ୍ୱରକୁ ଅଣଦେଖା କରିଛନ୍ତି ଓ ଏଠିକାର ବାସିନ୍ଦା ମାନଙ୍କୁ ନିରାଶ କରିଛନ୍ତି । ଏଣୁ ଭାରତୀୟ ଜନତାପାର୍ଟି ଦାବୀ କରୁଛି ସରକାର ଏ ସମ୍ପର୍କରେ ଶ୍ୱେତପତ୍ର ଜାରି କରନ୍ତୁ ନହେଲେ ବିଜେପି ଭୂବନେଶ୍ୱର ବାସୀଙ୍କ ଏ ସମସ୍ୟା ପାଇଁ ଜନ ଆନ୍ଦୋଳନ କରିବ ଯାହା ପାଇଁ ସରକାର ଦାୟୀ ରହିବେ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ଜିଲ୍ଲା ସଭାପତି ତଥା କାର‌୍ୟ୍ୟକାରିଣୀ ସଦସ୍ୟ ହରେକୃଷ୍ଣ ଖୁଂଟିଆ, ରାଜ୍ୟ ମୁଖପାତ୍ର ରାଜେନ୍ଦ୍ର ପଣ୍ଡା, ଜିଲ୍ଲା ସାଧାରଣ ସମ୍ପାଦକ ଅଭିଷେକ୍ ଆଚାର‌୍ୟ୍ୟ ଓ ହିଂମାଶୁ ଛୋଟରାୟ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking